କରୋନାର ନୂଆ ରୂପକୁ ନେଇ ସତର୍କ କରାଇଲେ ରାଜ୍ୟ ସରକାର: ନୂଆ ଲକ୍ଷଣ ଏବଂ ନୂଆ ରୂପକୁ ନେଇ ଦେଲେ ସମସ୍ତ ତଥ୍ୟ

0 366
greentech

ଭୁବନେଶ୍ବର: ସାରା ଦେଶରେ ଏବେ କରୋନା ଭୂତାଣୁ ସଂକ୍ରମଣ ଦ୍ରୁତ ଗତିରେ ବଢିବାକୁ ଲାଗିଛି । ଆମ ରାଜ୍ୟରେ ମଧ୍ୟ ଦୈନିକ ସଂକ୍ରମଣ ବଢିବାକୁ ଲାଗିଲାଣି । ଏପରି ସ୍ଥିତିରେ ରାଜ୍ୟ ସରକାର କରୋନା ଭୂତାଣୁର ନୂଆ ରୂପକୁ ନେଇ ତମାମ ତଥ୍ୟ ଦେଇଛନ୍ତି ।

କରୋନାର ନୂଆ ରୂପର ନୂଆ ଲକ୍ଷଣ

  • ଦେହ ହାତ ଅବଶ ଲାଗିବା
  • ଭୋକ ନହେବା
  • ମୁଣ୍ଡ ବିନ୍ଧା, ଦେହ ହାତ ସାମାନ୍ୟରୁ ମଧ୍ୟମ ଘୋଳା ବିନ୍ଧା
  • ପତଳା ଝାଡା ଦିନକୁ ୪-୫ ଥର ହେବା
  • ଚର୍ମରୋଗ ନୂଆ କରି ଦେଖାଦେବା, ଚର୍ମ କୁଣ୍ଡାଇ ହୋଇ ନୀଳ କିମ୍ବା ଲାଲ ପଡିବା
  • ଗଳା ଦରଜ ହେବା, ନାକ ଚୁଣ୍ଟି ହେବା
  • ସାମାନ୍ୟ କାଶ ହେବା ସହିତ ଛାତିରେ ସାମାନ୍ୟ ଦରଜ ହେବା

କରୋନାର ନୂଆ ରୂପ- କାହିଁକି ରହିବା ଅଧିକ ସତର୍କ?

  • କରୋନାର ଏହି ନୂଆ ପ୍ରଜାତି ଅଧିକ ସଂକ୍ରାମକ
  • ଏହା ଶୁଖିଲା ବସ୍ତୁ ଉପରେ ପ୍ରାୟ ୮ ଦିନ ପର୍ଯ୍ୟନ୍ତ ସକ୍ରିୟ ରହିପାରେ
  • ପୂର୍ବ ଅପେକ୍ଷା ଏହା ଅଧିକ ସହଜରେ ଦେହରେ ପ୍ରବେଶ କରିପାରେ
  • ନୂଆ ପ୍ରଜାତି ପୂର୍ବ ଅପେକ୍ଷା ଅଧିକ ଭୟଙ୍କର ଓ ନିୟନ୍ତ୍ରଣ କରିବା କଷ୍ଟ
  • ଆମ ଦେଶରେ ବ୍ରିଟେନ, ଦକ୍ଷିଣ ଆଫ୍ରିକା ଓ ବ୍ରାଜିଲ ଷ୍ଟ୍ରେନ୍ ଚିହ୍ନଟ ହୋଇସାରିଲାଣି
  • ପୁଣି ଲକଡାଉନ୍ ଅବସ୍ଥାକୁ ଫେରିଲେ ଅବସ୍ଥା ଆହୁରି ଖରାପ ହେବ
  • ସ୍କୁଲ, କଲେଜ ପିଲାଙ୍କର ପାଠପଢା ଓ ପରୀକ୍ଷା ଆଦିରେ ଘୋର ଅବ୍ୟବସ୍ଥା ସୃଷ୍ଟି ହେବ

କେମିତି ରହିବେ ସାବଧାନ?

  • କୋଭିଡ୍ ନିରୋଧୀ ଆଚରଣ ନିଷ୍ଠାର ସହ ପାଳନ କରିବା
  • ସରକାରଙ୍କ ନିର୍ଦ୍ଧାରଣ ସାରଣୀ ଅନୁସାରେ କୋଭିଡ୍ ଟିକା ନେବା
  • ଆମ ତରଫରୁ ଜନସମାଗମ ସ୍ଥାନଠାରୁ ଦୂରେଇ ରହିବା
  • ସ୍କୁଲ, କଲେଜ,ମନ୍ଦିର ଓ ବଜାରରେ କୋଭିଡ୍ ନିୟମ ପାଳନ କରିବା
  • ବାହାର ରାଜ୍ୟରୁ ଆସିଲେ ନିଜକୁ ୭ ଦିନ କ୍ୱାରେଣ୍ଟାଇନରେ ରଖିବା
  • ସନ୍ଦିଗ୍ଧ ଲକ୍ଷଣ ଥିବା ବ୍ୟକ୍ତିଙ୍କ ତୁରନ୍ତ କୋଭିଡ୍ ପରୀକ୍ଷା କରାଇବା

କେମିତି କରିବେ ଟିକାଦାନ?

  • ଆମ ରାଜ୍ୟରେ ଏବେ ୪୫ ବର୍ଷରୁ ଅଧିକ ବୟସ୍କଙ୍କ ଟିକାକରଣ ଜାରି ରହିଛି
  • ଟିକା ନେବା ପାଇଁ ପ୍ରଥମେ ନିଜ ଫୋନରେ କୋ-ୱିନ୍ ଆପ୍ ଡାଉନଲୋଡ୍ କରନ୍ତୁ
  • ସେଠାରେ ଥିବା ପରିଚୟ ପତ୍ରର ନମ୍ବର ଦେଇ ରେଜିଷ୍ଟ୍ରେସନ କରନ୍ତୁ
  • ବିନା ରେଜିଷ୍ଟ୍ରେସନରେ ଟିକାଦାନ ସମ୍ଭବ ନୁହେଁ
  • କୋଭିଡରୁ ମୁକ୍ତ ହୋଇଥିବା ବ୍ୟକ୍ତି ୪ ସପ୍ତାହ ପରେ ଟିକା ନେଇପାରିବେ
  • ସବୁ ଟିକା ଭଳି ଏହାର ସାମାନ୍ୟ ପାର୍ଶ୍ବ ପ୍ରତିକ୍ରିୟା ଖୁବ ଅଳ୍ପ ଲୋକଙ୍କ ପାଖରେ ଦେଖାଦେଇପାରେ। ଏଥିରେ ଭୟ କରିବାର କାରଣ ନାହିଁ । ଏହାର ମୁକାବିଲା ପାଇଁ ବ୍ୟବସ୍ଥା ହୋଇଛି।
  • ଟିକା ନେବା ପରେ ଅଧଘଣ୍ଟା ବସି, ତାପରେ ଘରକୁ ଯିବା ଉଚିତ।

Leave A Reply

Your email address will not be published.

14 + 10 =

error: Content is protected !!
Open chat