କରୋନାର ୩ୟ ଲହର ମୁକାବିଲା ପାଇଁ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର

0 429
greentech

ଭୁବନେଶ୍ୱର ୦୮/୦୬/୨୦୨୧ କଳିଙ୍ଗ ଜ୍ଯୋତି : ରାଜ୍ୟରେ କରୋନା ଭାଇରସ୍ ମହାମାରୀର ୨ୟ ଲହର ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଥିବା ବେଳେ ସରକାର ଏବେ ୩ୟ ଲହର ନେଇ ଅଧିକ ଚିନ୍ତିତ । ବିଶେଷଜ୍ଞମାନେ ଏବେ ଠାରୁ ସତର୍କ ସୂଚନା ଦେଉଛନ୍ତି ଯେ, କରୋନାର ୩ୟ ଲହର  ଶିଶୁମାନଙ୍କୁ ଅଧିକ ପ୍ରଭାବିତ କରିପାରେ । ବିଶେଷଜ୍ଞଙ୍କ ସତର୍କ ସୂଚନାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଶିଶୁଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ।

ରାଜ୍ୟ ସରକାର କରୋନାର ୩ୟ ଲହରକୁ ମୁକାବିଲା ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି । ଡିଏମ୍‌ଇଟିଙ୍କ ନେତୃତ୍ୱରେ ଗଠିତ କମିଟିର ରିପୋର୍ଟ ଆଧାରରେ ଏଥିରେ ସୁପାରିସ କରିଛନ୍ତି । ଏଥିରେ କୋଭିଡ ହସ୍‌ପିଟାଲରେ ଶିଶୁଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଉଲ୍ଲେଖ କରିଛନ୍ତି । ସାଧାରଣ ୱାର୍ଡରେ ଶିଶୁଙ୍କୁ ଆଇସୋଲେସନରେ ରଖିବା ଏକ ଚ୍ୟାଲେଞ୍ଜ । ଜିଲ୍ଲା ହସ୍‌ପିଟାଲରେ ୧୦ଟି ଲେଖାଏଁ ଆଇସୋଲେସନ ୱାର୍ଡ ରହିବ । ଲକ୍ଷଣ ଥିବା ଶିଶୁଙ୍କୁ କୋଭିଡ କେୟାର ଫ୍ୟାସିଲିଟିକୁ ପଠାଯିବ ।

ଶିଶୁଙ୍କ କୋଭିଡ୍ କେସ୍ ବଢ଼ିବା ଅଂଚଳ ଉପର ସ୍ୱତନ୍ତ୍ର ଧ୍ୟାନ ଦିଆଯିବ । ଶିଶୁଭବନରେ ସ୍ୱତନ୍ତ୍ର କୋଭିଡ୍ ବ୍ଲକ ପ୍ରତିଷ୍ଠା ପାଇଁ ବିଚାର କରାଯିବ । ଏଥି ପାଇଁ ଅଧିକ୍ଷକ ରୂପରେଖ ପ୍ରସ୍ତୁତ କରିବେ । ସିଏଚ୍‌ସି ସ୍ତରରେ ୨ରୁ ୪ଟି ଲେଖାଏଁ ବେଡ ରହିବ । ୭ଟି ମେଡିକାଲରେ କେତେ ଲେଖାଏଁ ବେଡ ରହିବ ସେନେଇ ଗାଇଡଲାଇନରେ ଉଲ୍ଲେଖ ରହିଛି । ୬୪ଟି ଏନ୍‌ଆଇସିୟୁ, ୯୪ଟି ଏସ୍‌ଏନ୍‌ସିୟୁ, ୪୪ଟି ଏଚ୍‌ଡିୟୁ ବେଡ ପାଇଁ ପ୍ରସ୍ତାବ ରହିଛି । ସେହିପରି ୧୫୫ଟି ଆଇସୋଲେସନ ବେଡ୍ ରଖିବାକୁ ପ୍ରସ୍ତାବ ରହିଛି । କୋଭିଡ କେୟାର ସେଣ୍ଟରରେ ଆଇସିୟୁର ୧୫ ପ୍ରତିଶତ ଶିଶୁଙ୍କ ପାଇଁ ରହିବ ।

Leave A Reply

Your email address will not be published.

5 × 3 =

error: Content is protected !!
Open chat