କରୋନା ଛାଟ !! ରଥଯାତ୍ରାରେ ନିୟୋଜିତ ପୁଲିସ କର୍ମଚାରୀଙ୍କର ହେବ କରୋନା ପରୀକ୍ଷା।

0 226
greentech

ପୁରୀ, ୨୪ା୬(କଳିଙ୍ଗ ଜ୍ୟୋତି) : ରଥଯାତ୍ରାରେ ନିୟୋଜିତ ପୁଲିସ କର୍ମଚାରୀଙ୍କର ହେବ କରୋନା ପରୀକ୍ଷା । ଆଜି ପ୍ରାଥମିକ ପର୍ଯ୍ୟାୟରେ ୫୦୦ ପୁଲିସ କର୍ମଚାରୀଙ୍କ କୋଭିଡ ଟେଷ୍ଟ କରାଯିବ । ଆଗାମୀ ଦିନରେ ମଧ୍ୟ ରଥଯାତ୍ରାରେ ନିୟୋଜିତ ପୁଲିସ କର୍ମଚାରୀଙ୍କ କରୋନା ପରୀକ୍ଷା କରାଯିବ । ପୁଲିସ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ପୁରୀର ଗୋପବନ୍ଧୁ ଆୟୁର୍ବେଦିକ ମେଡିକାଲ କଲେଜରେ ନମୁନା ପରୀକ୍ଷା କରାଯିବ ।

ଅନ୍ୟପଟେ ଜୁଲାଇ ମାସରେ କରୋନା ସଂକ୍ରମଣ ଅଧିକ ରହିବ । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଓଡିଶାରେ ଗୋଷ୍ଠୀ ସଂକ୍ରମଣ ହୋଇନି ।ଓଡିଶାରେ ଯେଉଁମାନେ ସଂକ୍ରମଣ ହେଉଛନ୍ତି. ସେଥିମଧ୍ୟରୁ ଅଧିକ ଲକ୍ଷଣ ବିହୀନ ଅଛନ୍ତି । ଯେତେ ଅଧିକ ଟେଷ୍ଟ ହେବେ ଅଧିକ ସଂକ୍ରମିତ ଚିହ୍ନଟ ହୋଇପାରିବେ । ଆଇସିଏମଆରର ନୂଆ ଗାଇଡଲାଇନ ଅନୁଯାୟୀ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି । ଘରକୁ ଘର ବୁଲି ଆଶା ଓ ଅଙ୍ଗନବାଡି କର୍ମୀ ସର୍ଭେ କରୁଛନ୍ତି । ଅଧିକ ଟେଷ୍ଟ ହେଲେ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇପାରିବେ ଏବଂ ସେ ଅଂଚଳକୁ କଂଟେନମେଂଟ ଜୋନ ଘୋଷଣା କରାଯାଇ ସଂକ୍ରମଣ ରୋକାଯାଇପାରିବ । ଟେଷ୍ଟ, ଟ୍ରାକ ଓ ଟ୍ରିଟମେଂଟ ଉପରେ ଗୁରୁତ୍ୱ ଦିଆଯାଉଛି । ଏହି ୩ଟି ହିଁ ଅଧିକ କରୋନାକୁ ନିୟନ୍ତ୍ରଣ କରିପାରିବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

Leave A Reply

Your email address will not be published.

16 − 6 =

error: Content is protected !!
Open chat