କରୋନା ଟୀକାକରଣ ପାଇଁ ସମୟସୀମାର ଅଙ୍କୁଶ ହଟିଲା,ଏବେ ସପ୍ତାହରେ ସବୁଦିନ ଦିଆଯିବ ଟୀକା:ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ

0 283
greentech

ନୂଆଦିଲ୍ଲୀ,୩ ।୩: କରୋନା ମହାମାରୀକୁ ସମ୍ପୂର୍ଣ୍ଣ ଭାବରେ ନିପାତ କରିବା ପାଇଁ ସାରା ବିଶ୍ୱ ସହିତ ଆମ ଦେଶରେ ଚାଲିଛି ଟୀକାକରଣ । ଏବେ ଟୀକାକଣ ନେଇ କେନ୍ଦ୍ରମନ୍ତ୍ରୀ ହର୍ଷ ବର୍ଦ୍ଧନ ବୁଧବାର କରିଛନ୍ତି ବଡ ଧରଣର ଘୋଷଣା । ସେ କହିଛନ୍ତି, ସରକାର କରୋନା ନିରୋଧି ଟୀକା ଲଗାଇବାର ବେଗ ବଢାଇବା ପାଇଁ ସମୟସୀମା ଉପରୁ ଅଙ୍କୁଶ ହଟାଇ ଦେଇଛନ୍ତି । ଏବେ ନାଗରିକ ୨୪ ଘଣ୍ଟା ଓ ସପ୍ତାହର ୭ ଦିନ ନିଜର ସୁବିଧା ଅନୁସାରେ ଟୀକା ଲଗାଇ ପାରିବେ । ଏହା ପୂର୍ବରୁ ଯେତେବେଳେ ୧ ମାର୍ଚ୍ଚରୁ ଟୀକାକରଣର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବାର ଥିଲା ସେତେବେଳେ ପ୍ରତି କେନ୍ଦ୍ରରେ ସକାଳ ୯ଟାରୁ ନେଇ ମଧ୍ୟାହ୍ନ ୩ଟା ପର୍ଯ୍ୟନ୍ତର ସମୟରେ ଟୀକାକରଣ ପାଇଁ ସମୟ ଧାର୍ଯ୍ୟ ଥିଲା ।
ସ୍ୱାସ୍ଥ୍ୟମନ୍ତ୍ରୀ ଟୁଇଟ୍‌ କରି ଲେଖିଛନ୍ତି, ସରକାର ଟୀକାକରଣର ବେଗ ବଢାଇବା ପାଇଁ ସମୟର କୌଣସି କଟକଣା ରଖିନାହାନ୍ତି । ଏବେ ଦେଶର ନାଗରିକ ୨୪ ଘଣ୍ଟା ଓ ୭ ଦିନ ନିଜର ସୁବିଧା ଅନୁସାରେ ଟୀକା ଲଗାଇ ପାରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ନାଗରିକଙ୍କ ସ୍ୱାସ୍ଥ୍ୟ ସହିତ ତାଙ୍କର ମୂଲ୍ୟବାନ ସମୟକୁ ମଧ୍ୟ ଗୁରୁତ୍ୱ ଦିଅନ୍ତି । ଉଲ୍ଲେଖନୀୟ ଯେ, କୋଭିଡ୍‌-୧୯ ଟୀକା ଏପର୍ଯ୍ୟନ୍ତ ୧.୫୪ କୋଟି ଡୋଜ୍‌ ଲାଭାର୍ଥୀଙ୍କୁ ଦିଆଯାଇ ସାରିଛି ।

Leave A Reply

Your email address will not be published.

5 × four =

error: Content is protected !!
Open chat