![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
![](https://i0.wp.com/kalingajyoti.com/wp-content/uploads/2020/07/ytryrtyty-1024x410.png?resize=1024%2C410)
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୮/୦୭: କରୋନା ମହାମାରୀ ସମୟରେ ଏବେ ମଧ୍ୟ ଭାରତୀୟ ବିଦେଶରୁ ଦେଶକୁ ଫେରିବା ପର୍ବ ଜାରି ରହିଛି। ଏହି କ୍ରମରେ ଆମେରିକାରେ ଫସିଥିବା ନିଜର କର୍ମଚାରୀଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ସବୁଠୁ ବଡ ଆଇଟି ଫର୍ମ ଇନଫୋସିସ ଲିମିଟେଡ୍ ଏକ ଚାଟାର୍ଡ ବିମାନରେ ୨୦୦ରୁ ଅଧିକ କର୍ମଚାରୀ ଏବଂ ତାଙ୍କ ପରିବାରକୁ ଭାରତ ଫେରାଇ ଆଣିଛନ୍ତି। ଫଳରେ ଇନଫୋସିସ୍ର ସବୁଠୁ ବଡ ଆମେରିକୀୟ ବଜାରରେ କର୍ମଚାରୀ କରୋନା କାରଣରୁ ନିଜ ଦେଶମୁହାଁ ହୋଇଛନ୍ତି।
![](https://kalingajyoti.com/wp-content/uploads/2020/07/dc-Cover-cvmet9u4of4g6lsh3fcejp1c36-20200311175721.Medi_.jpeg)
ଇନଫୋସିସର ବରିଷ୍ଠ ପଦାଧିକାରୀ ଚାର୍ଟର୍ଡ ବିମାନ ଜରିଆରେ ସାନ ଫ୍ରାନସିସ୍କୋ ଅନ୍ତରାଷ୍ଟ୍ରୀୟ ବିମାନରୁ ଉଡାଣ ଭରି ଶତାଧିକ କର୍ମଚାରୀଙ୍କୁ ନେଇ ବେଙ୍ଗାଲୁରୁରେ ଅବତରଣ କରିଛି। କର୍ମଚାରୀଙ୍କ ମଧ୍ୟରେ ଏଚ-୧ ବି ଭିସାରେ କାମ କରୁଥିବା ବ୍ୟକ୍ତି ଏବଂ ଅନ୍ୟମାନେ ଅସ୍ଥାୟୀ ଭାବେ କାମ କରିବା ଉଦ୍ଦେଶ୍ୟରେ ଆମେରିକା ଆସିଥିଲେ।
![](https://i0.wp.com/kalingajyoti.com/wp-content/uploads/2020/07/gnhjhjye-1024x683.jpg?resize=1024%2C683)
କିଛି ଦିନ ପୂର୍ବେ ଆଇଟି ଫର୍ମ ଇନଫୋସିସି ନିଜର କର୍ମଚାରୀଙ୍କୁ ଫେରାଇ ନେବା ପାଇଁ ପଦକ୍ଷେପ ଉଠାଇଥିଲା। ଉଲ୍ଲେଖନୀୟ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚଳିତ ବର୍ଷ ଶେଷ ସୁଦ୍ଧା ଏଚ ୧ ବି ଏବଂ ଏଚ ୪ ଭିସା ପରି ଅସ୍ଥାୟୀ ଓ୍ଵାର୍କ ପରମିଟ୍କୁ ନିଲମ୍ବିତ କରିଥିଲେ। ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶରେ ହଜାର ହଜାର ଲୋକଙ୍କୁ ଆମେରିକାରେ ଚାକିରୀ କିମ୍ବା କାର୍ଯ୍ୟ-କାର୍ଯ୍ୟକ୍ରମରେ ଯୋଗଦେବାକୁ ବାରଣ କରାଯାଇଛି। ଏହି ନିର୍ଦ୍ଦେଶରେ ଆମେରିକୀୟ କମ୍ପାନୀଗୁଡିକ ବିଦେଶୀମାନଙ୍କୁ ନିଯୁକ୍ତି ଦେବାରେ ପ୍ରତିବନ୍ଧକ ଲଗାଇଛନ୍ତି ଏବଂ ଆମେରିକାରେ କାର୍ଯ୍ୟରତ ବିଦେଶୀମାନଙ୍କ ପତି-ପତ୍ନୀଙ୍କୁ ଦେଶରେ ପ୍ରବେଶ କରିବାକୁ ବାରଣ କରାଯାଇଛି।
ଇନଫୋସିସିର ଅନ୍ତରାଷ୍ଟ୍ରୀୟ ବଜାରରେ କମ୍ପାନୀ ରାଜସ୍ଵର ୬୧.୬ ପ୍ରତିଶତ କେବଳ ଆମେରିକାରେ ରହିଛି। ଆଇଟି କମ୍ପାନୀ ଆମେରିକା ନୀତିର ଅନିଶ୍ଚିତତା କାରଣରୁ ଆମେରିକାର ସ୍ଥାନୀୟ ଲୋକଙ୍କୁ କାମରେ ରଖିଛି, ଠିକ୍ ସେହି ଭଳି ଅନେକ ଭାରତୀୟ କର୍ମଚାରୀ ଏଚ୧-ବି ଭିସାରେ ଆମେରିକାରେ କାମ କରୁଛନ୍ତି। ଇନଫୋସିସି ଗତ ଦୁଇ ବର୍ଷରେ ୧୦ ହଜାରରୁ ଅଧିକ ଆମେରିକୀ ନାଗରିକ କିମ୍ବା ସ୍ଥାୟୀ ନିବାସୀଙ୍କୁ ନିଯୁକ୍ତି କରିଛି। ଇନଫୋସିସିର ମୁଖ୍ୟ ପରିଚାଳନ ଅଧିକାରୀ, ୟୁ ବି ପ୍ରବୀଣ ରାଓ ନିକଟରେ କହିଛନ୍ତି ଯେ, ଇନଫୋସିସିର ୬୦ ପ୍ରତିଶତ ଆମେରିକୀ କର୍ମଚାରୀ ଭିସା ପାଇଁ ସ୍ଵତନ୍ତ୍ର ଅଟନ୍ତି।