ଆମେରିକା କରୋନା ରକ୍ଷାକାରୀ ଔଷଧ ରେମଡେସିବିର ର ୫,୦୦,୦୦୦ ରୁ ଅଧିକ ଡୋଜ ୩ମାସ ପାଇଁ କିଣିନେଲା

0 276
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ଦିଲ୍ଲୀ ୦୨/୦୭: କୋଭିଡ -୧୯କୁ ହରାଇବାରେ ସଫଳ ହୋଇଥିବା ଔଷଧ ରେମଡେସିବିର ର ପ୍ରାୟ ସମସ୍ତ ଷ୍ଟକକୁ ଆମେରିକା ପରବର୍ତ୍ତୀ ତିନିମାସ ପାଇଁ କ୍ରୟ କରିଛି | ଏଭଳି ହେବା ଦ୍ୱାରା ବ୍ରିଟେନ, ୟୁରୋପ କିମ୍ବା ବିଶ୍ୱର ଅଧିକାଂଶ ଦେଶ ମାନେ ଏହି ଔଷଧ ପାଇଁ ପାରିବେ ନାହିଁ। ଟ୍ରମ୍ପ ପ୍ରଶାସନ ବର୍ତ୍ତମାନ ୫୦୦,୦୦୦ରୁ ଅଧିକ ରେମଡେସିବିର ର ଡୋଜ କିଣିଛି | ଆମେରିକା ରେମଡେସିବିର ର ପ୍ରସ୍ତୁତକାରୀ କମ୍ପାନୀ ଗିଲିଦଠାରୁ ଜୁଲାଇ ମାସର ସମସ୍ତ ଉତ୍ପାଦନକୁ କିଣିବା ସହ ଅଗଷ୍ଟ ଏବଂ ସେପ୍ଟେମ୍ବର ପାଇଁ ଗିଲିଦଠାରୁ ୯୦ପ୍ରତିଶତ ଉତ୍ପାଦନକୁ କିଣି ନେଇଥିବା ଜଣା ପଡିଛି |


ଆମେରିକାରେ ଆକ୍ରାନ୍ତଙ୍କ ସହ ମୃତ୍ୟୁ ସଂଖ୍ୟା ବଢୁଥିବା ହେତୁ ଆମେରିକା ଏଭଳି କରିଛି | ଏହା ପୂର୍ବରୁ ଟ୍ରମ୍ପ ପ୍ରଶାସନ ଦର୍ଶାଇ ସାରିଛି ଯେ, ଆମେରିକା ପାଇଁ ଆବଶ୍ୟକ ଚିକିତ୍ସା ସାମଗ୍ରୀ ସୁରକ୍ଷିତ ରଖିବା ପାଇଁ ଏହା ଅନ୍ୟ ସମସ୍ତ ଦେଶକୁ ବହିଷ୍କାର କରିବା ପାଇଁ ପ୍ରସ୍ତୁତ, ଯାହା ଏବେ ଆମେରିକା ପ୍ରମାଣ କରିଛି | ଏକା ସାଙ୍ଗରେ ୫୦୦,୦୦୦ରୁ ଅଧିକ ରେମଡେସିବିର ର ଡୋଜ କିଣିବା ଦ୍ୱାରା ଅନ୍ୟ ଦେଶ ମାନେ ଏବେ ଏହି ଔଷଧ ପାଇଁ ପାରିବେ ନାହିଁ | ଆଗକୁ ସଂକ୍ରମଣ ସଂଖ୍ୟା ବଢିବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚେତାଇ ଦେଇଥିବା ବେଳେ ଆମେରିକା ଏଭଳି ସବୁ ଡୋଜ କିଣିନେବା ଖବର ଅନେକ ଦେଶକୁ ଭୟଭୀତ କରିଛି |

Leave A Reply

Your email address will not be published.

eight + 15 =

error: Content is protected !!
Open chat