କାଟ ଖାଇଲା ସରକାରଙ୍କ ପ୍ରସ୍ତାବ, ଦେଶବ୍ୟାପୀ ଜୋରଦାର ହେବ ବିକ୍ଷୋଭ

0 369
greentech

ଆଜି ସରକାରଙ୍କ ପକ୍ଷରୁ ଦିଆଯାଇଥିବା ୧୯ ପୃଷ୍ଠାର ପ୍ରସ୍ତାବକୁ କୃଷକ ସଙ୍ଗଠନ ଅଗ୍ରାହ୍ୟ କରିଛି। ପ୍ରସ୍ତାବ ପାଇବା ପରେ କୃଷକ ସଂଗଠନଗୁଡିକ ଏହି ପ୍ରସ୍ତାବ ଉପରେ ବ୍ୟାପକ ଆଲୋଚନା ପର୍ଯ୍ୟାଲୋଚନା କରିବା ପରେ ଦିଲ୍ଲୀ-ହରିୟାଣା ସୀମା ସିଙ୍ଗୁ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ କରାଯାଇଥିବା ଘୋଷଣା କରିଛନ୍ତି। ଅନ୍ୟ ପକ୍ଷରେ ଯଦି ସରକାର ଆଉ କୌଣସି ପ୍ରସ୍ତାବ ପଠାନ୍ତି ତାହାର ବିଚାର କରାଯିବ ବୋଲି କୃଷକ ନେତା କହିଛନ୍ତି।

କ୍ରାନ୍ତିକାରୀ କିସାନ ୟୁନିଅନର ଅଧ୍ୟକ୍ଷ ଦର୍ଶନ ପାଲ କହିଛନ୍ତି ଯେ ସରକାରଙ୍କ ପ୍ରସ୍ତାବ ରଦ୍ଦ ହୋଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ କୃଷକ ନେତାମାନେ ମଧ୍ୟ ସମ୍ବୋଧିତ କରିଛନ୍ତି। ଆଗାମୀ ଦିନରେ କୃଷକ ସଂଗଠନ ପକ୍ଷରୁ ଜିଓର ସମସ୍ତ ଦ୍ରବ୍ୟକୁ ବହିଷ୍କାର କରାଯିବା ସହ ଡିସେମ୍ବର ୧୩ ଓ ୧୪ରେ ସାରା ଦେଶରେ ଧାରଣା ପ୍ରଦର୍ଶନ କରାଯିବ। ସେହିପରି ଡିସେମ୍ବର ୧୨ରେ ସାରା ଦେଶରେ ଥିବା ଟୋଲ ପ୍ଲାଜା ଅଚଳ କରାଯିବ ସହ ଦିଲ୍ଲୀ-ଜୟପୁର ଜାତୀୟ ରାଜପଥ ବନ୍ଦ କରାଯିବ। ଡିସେମ୍ବର ୧୪ ପରେ ସରକାର କୃଷି ଆଇନ ପ୍ରତ୍ୟାହାର ନ କରିବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ଯାଏଁ ପ୍ରଦର୍ଶନ ଜାରି ରହିବ ବୋଲି କୃଷକ ସଂଗଠନ ପକ୍ଷରୁ କୁହାଯାଇଛି।

କୃଷକ ସଂଗଠନକୁ ଦିଆଯାଇଥିବା ୧୯ ପୃଷ୍ଠାର ପ୍ରସ୍ତାବରେ ସରକାର ନିଶ୍ଚିତ କରିଥିଲେ ଯେ ଏହା ରାଜ୍ୟ ସରକାରଙ୍କୁ କ୍ଷମତା ପ୍ରଦାନ କରିବ ଯାହା ଦ୍ୱାରା କୃଷକଙ୍କ ସ୍ୱାର୍ଥରେ ନିଷ୍ପତ୍ତି ନିଆଯାଇପାରିବ ଏବଂ ବ୍ୟବସାୟୀଙ୍କ ପଞ୍ଜିକରଣ ହୋଇପାରିବ।ସଂଶୋଧନ ମାଧ୍ୟମରେ ଘରୋଇ ମଣ୍ଡି ପଞ୍ଜିକରଣ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ। କୃଷକମାନେ ଅଭିଯୋଗ କରିଥିଲେ ଯେ ନୂଆ ଆଇନ ଯୋଗୁ ମଣ୍ଡି ଦୁର୍ବଳ ହେବ ଏବଂ କୃଷକମାନେ ଘରୋଇ ମଣ୍ଡି ଦ୍ୱାରା ପ୍ରଭାବିତ ହେବେ। କୃଷକଙ୍କ ଦାବି ଥିଲା ଯେ ସେମାନଙ୍କ ଜମି ସଂଲଗ୍ନ ହେବ, କିନ୍ତୁ ସରକାର କହିଥିଲେ ଯେ କୃଷକଙ୍କ ଜମି ସଂଲଗ୍ନ ହୋଇପାରିବ ନାହିଁ। ପୂର୍ବରୁ ଶିଳ୍ପପତିମାନେ ସେମାନଙ୍କ ଜମି ଦାଖଲ କରିବା ନେଇ ଯେଉଁ ଆପତ୍ତି ଉଠିଥିଲା ତାହାର ସମାଧାନ ସୂତ୍ର ମଧ୍ୟ ସରକାର ଦେଇଥିଲେ। ଅନ୍ୟ ପକ୍ଷରେ କୃଷି ଆଇନ ଯୋଗୁ ସୃଷ୍ଟି ହେଉଥିବା ବିବାଦ ନେଇ ପୂର୍ବରୁ କୋର୍ଟକୁ ଯିବାର ଅଧିକାର ଦିଆଯାଇ ନ ଥିବାବେଳେ ଏବେ ସରକାର ଏଥିରେ ସହମତ ହୋଇଥିବା ପ୍ରସ୍ତାବରେ ଉଲ୍ଲେଖ ଥିଲା। ଏହି ପ୍ରସ୍ତାବରେ ସରକାର ବିଦ୍ୟୁତ୍ ସଂଶୋଧନ ବିଲ୍ ୨୦୨୦ ଆଣିବେ ନାହିଁ ବୋଲି ସର୍ତ୍ତ ରଖିଥିଲେ। ତେବେ କୃଷ୍ନଙ୍କ ସବୁଠାରୁ ବଡ ଦାବି ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ଆଇନ ପ୍ରଣୟନ ପରିବର୍ତ୍ତେ ସରକାର ଲିଖିତ ଭାବେ ଆଶ୍ୱାସନା ଦେବାକୁ ପ୍ରସ୍ତାବ ଦେଇଥିଲେ।

Leave A Reply

Your email address will not be published.

14 + seventeen =

error: Content is protected !!
Open chat