![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ /ଶ୍ରୀନଗର ୨୦/୦୮: କେନ୍ଦ୍ର ସରକାର କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରରୁ ଅର୍ଦ୍ଧସୈନିକ ବଳର ପ୍ରାୟ ୧୦ ହଜାର ଯବାନଙ୍କୁ ତୁରନ୍ତ ଫେରାଇ ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ବୁଧବାର ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି। ଘାଟିରେ ମୁତୟନ ହୋଇଥିବା କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ(ସିଏପିଏଫ୍)ର ସମୀକ୍ଷା ପରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ନେଇଛନ୍ତି।ଜାମ୍ମୁ ଓ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ ହେବା ପରେ ଏତେ ବଡ଼ ସଂଖ୍ୟାର ସୁରକ୍ଷା ବାହିନୀକୁ ଅପସାରଣ କରିବାର ଏହା ହେଉଛି ସବୁଠୁ ବଡ଼ ନିଷ୍ପତ୍ତି।
![](https://i0.wp.com/kalingajyoti.com/wp-content/uploads/2020/08/download-4-13.jpg?resize=502%2C376&ssl=1)
ଗତ ମେ ମାସରେ ମଧ୍ୟ ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶକ୍ରମେ ୧୦ କମ୍ପାନୀ ଏବଂ ଗତବର୍ଷ ଡିସେମ୍ବରରେ ୭୨ ପ୍ଲାଟୁନ୍ ପୋଲିସ ଫୋର୍ସ କୁ ଫେରାଇ ଅଣାଯାଇଥିଲା। ଏତେ ସଂଖ୍ୟକ ସୁରକ୍ଷା ବଳ ଜମ୍ମୁ ଓ ଏବଂ ଶ୍ରୀନଗରରେ ମୁତୟନ ରହିଥିଲେ।
୨୦୧୯ ଅଗଷ୍ଟରେ ଧାରା ୩୭୦ ହଟାଇବା ପୂର୍ବରୁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଜାମ୍ମୁ ଓ କାଶ୍ମୀରରେ ୪୦୦ ଆଡିସନାଲ କମ୍ପାନୀ ମୁତୟନ କରିଥିଲେ। ଅଗଷ୍ଟ ୪ ତାରିଖରରୁ ରାଜ୍ୟରେ ଲକ୍ଡାଉନ୍ ଜାରି ହୋଇଥିଲା। ବିଦ୍ରୋହୀ ନେତାମାନଙ୍କୁ ଗୃହବନ୍ଦୀ କରି ରଖାଯାଇଥିଲା।
![](https://kalingajyoti.com/wp-content/uploads/2020/08/images-13-6.jpg)
ବର୍ଷକ ପରେ ସ୍ଥିତି ଧୀରେ ଧୀରେ ସୁଧୁରିବାରୁ ଅନେକ ନେତା ଗୃହବନ୍ଦୀରୁ ମୁକୁଥିଲେ। ଯାତାୟତ ସ୍ୱାଭାବିକ ହୋଇଥିଲା। କାଶ୍ମୀ ଭ୍ୟାଲିରେ ସୁରକ୍ଷା ସ୍ଥିତି ଯାଞ୍ଚ ପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି।
ସିଏପିଏଫ୍ର ମୋଟ ୧୦୦ କମ୍ପାନୀକୁ ଘାଟିରୁ ତୁରନ୍ତ ପ୍ରତ୍ୟାହର କରାଯିବ ଏବଂ ଦେଶର ଅନ୍ୟ ସ୍ଥାନରେ ସେମାନଙ୍କୁ ମୁତୟନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଚଳିତ ସପ୍ତାହ ସୁଦ୍ଧା ସିଏପିଏଫର ମୋଟ ୪୦ କମ୍ପାନୀ ଏବଂ ସିଆଇଏସଏଫ, ବିଏସଏଫ ଓ ସଶସ୍ତ୍ର ସୀମା ବଳର ୨୦ କମ୍ପାନୀକୁ ପ୍ରତ୍ୟାହାର କରାଯିବ। ଗୋଟିଏ ସିଏପିଏଫ କମ୍ପାନୀରେ ପାଖାପାଖି ୧୦୦ ଯବାନ ରହିଥାନ୍ତି। ସୂଚନାଯୋଗ୍ୟ, ଗତ ବର୍ଷ ଅଗଷ୍ଟରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ସମୟରେ ସୁରକ୍ଷା ଦୃଷ୍ଟିରୁ ଉକ୍ତ ଅର୍ଦ୍ଧସୈନିକ ବଳ ଯବାନଙ୍କୁ ଜମ୍ମୁ-କଶ୍ମୀର ଉପତ୍ୟକାରେ ନିୟୋଜିତ କରାଯାଇଥିଲା।