କେବଳ ନୂଆ ପଦବୀ ସୃଷ୍ଟି ଉପରେ ସାମୟିକ କଟକଣା, ଖାଲି ପଦବୀ ପୂର୍ବ ଭଳି ପୂରଣ କରାଯିବ : ସ୍ପଷ୍ଟୀକରଣ ଦେଲା ଅର୍ଥ ବିଭାଗ

0 693
greentech

ଭୁବନେଶ୍ବର, (କଳିଙ୍ଗ ଜ୍ୟୋତି), ୦୮/୦୭ : କରୋନା ଭୂତାଣୁ ଯୋଗୁ ରାଜ୍ୟ ରାଜକୋଷରେ ଆର୍ଥିକ ସଙ୍କଟ ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ବିଭାଗରେ ନୂଆ ନିଯୁକ୍ତି ସୃଷ୍ଟି ଉପରେ ଗତ ମଙ୍ଗଳବାର ରୋକ୍‌ ଲଗାଇଥିଲେ। ତେବେ ସରକାରଙ୍କ ଏହି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ବିରୋଧ କରାଯିବାରୁ ବୁଧବାର ସରକାରଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ଆର୍ଥିକ କଟକଣା ଏବଂ ନୂଆ ନିଯୁକ୍ତି ପ୍ରସଙ୍ଗରେ ଅର୍ଥ ବିଭାଗ ସ୍ପଷ୍ଟୀକରଣ ଦେଇ କହିଛି ଯେ, ରାଜ୍ୟରେ ଖାଲି ପଡ଼ିଥିବା ପଦବୀଗୁଡ଼ିକ ପୂର୍ବଭଳି ପୂରଣ କରାଯିବ। ସମସ୍ତ ସରକାରୀ ନିଯୁକ୍ତି ପ୍ରକ୍ରିୟା ଚାଲିବ। କେବଳ ନୂଆ ପଦବୀ ସୃଷ୍ଟି ଉପରେ ସାମୟିକ ଭାବେ କଟକଣା ଲାଗୁ ହୋଇଛି।

Leave A Reply

Your email address will not be published.

3 × 1 =

error: Content is protected !!
Open chat