କେବଳ ଶାସକ ବଦଳିଲେ ସ୍ବେଚ୍ଛାଚାର ହଟିବାର ଗ୍ୟାରେଣ୍ଟି ନାହିଁ: ପ୍ରଧାନ ବିଚାରପତି

0 543
greentech

ନୂଆଦିଲ୍ଲୀ ୦୧/୦୭/୨୦୨୧ କଳିଙ୍ଗ ଜ୍ଯୋତି : ନିର୍ବାଚନ ବଳରେ ଶାସକ ବଦଳାଇ ଦେବା ପାଇଁ ଜନତାଙ୍କର ଥିବା ସାମାନ୍ୟ ଅଧିକାର ନିର୍ବାଚିତଙ୍କ ସ୍ବେଚ୍ଛାଚାର ବଦଳାଇ ଦେବ ବୋଲି କିଛି ଗ୍ୟାରେଣ୍ଟି ନାହିଁ ବୋଲି ଭାରତର ପ୍ରଧାନ ବିଚାରପତି ଏନ୍‌ଭି ରମଣା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ନିର୍ବାଚନ, ଦୈନନ୍ଦିନ ରାଜନୈତିକ ଚର୍ଚ୍ଚା, ସମାଲୋଚନା ଏବଂ ପ୍ରତିବାଦ ହେଉଛି ଗଣତାନ୍ତ୍ରିକ ପ୍ରକ୍ରିୟାର ଅବିଚ୍ଛେଦ୍ୟ ଅଂଶବିଶେଷ।

ବୁଧବାର ଦିନ ‘ଜଷ୍ଟିସ୍‌ ପିଡି ଦେଶାଇ ମେମୋରିଆଲ୍‌ ଟ୍ରଷ୍ଟ୍‌’ର ୧୭ଶ ବାର୍ଷିକୀ ଉତ୍ସବରେ ‘ଆଇନର ଶାସନ’ ଉପରେ ଅଭିଭାଷଣ ପ୍ରଦାନ କରିବା ବେଳେ ‘ସିଜେଆଇ’ ରମଣା ଉପରୋକ୍ତ କଥା କହିବା ସହ କହିଛନ୍ତି ଯେ, ଏ ପର୍ଯ୍ୟନ୍ତ ହୋଇଥିବା ୧୭ଟି ସାଧାରଣ ନିର୍ବାଚନରେ ଲୋକେ ୮ ଥର ଶାସକ ଦଳ ପରିବର୍ତ୍ତନ କରିସାରିଲେଣି। ଏହା ହେଉଛି ସାଧାରଣ ନିର୍ବାଚନର ପ୍ରାୟ ୫୦%।  ବ୍ୟାପକ ଅସମାନତା, ନିରକ୍ଷରତା, ଅନୁନ୍ନତି, ଦାରିଦ୍ର୍ୟ ଏବଂ ଅଜ୍ଞତା ସତ୍ତ୍ବେ ସ୍ବାଧୀନ ଭାରତର ଜନସାଧାରଣ ଆପଣାକୁ ବିଜ୍ଞ ପ୍ରମାଣିତ କରି ଆଶାଜନକ କାର୍ଯ୍ୟ କରିଛନ୍ତି।

ସାଧାରଣ ଜନତା ସେମାନଙ୍କର କର୍ତ୍ତବ୍ୟ ମଧ୍ୟ ଊଣାଅଧିକେ ସୁଚାରୁ ରୂପେ ସମ୍ପାଦନ କରିଛନ୍ତି। କିନ୍ତୁ, ଏବେ କଥା ରହିଲା ରାଷ୍ଟ୍ରର ମୁଖ୍ୟ ସଂସ୍ଥାନଗୁଡ଼ିକୁ ପରିଚାଳନା କରୁଥିବା ବ୍ୟକ୍ତି‌ବିଶେଷଙ୍କ ପାଖରେ। ସେମାନେ ଭାବିବା କଥା ଯେ, ସେମାନେ ନିଜେ କ’ଣ ସମ୍ବିଧାନ ଅନୁସାରେ କାର୍ଯ୍ୟନିର୍ବାହ କରୁଛନ୍ତି?

ଅଳ୍ପ କେତେ ବର୍ଷରେ ଥରେ ଶାସକ ପରିବର୍ତ୍ତନ କରିଦେବା ପାଇଁ ଥିବା ସାମାନ୍ୟ ଅଧିକାର ସାବ୍ୟସ୍ତ ଯେ, ସ୍ବେଚ୍ଛାଚାର ହଟାଇବାର ଗ୍ୟାରେଣ୍ଟି ଦେଇ ପାରିବ ନାହିଁ, ତାହା ଭଲ ଭାବେ ଜଣା ବୋଲି ଭାରତର ପ୍ରଧାନ ବିଚାରପତି କହିଛନ୍ତି।

ପ୍ରାକ୍‌-ସ୍ବାଧୀନ ଭାରତର ଆଇନ ଇତିହାସ ପ୍ରସଙ୍ଗ ଉଲ୍ଲେଖ କରି ପ୍ରଧାନ ବିଚାରପତି ରମଣା କହିଲେ,‘ଆଇନର ଶାସନ’ ଠାରୁ ବରଂ ‘ଆଇନଦ୍ବାରା ଶାସନ’ ପାଇଁ ବ୍ରିଟିସ୍ ଶାସନର ପ୍ରସିଦ୍ଧ ଥିଲା। ସେଥିପାଇଁ ଆଇନରେ ନ୍ୟାୟ ଓ ସମାନତା ଆଦର୍ଶ ରହିବା ଉଚିତ ବୋଲି ସେ ଗୁରୁତ୍ବାରୋପ ସେ କରି କହିଛନ୍ତି।

Leave A Reply

Your email address will not be published.

15 + seventeen =

error: Content is protected !!
Open chat