କୋକସରା : ଯୁବକର ଏକତରଫା ପ୍ରେମର ଦୁଃଖଦ ପରିଣତି – ମାନସିକ ଚାପଗ୍ରସ୍ତ ହୋଇ ଶେଷରେ ନାବାଳିକାଙ୍କ ଆତ୍ମହତ୍ୟା

0 356
greentech

ଧର୍ମଗଡ଼ / କୋକସରା, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୪/୦୮ : ଯେଉଁ ହାତରେ ଆଜି ଭଉଣୀ ରାଖୀ ବାନ୍ଧି ଥାନ୍ତା ସେହି ହାତ ଆଜି ଭଉଣୀ ର ଶବ ଉଠେଇଛି । ଏମିତି ଏକ ଦୁଃଖଦ ଘଟଣା ଦେଖିବା କୁ ମିଳିଛି କୋକସରା ଥାନା ତେଣ୍ଡାପାଲି ପଞ୍ଚାୟତ ଶାଗବାହାଲି ଗ୍ରାମ ରେ ।

ସୂଚନା ଅନୁସାରେ, ଶାଗବାହାଲି ଗ୍ରାମର ଦନ୍ତେଶ୍ୱର ବାଗଙ୍କ ନାବାଳିକା ଝିଅ ବେକରେ ଓଢଣୀ ଦେଇ ଆତ୍ମ ହତ୍ୟା କରିଥିବା ପରିବାର ପକ୍ଷରୁ ସୂଚନା ମିଳିଛି । ପରିବାର ପକ୍ଷରୁ ଝିଅ କୁ ତୁରନ୍ତ ଉଦ୍ଧାର କରି ଧର୍ମଗଡ଼ ହସ୍ପିଟାଲକୁ ନେଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରିବାର ବର୍ଗ ଙ୍କ କହିବା ଅନୁସାରେ ପଡୋଶୀ ବେହେରା ଗ୍ରାମର କିଛି ଯୁବକ, ନାବାଳିକା ଙ୍କ ଘରକୁ ଯାଇ ତାଙ୍କ ବାପା ଓ ଭାଇ ଙ୍କ ସହିତ ଝଗଡା କରି ଝିଅ କୁ ମଧ୍ୟ ମାନସିକ ନିର୍ଯାତନା ଦେଇଥିଲେ, ଏହାକୁ ସହ୍ୟ କରିନପାରି ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି । ଏ ନେଇ ପରିବାର ପକ୍ଷରୁ କୋକସରା ଥାନା ରେ ଏକ ମାମଲା ଦାୟର କରିଥିବା ବେଳେ ତଦନ୍ତକାରୀ ଏ ଏସ ଆଇ ଜନ୍ମେଜୟ ବାଗ ଶବ ବ୍ୟବଛେଦ ପରେ ପରିବାର କୁ ହସ୍ତାନ୍ତର କରି ତଦନ୍ତ ପରେ ସମସ୍ତ ତଥ୍ୟ ଜଣାପଡିବ ବୋଲି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

6 + 4 =

error: Content is protected !!
Open chat