କୋଭାକ୍ସିନ ଉତ୍ପାଦନରେ ବାଛୁରୀ ସିରମ ବ୍ୟବହାର କରାଯାଉନାହିଁ : ସରକାର

0 429
greentech

ନୂଆଦିଲ୍ଲୀ ୧୬/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : କରୋନା ଟିକା କୋଭାକ୍ସିନ ପ୍ରସ୍ତୁତିରେ କଣ ବାଛୁରୀ ସିରମ (ରକ୍ତ ନମୁନା) ବ୍ୟବହାର ହେଉଛି ? ଏପରି ଏକ ପ୍ରଶ୍ନ ସାରା ଦେଶରେ ଏବେ ଚର୍ଚ୍ଚାର ବିଷୟ ହୋଇଛି ?

କୋଭାକ୍ସିନ ପ୍ରସ୍ତୁତିରେ କଅଁଳା ବାଛୁରୀର ରକ୍ତ ବ୍ୟବହାର କରାଯାଉଥିବା କଂଗ୍ରେସ ସଦସ୍ୟ ଗୌରବ ପଣ୍ଢି କହିଛନ୍ତି । ସୂଚନା ଅଧିକାର ଆଇନ ବଳରେ ସେ ସରକାରଙ୍କଠାରୁ ଏପରି ତଥ୍ୟ ପାଇଥିବା ସେ ଦାବି କରିଛନ୍ତି । କିନ୍ତୁ ସରକାର ତାଙ୍କର ଏହି ଦାବିକୁ ଖାରଜ କରିଦେଇଛନ୍ତି । ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ସରକାରୀ ତଥ୍ୟର ଭୁଲ ଅର୍ଥ ବାହାର କରି ସେ ସୋସିଆଲ ମିଡିଆରେ ମିଥ୍ୟା ପ୍ରଚାର ଚଳାଇଛନ୍ତି ।

ପ୍ରକୃତରେ କୋଭାକ୍ସିନ ଗବେଷଣା ବେଳେ ଭେରୋ ସେଲ ପ୍ରସ୍ତୁତି ପାଇଁ ବାଛୁରୀ ରକ୍ତ ନମୁନା (ସେରମ) ବ୍ୟବହାର କରାଯାଇଥିଲା । କିନ୍ତୁ ଚୂଡ଼ାନ୍ତ ଟିକା ପ୍ରସ୍ତୁତିରେ ଏହାର ବ୍ୟବହାର କରାଯାଉନାହିଁ ।

ଟିକା ଗବେଷଣା ପାଇଁ ବିଗତ ଅନେକ ବର୍ଷ ହେଲେ ଏହି ପଦ୍ଧତି ବ୍ୟବହାର କରାଯାଉଛି । ପୂର୍ବରୁ ପୋଲିଓ, ଇବଫ୍ଲୁଏନଜା ଓ ଜଳାନ୍ତକ ଟିକା ପାଇଁ ଏପରି ପଦ୍ଧତି ବ୍ୟବହାର କରାଯାଇଥିଲା ।

Leave A Reply

Your email address will not be published.

sixteen − 16 =

error: Content is protected !!
Open chat