‘କୋଭାସ୍କିନ୍‌’: ଭାରତର ପ୍ରଥମ କୋଭିଡ୍‌-୧୯ ପ୍ରତିଷେଧକ ଟିକା ଉଦ୍ଭାବନର ମହାନାୟକ ଡକ୍ଟର କ୍ରିଷ୍ଣା ଏଲା – ଜଣେ ଚାଷୀ ପରିବାରର ପୁଅ

0 239
greentech

ହାଇଦ୍ରାବାଦ୍‌ (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୪/୦୭ : ଦେଶରେ ପ୍ରଥମ କୋଭିଡ୍‌-୧୯ ପ୍ରତିଷେଧକ ଟିକା ‘କୋଭାସ୍କିନ୍‌’ ମାନବୀୟ ପରୀକ୍ଷଣ ଲାଗି ପ୍ରସ୍ତୁତ । ଆଇସିଏମ୍‌ଆର୍‌ ସହ ମିଶି ହାଇଦ୍ରାବାଦ୍‌ର ଭାରତ ବାୟୋଟେକ୍ ନାମକ ଏକ କମ୍ପାନି‌ ଏହି ଟୀକା ଉଦ୍ଭାବନ କରିବାରେ ସମର୍ଥ ହୋଇଛି ବୋଲି ସୂଚନା ରହିଛି। ତେବେ ଏହି ଟିକା ପଛର ନାୟକ – ଏକ ମଧ୍ୟମ ବର୍ଗର ଚାଷୀ ପରିବାରର ପୁଅ ଡକ୍ଟର କ୍ରିଷ୍ଣା ଏଲା, ଯିଏକି ବର୍ତ୍ତମାନ ଭାରତ ବାୟୋଟେକ୍‌ କମ୍ପାନିର ଅଧ୍ୟକ୍ଷ।

ଡକ୍ଟର କ୍ରିଷ୍ଣା ଏଲା କହନ୍ତି, ‘କୃଷି ଉପରେ ପାଠ ପଢ଼ା ସାରିବା ପରେ ମୁଁ ପ୍ରଥମେ ଚାଷ କାମ କରିବି ବୋଲି ଭାବି ଥିଲି। ମାତ୍ର ମୋର ଆର୍ଥିକ ସମସ୍ୟା ହେତୁ ମୁଁ ‘ବେୟର୍‌’  ଔଷଧ କମ୍ପାନିରେ ଚାକିରି କଲି। ସେହି ସମୟରେ ମୁଁ ସ୍କଲାରସିପ୍‌ ପାଇଁ ପାଠ ପଢ଼ିବାକୁ ଆମେରିକା ପଳାଇଲି ।’ ଡକ୍ଟର କ୍ରିଷ୍ଣା ୟୁନିଭରସିଟି ଅଫ୍‌ ହୱାଇରେ ମାଷ୍ଟର୍‌ ଡିଗ୍ରି କରିବା ପରେ ୟୁନିଭରସିଟି ଅଫ୍‌ ୱିସ୍‌କନ୍‌ସିନ୍‌-ମେଡିସନ୍‌ ନିଜର ପିଏଚ୍‌ଡି ଶେଷ କରି ୧୯୯୫ ମସିହାରେ ଭାରତ ଫେରିଥିଲେ।

ଟିକା ବାହାର କରି ସାରିବା ପରେ ଏକ ସାକ୍ଷାତ୍‌କାରରେ କ୍ରିଷ୍ଣା କହିଛନ୍ତି, ‘ମୋର ଭାରତ ଫେରିବାର କୌଣସି ଯୋଜନା ନଥିଲା। ମାତ୍ର ମୋ ମାଆ ବାଧ୍ୟ କରିବାରୁ ମୁଁ ଭାରତ ଆସିବାକୁ ବାଧ୍ୟ ହେଲି। ମୁଁ ଭାରତରୁ ଏକ ବ୍ୟବସାୟ ଯୋଜନା ନେଇ ଆସିଥିଲି।  ଭାରତରେ ଚାହିଦା ରହିଥିବା ଶସ୍ତା ହେପାଟାଇଟ୍‌ସ ଟିକା ବାହାର କରିବି ବୋଲି ଚିନ୍ତା କରିଥିଲି ।’

Leave A Reply

Your email address will not be published.

19 − 19 =

error: Content is protected !!
Open chat