କୋଭିଡ କଟକଣା ମଧ୍ୟରେ ଆରମ୍ଭ ହେଲା ବିଧାନସଭା ମୌସୁମୀ ଅଧିବେଶନ

0 452
greentech

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୩୦/୦୯ : କୋଭିଡ କଟକଣା ମଧ୍ୟରେ ଓଡିଶା ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ଏହି ଅଧିବେଶନ ଅକ୍ଟୋବର ୭ ପର୍ଯ୍ୟନ୍ତ ଚାଲିବ । ୧୬ତମ ବିଧାନସଭାର ୪ର୍ଥ ଅଧିବେଶନରେ ମୋଟ ୮ଟି କାର୍ଯ୍ୟ ଦିବସ ରହିବ । ଏଥିରେ ୭ଟି ସରକାରୀ ଦିବସ ଗୋଟିଏ ବେସରକାରୀ ଦିବସ ରହିଛି । ଅକ୍ଟୋବର ୨ ଗାନ୍ଧି ଜୟନ୍ତି ପାଇଁ ବିଧାନସଭା ବନ୍ଦ ରହିବ । ତେବେ ଅକ୍ଟୋବର ୪ ତାରିଖ ରବିବାର ହେଲେ ମଧ୍ୟ ବିଧାନସଭାର ଅଧିବେଶନ ଚାଲିବ । ଗତ ୧୪ ତାରିଖ ଦିନ ବିଧାନସଭା ସଚିବାଳୟ ପକ୍ଷରୁ ଏସମ୍ପର୍କରେ ବିଜ୍ଞପ୍ତି ଜାରି ହୋଇଥିଲା ।

ଏହି ଅଧିବେଶନ କାଳରେ ପ୍ରଶ୍ନକାଳ ଛାଡ଼ି ଶୂନ୍ୟକାଳ, ମୂଲତବୀ ପ୍ରସ୍ତାବ, ମୋସନ ରହିବ । ବସିବା ବେଳେ ବିଧାୟକମାନେ ୪ ଫୁଟ୍‌ ଦୂରତା ବଜାୟ ରଖୁଛନ୍ତି । ବିଧାନସଭା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣକରା ଯାଇଛି । କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ମନ୍ତ୍ରୀ , ବିଧାୟକ, ପିଏସଓ , ବିଧାନସଭା କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କର କରୋନା ପରୀକ୍ଷା କରାଯାଇଛି ।

ଓଡିଶା ବିଧାନସଭାର ମୌସୁମୀ ଅଧିବେଶନ ସଂସଦ ଢାଂଚାରେ ବସୁଛି । ୨ ପର୍ଯ୍ୟାୟରେ ସାଢେ ୪ ଘଂଟା ଗୃହ ପରିଚାଳିତ ହୋଇଥିଲା । ପ୍ରଥମ ଦିନ ୧୧ଟାରୁ ଆରମ୍ଭ ହୋଇଥିଲା । ପ୍ରଥମାର୍ଦ୍ଧରେ ଶୋକ ପ୍ରସ୍ତାବ ପାରିତ ହେବା ପରେ ଗୃହ ମୁଲତବୀ ଘୋଷଣା ହୋଇଥିଲା । ପୁଣି ଅପରାହ୍ନ ୩ଟାରୁ ଗୃହ କାର୍ଯ୍ୟ ଆରମ୍ଭ ହୋଇ ଅପରାହ୍ଣ ୫ଟାରେ ଶେଷ ହୋଇଥିଲା । ବୁଧବାର ଠାରୁ ଗୃହ କାର୍ଯ୍ୟ ପ୍ରଥମ ପର୍ଯ୍ୟାୟ ପୂର୍ବାହ୍ନ ୧୦ଟା ୩୦ରୁ ଦିନ ଗୋଟାଏ ଯାଏଁ ଚାଲିବ ଓ ପରେ ଦ୍ୱିତୀୟ ପର୍ଯ୍ୟାୟ ଗୃହ କାର୍ଯ୍ୟ ୩ଟାରୁ ୫ଟା ଯାଏଁ ପରିଚାଳିତ ହେବ ।

Leave A Reply

Your email address will not be published.

17 + 1 =

error: Content is protected !!
Open chat