କୋଭିଡ ଟିକା ସଂପୂର୍ଣ୍ଣ ନିରାପଦ ଓ ଫଳପ୍ରଦ : ଡ.ଜୟନ୍ତ ପଣ୍ଡା

0 304
greentech

ପ୍ରଥମେ କେବଳ ସ୍ବାସ୍ଥ୍ୟ କର୍ମୀଙ୍କୁ ଟିକା ଦିଆଯିବ, ପ୍ରଥମ ଡୋଜର ୨୮ ଦିନ ପରେ ୨ୟ ଡୋଜ୍

ଭୁବନେଶ୍ବର : ଆସନ୍ତା ୧୬ ତାରିଖରୁ ଓଡ଼ିଶା ସମେତ ସାରା ଦେଶରେ କରୋନା ଟିକାକରଣ ଆରମ୍ଭ ହେବ । ଏଥିପାଇଁ ରାଜ୍ୟରେ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ପ୍ରଥମେ କେବଳ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀମାନଙ୍କୁ ଟିକା ଦିଆଯିବ । ମାତ୍ର ସେମାନଙ୍କ ପରିବାରକୁ ଟିକା ଦିଆଯିବ ନାହିଁ ବୋଲି ଏସସିବି ମେଡିସିନ ବିଭାଗର ମୁଖ୍ୟ ତଥା ରାଜ୍ୟ ସରକାରଙ୍କ ବୈଷୟିକ ପରାମର୍ଶଦାତା ଡ.ଜୟନ୍ତ ପଣ୍ଡା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଯେଉଁମାନେ ଟିକାନେବେ ତାହାର ୨୮ ଦିନ ପରେ ସେମାନେ ଟିକାର ୨ୟ ଡୋଜ ନେବେ ।

ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ଏହି ଟିକା ସଂପୂର୍ଣ୍ଣ ସୁରକ୍ଷିତ । କାରଣ ଭାରତୀୟ ଔଷଧ ମହାନିୟନ୍ତ୍ରକ ଏସବୁ ଟିକାର ପରୀକ୍ଷଣ କରି ସନ୍ତୁଷ୍ଟ ହେବା ପରେ ହିଁ ମଂଜୁରୀ ଦେଇଛନ୍ତି । ଗତ ୧୦ ମାସ ଧରି ଏସବୁ ଟିକାର ପୁଙ୍ଖାନୁପୁଙ୍ଖ ପରୀକ୍ଷଣ ଚାଲିଥିଲା । ଏଣୁ ଏହା ନିଶ୍ଚିତଭାବେ ନିରାପଦ ଓ ଫଳପ୍ରଦ ହେବ ।

ସେ କହିଛନ୍ତି ଯେ ଏହି ଟିକାନେବା ବାଧ୍ୟତାମୂଳକ ନୁହେଁ, ସଂପୂର୍ଣ୍ଣ ଇଚ୍ଛାଧୀନ । ମାତ୍ର ଯେଉଁମାନେ ନିଜକୁ ସୁରକ୍ଷିତ କରିବାକୁ ଚାହିଁବେ ଓ ସଂକ୍ରମଣକୁ ରୋକିବାକୁ ଚାହିଁବେ ସେମାନେ ଏହି ଟିକା ନେବା ଉଚିତ । ସେହିପରି ଯେଉଁମାନେ କୋଭିଡ ଆକ୍ରାନ୍ତ ହୋଇ ଭଲ ହୋଇଛନ୍ତି, ସେମାନେ ଏହି ଟିକା ନେଇ ନିଜକୁ ସୁରକ୍ଷିତ କରିବା ଆବଶ୍ୟକ ।

Leave A Reply

Your email address will not be published.

three − 2 =

error: Content is protected !!
Open chat