କୋରନା ବିଶ୍ୱରେ ୨୪ ଘଣ୍ଟାରେ ୫ ହଜାର ଜୀବନ ନେଲା

0 419
greentech

କଳିଙ୍ଗ ଜ୍ୟୋତି ନୂଆଦିଲ୍ଲୀ ୨୫/୦୬: ବିଶ୍ୱରେ କରୋନା ସ୍ଥିତି ଚିନ୍ତାଜନକ ହୋଇପଡ଼ିଛି। ଦିନକୁ ଦିନ ମୃତ, ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଅନ୍ୟପକ୍ଷେ ମେଡିସିନ ବା ଭାକ୍ସିନ ବାହାରି ପାରି ନ ଥିବାରୁ ଏହାକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇ ପଡୁଛି।

ଗତ ୨୪ ଘଣ୍ଟାରେ ବିଶ୍ୱରେ କରୋନାରେ ୫ ହଜାରରୁ ଅଧିକ ଜଣକ ଜୀବନ ଯାଇଛି । ସେହିପରି ବିଶ୍ୱରେ ଗୋଟିଏ ଦିନରେ ଲକ୍ଷେ ୭୯ ହଜାର ୭୭୭ ଆକ୍ରାନ୍ତ ହୋଇଛନ୍ତି। ଏହାକୁ ମିଶାଇ ବିଶ୍ୱରେ ମୃତକଙ୍କ ସଂଖ୍ୟା ୪ ଲକ୍ଷ ୮୩ ହଜାର ୯୧୬ରେ ପହଞ୍ଚିଛି ।ସେହିପରି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୫ ଲକ୍ଷ ୧୬ ହଜାର ୮୭୬କୁ ବୃଦ୍ଧି ପାଇଛି। 

ଆମେରିକାରେ ସର୍ବାଧିକ୨୪ ଲକ୍ଷ ୬୨ ହଜାର ଆକ୍ରାନ୍ତ ହୋଇଥିବାଅବେଳେ ୧ ଲକ୍ଷ ୨୪ ହଜାର ଲୋକଙ୍କର ମୃତ୍ୟୁ ଘଟିଛି। ସେହିପରି ବ୍ରାଜିଲରେ ୧୧ ଲକ୍ଷ ୯୨ ହଜାର ୪୭୪ ଆକ୍ରାନ୍ତ ହୋଇଥିବା ବେଳେ ୫୩ ହଜାର ୮୭୪ ଜଣଙ୍କ ଜୀବନ ଗଲାଣି । ରୁଷିଆରେ ୬ ଲକ୍ଷ ୬ ହଜାର ୮୮୧ ଆକ୍ରାନ୍ତ ହୋଇଥିବା ବେଳେ ୮ ହଜାର ୫୧୩ଜଣଙ୍କ ମୃତ୍ୟୁ ହେଲାଣି। ଅନ୍ୟ ଦେଶରେ ମଧ୍ୟ ସ୍ଥିତି ଉଦବେଗଜନକ ରହିଛି।

Leave A Reply

Your email address will not be published.

fifteen − 10 =

error: Content is protected !!
Open chat