କ୍ରିକେଟ ଜୀବନକୁ ଅଲବିଦା କହିଲେ ହରଭଜନ

0 846
greentech

ନୂଆଦିଲ୍ଲୀ ୨୪/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଭାରତୀୟ କ୍ରିକେଟ ଟିମର ତାରକା ସ୍ପିନର ହରଭଜନ ସିଂ କ୍ରିକେଟରୁ ଅବସର ନେଇଥିବା ଘୋଷଣା କରିଛନ୍ତି। ହରଭଜନ ସିଂ ୧୯୯୮ରେ ଆନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ। ୨୩ ବର୍ଷ ପରେ ସେ କ୍ରିକେଟ ଜୀବନରୁ ସବୁଦିନ ପାଇଁ ବିଦାୟ ନେବାକୁ ନିଷ୍ପତ୍ତି ନେଇଛନ୍ତି । ହରଭଜନ ସିଂ ମାତ୍ର ୧୭ବର୍ଷ ବୟସରେ କ୍ରିକେଟ୍ କ୍ୟାରିୟର ଆରମ୍ଭ କରିଥିଲେ ଏବଂ ଆଜି ତାଙ୍କୁ ୪୧ ବର୍ଷ ବୟସ ହୋଇଛି।

୧୯୯୮ରେ ଚେନ୍ନାଇରେ ଅଷ୍ଟ୍ରେଲିଆ ବିପକ୍ଷରେ ଏକ ଟେଷ୍ଟ ମ୍ୟାଚ୍ ସହ ହରଭଜନ ସିଂ ଅନ୍ତର୍ଜାତୀୟ କ୍ରିକେଟସ୍ତରରେ ଡେବ୍ୟୁ କରିଥିଲେ। ଏହା ପରେ ହରଭଜନ ସିଂ ସେହି ବର୍ଷ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୱାନଡେ ଡେବ୍ୟୁ କରିଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ହରଭଜନ ସିଂ ୨୦୦୬ରେ ଟି -୨୦ରେ ପ୍ରବେଶ କରିଥିଲେ।

ହରଭଜନ ସିଂ ୧୬ବର୍ଷ ଧରି ଦେଶ ପାଇଁ କ୍ରିକେଟ୍ ଖେଳିଥିଲେ ଏବଂ ବହୁତ ସଫଳ ପାଇଥିଲେ। ସେ ଭାରତୀୟ କ୍ରିକେଟ ଟିମ୍ ତରଫରୁ ୧୦୩ ଟି ଟେଷ୍ଟ ମ୍ୟାଚ୍ ଖେଳି ୪୧୭ ଟି ୱିକେଟ ହାସଲ କରିଥିଲେ । ଏହାସହ ସେ ୨ ଟି ଶତକ ସହ ୨୨୩୫ ରନ କରିବାକୁ ସକ୍ଷମ ହୋଇଥିଲେ । ଅନ୍ୟପଟେ ସେ ୨୩୬ ଟି ଏକଦିବସୀୟ ମ୍ୟାଚ ଖେଳି ୨୬୯ ୱିକେଟ ନେବା ସହ ଟି-୨୦ ରେ ୨୮ ଟି ମ୍ୟାଚ ଖେଳି ୨୫ ଟି ୱିକେଟ ହାସଲ କରିଛନ୍ତି । ଅନିଲ କୁମ୍ବଲେ,କପିଲ ଦେବ ଓ ରବିଚନ୍ଦ୍ର ଅଶ୍ୱନୀଙ୍କ ପରେ ଟେଷ୍ଟ ମ୍ୟାଚରେ ସର୍ବାଧିକ ୱିକେଟ ହାସଲ କରିବାର ଗୌରବ ଅର୍ଜନ କରିଛନ୍ତି ହରଭଜନ ।

Leave A Reply

Your email address will not be published.

thirteen + ten =

error: Content is protected !!
Open chat