
ଖୋର୍ଦ୍ଧା, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୧/୦୭ : ଖୋର୍ଦ୍ଧା ଆଦର୍ଶ ଥାନାକୁ ମଙ୍ଗଳବାର କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଖୋର୍ଦ୍ଧା ଆଦର୍ଶ ଥାନାର ଯୋଦ୍ଧା ତଥା ଦୁଇ ସହକାରୀ ସବ-ଇନ୍ସପେକ୍ଟର ଓ ଜଣେ କନେଷ୍ଟବଳ କରୋନା ପଜିଟିଭ ଭାବେ ଚିହ୍ନଟ ହେବା ପରେ ଏପରି ପଦକ୍ଷେପ ନିଆଯାଇଛି। ଗତ ସପ୍ତାହରେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ କରୋନା ଯୋଦ୍ଧା କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଏପରିକି କାର୍ୟ୍ୟରତ ସମସ୍ତ ଅଧିକାରୀଙ୍କ ସମେତ କର୍ମଚାରୀଙ୍କ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। ଖୋର୍ଦ୍ଧା ଜିଲା ସମେତ ପୌରାଞ୍ଚଳରେ କରୋନା ନିଜର କାୟା ବିସ୍ତାର କରିଚାଲିଛି।

ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଆଦର୍ଶ ଥାନାକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯିବା ସହିତ ଥାନାକୁ ଅଭିଯୋଗ କରିବା ପାଇଁ ଆସୁଥିବା ଅଭିଯୋଗକାରୀଙ୍କ ଅଭିଯୋଗ ପତ୍ର ଆବେଦନ ପାଇଁ ଥାନାର ସମ୍ମୁଖ ଗେଟରେ ଆବେଦନ ବାକ୍ସ ରଖାଯାଇଛି। ଫଳରେ ଅଭିଯୋଗକାରୀ ଅଭିଯୋଗ ଉକ୍ତ ବାକ୍ସରେ ପକାଇବା ପରେ ଅଭିଯୋଗ ପତ୍ରକୁ ଗ୍ରହଣ କରାଯାଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଥାନା ପକ୍ଷରୁ ସୂଚନା ଦିଆଯାଇଛି ।
