ଘରେ ନବବିବାହିତଙ୍କୁ ଆଶ୍ରୟ ଦେଇଥିବାରୁ ପରିବାରର ୪ ସଦସ୍ୟଙ୍କୁ ଆକ୍ରମଣ

0 295
greentech

ଘସିପୁରା: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ରାମଚନ୍ଦ୍ରପୁର ଗ୍ରାମର ବେଣୁଧର ବେହେରାଙ୍କ ପରିବାରକୁ ଆକ୍ରମଣ କରାଯାଇଛି | ଏଥିରେ ୪ ଜଣ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି | ମିଳିଥିବା ଅଭିଯୋଗ ମୁତାବକ ରାମଚନ୍ଦ୍ରପୁର ଗ୍ରାମର ବେଣୁଧର ବେହେରାଙ୍କ ପୁତୁରା ନିକଟସ୍ଥ ଖଲଣା ଗ୍ରାମର ରମେଶ ବେହେରାଙ୍କ ଭାଣିଜୀକୁ ଦୁଇ ମାସ ତଳେ ପ୍ରେମ ବିବାହ କରିଥିଲେ | ଉଭୟ ପୁତୁରା ଓ ବୋହୂଙ୍କୁ ବେଣୁଧର ନିଜ ଘରେ ଆଶ୍ରୟ ଦେଇଥିଲେ | ଏହାକୁ ନେଇ ରମେଶ ଓ ବେଣୁଧରଙ୍କ ମଧ୍ୟରେ ଶତ୍ରୁତା ସୃଷ୍ଟି ହୋଇଥିଲା |

ଗତକାଲି ସନ୍ଧ୍ୟାରେ ରମେଶ ବେହେରା ନିଜର ୮ରୁ ୧୦ ଜଣ ସାଙ୍ଗଙ୍କୁ ଧରି ବେଣୁଧରଙ୍କ ଘର ଉପରେ ଧାରୁଆ ଅସ୍ତ୍ରରେ ଅଚାନକ ଆକ୍ରମଣ କରିଥିଲେ | ଏଥିରେ ବେଣୁଧରଙ୍କ ସମେତ ତାଙ୍କ ପତ୍ନୀ ମାଳତୀ ବେହେରା, ପୁଅ ରଞ୍ଜନ ବେହେରା, ବୋହୂ ଅର୍ଣ୍ଣପୁର୍ଣ୍ଣା ବେହେରା ଆହତ ହୋଇ ସ୍ଥାନୀୟ ସାଇଁକୁଳ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି |

ଖଣ୍ଡା ଚୋଟରେ ବେଣୁଧର ଗୁରୁତର ଆହତ ହୋଇଥିବା ଜଣାପଡିଛି | ଏନେଇ ଖବର ପାଇବା ପରେ ରାମଚନ୍ଦ୍ରପୁର ଥାନା ଭାରପ୍ରାପ୍ତ ଅଧିକାରୀ ରାଜେନ୍ଦ୍ର ସ୍ୱାଇଁ ଡାକ୍ତରଖାନାରେ ପହଂଚି ବେଣୁଧରଙ୍କଠାରୁ ଘଟଣା ସମ୍ପର୍କରେ ଖୋଳତାଡ଼ କରି ଖଲଣା ଗାଁରେ ଚଢ଼ାଉ କରିଛନ୍ତି | ଆକ୍ରମଣକାରୀ ଯୁବକ ଫେରାର ହୋଇଥିବାବେଳେ ପୁଲିସ ପକ୍ଷରୁ ତାଙ୍କୁ ଧରିବାକୁ ଉଦ୍ୟମ କରାଯାଉଛି |

Leave A Reply

Your email address will not be published.

18 + eighteen =

error: Content is protected !!
Open chat