
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୫/୦୮ : କରୋନା ମହାମାରୀ ସମୟରେ ଭାଇରସରେ ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ରାଜ୍ୟ ସରକାର ଘରୋଇ ହସ୍ ପିଟାଲ ପାଇଁ ଫି’ ଧାର୍ଯ୍ୟ କରିଛନ୍ତି। ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ରାଜ୍ୟର ସମସ୍ତ ଜିଲ୍ଲାପାଳ ଏବଂ ସିଡିଏମ୍ଓଙ୍କୁ ଚିଠି ଲେଖିଛନ୍ତି। ଚିଠି ଅନୁସାରେ ଘରୋଇ ହସ୍ପିଟାଲରେ ସାଧାରଣ ବେଡ଼ ପାଇଁ ଫି’ ଦିନକୁ ୧୭୫୦ ଟଙ୍କା ଧାର୍ଯ୍ୟ ରହିବ।



ସେହିପରି ଆଇସିୟୁ ଶର୍ଯ୍ୟା ପାଇଁ ଦିନକୁ ଫି’ ୧୨ ହଜାର ଟଙ୍କା, ଆଇସିୟୁ ଭେଣ୍ଟିଲେଟର ପାଇଁ ଦିନକୁ ଫି’ ୧୩ ହଜାର ଟଙ୍କା ଓ କୋଭିଡ କେୟାର ପାଇଁ ଦିନକୁ ଫି’ ୧୦୦୦ ଟଙ୍କା ଫି’ ରହିବ।