ଚୀନକୁ ଝଟକା ଦେଲା ଶ୍ରୀଲଙ୍କା : ଶ୍ରୀଲଙ୍କା ପାଇଁ ଭାରତ ପ୍ରଥମ : ଶ୍ରୀଲଙ୍କା ପାଇଁ ଭାରତ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ରାଷ୍ଟ୍ରପତି ଗୋଟାବାୟ ରାଜପାକ୍ଷେ

0 290
greentech

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୭/୦୮: ଭାରତ ସହ ସୀମାରେ ବିବାଦ ଚାଲିଥିବା ବେଳେ ଚୀନକୁ ଝଟକା ଦେଇଛି ଶ୍ରୀଲଙ୍କା । ଭାରତ ହିଁ ଶ୍ରୀଲଙ୍କାର ପ୍ରଥମ ଗୁରୁତ୍ୱ ରହିବ ବୋଲି କହିଛନ୍ତି ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟାବାୟ ରାଜପାକ୍ଷେ କହିଛନ୍ତି । ସେ କହିଛନ୍ତି ଯେ, ଶ୍ରୀଲଙ୍କା “ପ୍ରଥମେ ଭାରତ’ ନୀତି ଆପଣେଇବ । ଭାରତ ପ୍ରତି ବିପଦକୁ ଶ୍ରୀଲଙ୍କା ଅଣଦେଖା କରିପାରିବ ନାହିଁ ଓ ଏଥିପ୍ରତି କଲମ୍ବୋକୁ ଧ୍ୟାନ ଦେବାକୁ ପଡ଼ିବ । ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ଏହି ମନ୍ତବ୍ୟ ପରୋକ୍ଷରେ ଚୀନ୍ ଆଡ଼କୁ ଇସାରା କରିଛି । ଶ୍ରୀଲଙ୍କାରେ ବଢ଼ୁଥିବା ଚୀନର ପ୍ରଭାବକୁ ନେଇ ଭାରତ ଚିନ୍ତିତ ଥିବା ବେଳେ ଏପରି ମନ୍ତବ୍ୟ ନୂଆଦିଲ୍ଲୀକୁ ବେଶ୍ ସୁହାଇବ । ନିକଟରେ ଶ୍ରୀଲଙ୍କାର ବୈଦେଶିକ ସଚିବ ମଧ୍ୟ ଚୀନକୁ ଆକ୍ଷେପ କରି ମନ୍ତବ୍ୟ ଦେଇଥିଲେ । ହମ୍ବାଟୋଟା ବନ୍ଦରକୁ ଚୀନକୁ ୯୯ ବର୍ଷ ଲିଜ୍ ଦିଆଯିବା ଏକ ବଡ଼ ଭୁଲ୍ ଥିଲା ବୋଲି କହିଛନ୍ତି ବୈଦେଶିକ ସଚିବ ଜୟନାଥ କହିଛନ୍ତି ।ବର୍ତ୍ତମାନ ନେପାଳ ସମେତ ସମସ୍ତ ପଡୋଶୀ ଦେଶଙ୍କ ସହିତ ଭାରତର ସମ୍ପର୍କ ଉତେଜନା ପୂର୍ଣ୍ଣ ଚାଲିଛି । ଶ୍ରୀଲଙ୍କା ଭାରତକୁ ଏହି ସମୟରେ ଆଶ୍ୱସ୍ତ କରିବା ପାଇଁ ଚେଷ୍ଟ କରିଛି । ଶ୍ରୀଲଙ୍କାର ବିଦେଶ ସଚିବ ଜୟନାଥ କୋଲବେଜ କହିଛନ୍ତି ଯେ ଶ୍ରୀଲଙ୍କା ନିଜର ବିଦେଶ ନୀତିରେ ଭାରତକୁ ପ୍ରଥମେ ଆପଣାଇବ ଓ ଭାରତର ସମସ୍ତ ସାମରିକ ହିତାକୁ ସୁରକ୍ଷା କରିବ । ଗତ କିଛି ଦିନରେ ଘଟିଥିବା ଘଟଣା କ୍ରମପାରେ ଆଶଙ୍କା କରାଯାଉଥିଲା କି ଶ୍ରୀଲଙ୍କା ଭାରତ ଅପେକ୍ଷା ଚୀନ ପଟକୁ ଅଧିକ ଧ୍ୟାନ ଦେବ । କୋଲବେଜ ପ୍ରଥମ ଏହିପରି ବିଦେଶ ସଚିବ ଯାହାଙ୍କର ପୃଷ୍ଠଭୂମି ସାମରିକ ଅଟନ୍ତି । ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟ ବାୟା ରାଜପକ୍ଷେ ତାଙ୍କୁ ଅଗଷ୍ଟ ୧୪ ତାରିଖରେ ପ୍ରଥମଥର ପାଇଁ ବିଦେଶ ମନ୍ତ୍ରଣାଳୟର ଦାଇତ୍ୱ ଦେଇଥିଲେ।

କୋଲବେଜ ୨୦୧୨ ରୁ ୨୦୧୪ ପର୍ଯ୍ୟନ୍ତ ଶ୍ରୀଲଙ୍କା ନୌସେନାର ମୁଖ୍ୟ ଥିଲେ ଓ ପରେ ବିଦେଶ ନୀତି ବିସ୍ଲେସକ ଭାବରେ ଯୋଗ ଦେଇଥିଲେ । ଶ୍ରୀଲଙ୍କାର ଗୋଟିଏ ଖବର କାଗଜକୁ ସାକ୍ଷାତ୍କାରରେ କହିଥିଲେ “ଶ୍ରୀଲଙ୍କା ଏମିତି କିଛି କରିବନି ଯାହା ଭାରତର ରଣନୀତି ସୁରକ୍ଷା ହିତ ପାଇଁ ହାନିକାରକ ହେବ । ଚୀନ ଦୁନିଆର ଦୁତୀୟା ସ୍ଥାନରେ ଥିବା ସବୁଠୁ ବଡ ଅର୍ଥ ବ୍ୟବସ୍ଥା ଅଟେ ଓ ଭାରତ ଷଷ୍ଠ ସ୍ଥାନରେ ସବୁଠୁ ବଡ ଅର୍ଥ ବ୍ୟବସ୍ଥାର ଦେଶ । ୨୦୧୮ ରେ ଭାରତ ଦୁନିଆର ସବୁଠୁ ଆର୍ଥିକ ମନଦଣ୍ଡରେ ସଦୃଢ଼ ଦେଶ ଥିଲା ଏହାର ଅର୍ଥ ଆମେ ଦୁଇଟି ଆର୍ଥିକ ସୁଦୃଢ ଦେଶ ମଝିରେ ଅଛୁ । ଶ୍ରୀଲଙ୍କା ଏପରି କେବେବି ହେବାକୁ ଦେବନାହିଁ ଯେ ତାର ବ୍ୟବହାର କୌଣସି ଅନ୍ୟଦେଶ ଖାସ କରି ଭାରତ ବିରୁଦ୍ଧରେ କରିବ । ଶ୍ରୀଲଙ୍କା ନା ଏପରି କରିବା ଉଚିତ ନା କରିପାରିବ । ”

କୋଲବେଜ କହିଛନ୍ତି ଯେ ହଵନଟୋଟାର ପ୍ରୋଜେକ୍ଟ ପ୍ରଥମେ ଭାରତକୁ ଚୀନ ଦେବାକୁ ଚାହିଁଥିଲା । କାରଣ ଯାହାବି ହୋଇଥାଉ ଭାରତ ସେହି ପ୍ରୋଜେକ୍ଟକୁ ନେଇ ଆଗକୁ ବଢ଼ିଲା ନାହିଁ ଓ ଏହାପରେ ଏହି ପ୍ରୋଜେକ୍ଟ ଗୋଟିଏ ଚୀନ କମ୍ପାନୀ ହାତକୁ ଗଲା । ବର୍ତ୍ତମାନ ଶ୍ରୀଲଙ୍କା ହଵନଟୋଟାର ୮୫ ପ୍ରତିଶତ ଭାଗ ଚାଇନାରେ ହୋଲ୍ଡିଂଗି କମ୍ପାନୀକୁ ଦେଇ ଦେଇଛୁ ।ବର୍ତ୍ତମାନ ଏହି ସମ୍ପର୍କ ବ୍ୟବସାୟିକ ଗତିବିଧି ପର୍ଯ୍ୟନ୍ତ ସୀମିତ ରହିବ। ଆବଶ୍ୟକ । ସେ କହିଛନ୍ତି ଯେ ପୋର୍ଟ ୱାର୍କର ଟ୍ରେଡ଼ ୟୁନିୟନର ବିରୋଧ ସତ୍ୱେ ରାଜପକ୍ଷ କୋଲମ୍ବ କୋର୍ଟର ପୂର୍ବ ଭାଗରେ ବଥିବା ଟର୍ମିନାଲକୁ ନେଇ ଭାରତ ସହିତ ସହଯୋଗ ରଖି ଆଗକୁ ବଢିବେ । ଭାରତ ସହିତ ଶ୍ରୀଲଙ୍କାର ସମ୍ପର୍କ ସବୁବେଳେ ବନ୍ଧୁତ୍ୱପୂର୍ଣ୍ଣ ରହିବ ।

ରୁଣ ଜାଲରେ ଫସାଇ ବିଭିନ୍ନ ଦେଶରେ ପ୍ରଭାବ ବିସ୍ତାର କରିବାକୁ ଚାହୁଁଛି ଚୀନ୍ । ପ୍ରଥମେ ବେଜିଂ ଏହିସବୁ ଦେଶକୁ ବଡ଼ ଧରଣର ରୁଣ ଦେଇଥାଏ । ତାପରେ ବାରମ୍ବାର ରୁଣ ଫେରାଇବାକୁ ଚାପ ପକାଇଥାଏ । ରୁଣ ନ ଫେରାଇ ପାରିଲେ ସମ୍ପୃକ୍ତ ଦେଶର ବନ୍ଦର କିମ୍ବା ଅନ୍ୟ କୌଣସି ଗୁରୁତ୍ୱପୂର୍ଣ୍ଣ ଜାଗାକୁ ଲିଜ୍ ଆକାରରେ ଦେବାକୁ ବାଧ୍ୟ କରିଥାଏ । ଠିକ୍ ଏହିପରି କୌଶଳ ଆପଣେଇ ଶ୍ରୀଳଙ୍କା ଏକ ବନ୍ଦରକୁ ହାତେଇଛି ଚୀନ୍ । କିଛି ଆଫ୍ରିକୀୟ ଦେଶ ମଧ୍ୟ ଏବେ ଚୀନ୍ ରୁଣ ଭାରରେ ଚିନ୍ତିତ ।

Leave A Reply

Your email address will not be published.

one + fifteen =

error: Content is protected !!
Open chat