ଜରୁରୀ ପରିସ୍ଥିତି ଭାରତ ଇତିହାସରେ ଏକ କଳା ଅଧ୍ୟାୟ- ଅମିତ ଶାହ

0 416
greentech

ନୂଆଦିଲ୍ଲୀ ୨୫/୦୬/୨୦୨୧ କଳିଙ୍ଗ ଜ୍ଯୋତି : ଜରୁରୀ ପରିସ୍ଥିତି ଭାରତ ଇତିହାସରେ ଏକ କଳା ଅଧ୍ୟାୟ। ଗୋଟିଏ ପରିବାର ବିରୋଧରେ ସ୍ୱର ଉତ୍ତୋଳନ କରିଥିବା ଲୋକଙ୍କୁ ଚୁପ୍‍ କରାଇବାକୁ ଏହା ଲାଗୁ କରାଯାଇଥିଲା। ଏହା ଦେଶର ଇତିହାସରେ ଏକ କଳା ଅଧ୍ୟାୟ ହୋଇ ରହିବ। ୨୧ ମାସ କାଳ ନିର୍ଦ୍ଦୟ ଅତ୍ୟାଚାର ସହ୍ୟକରି ଦେଶର ସମ୍ବିଧାନ ଏବଂ ଗଣତନ୍ତ୍ରକୁ ସୁରକ୍ଷା ଦେବାକୁ ଯେଉଁମାନେ ନିରଳସ ଭାବରେ ଲଢେଇ କରିଥିଲେ, ସେମାନଙ୍କ ବଳିଦାନକୁ ସଲାମ୍‍ ବୋଲି କହିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ଜରୁରୀ ପରିସ୍ଥିତିର ଜାରି କରାଯିବାର ୪୬ ବର୍ଷ ପୂରଣ ଅବସରରେ କଂଗ୍ରେସ ଦଳକୁ ଆକ୍ଷେପ କରି ଶ୍ରୀ ଶାହ କହିଛନ୍ତି, ୧୯୭୫ର ଏହି ଦିନରେ ସ୍ୱାର୍ଥପରତା ଏବଂ କ୍ଷମତାର ବର୍ଗକୁ ନେଇ କଂଗ୍ରେସ ଦେଶରେ ଜରୁରୀ ପରିସ୍ଥିତି ଜାରି କରି ବିଶ୍ୱର ସର୍ବବୃହତ ଗଣତନ୍ତ୍ରକୁ ହତ୍ୟା କରିଥିଲା।

Leave A Reply

Your email address will not be published.

20 − eleven =

error: Content is protected !!
Open chat