ଜାମ୍ମୁକାଶ୍ମୀର: ଥାନାରେ ପହଞ୍ଚିଲା ଆଇପିଏସ୍ ବିବାଦ, ଡିଜିପିଙ୍କ ବିରୋଧରେ ଫେରାଦ ହେଲେ ଓଡ଼ିଆ ଆଇପିଏସ୍ ଅଫିସର୍ ବସନ୍ତ ରଥ
କଳିଙ୍ଗ ଜ୍ୟୋତି ନୂଆଦିଲ୍ଲୀ ୨୬/୦୬: ଜାମ୍ମୁକାଶ୍ମୀର ଡିଜିପିଙ୍କ ବିରୋଧରେ ଫେରାଦ ହେଲେ ଓଡ଼ିଆ ଆଇପିଏସ୍ ଅଫିସର୍ ବସନ୍ତ ରଥ। ଥାନାରେ ପହଞ୍ଚିଲା ଆଇପିଏସ୍ ବିବାଦ, ଜାମ୍ମୁ ଓ କାଶ୍ମୀର ଡିଜିପି ଦିଲବାଗ୍ ସିଂଙ୍କ ନାଁରେ ଥାନାରେ ଫେରାଦ ହେଲେ ଓଡ଼ିଆ ଆଇଇପିଏସ୍ ଅଫିସର୍ ତଥା କାଶ୍ମୀର ଆଇଜି ବସନ୍ତ ରଥ। ସେ ଜମ୍ମୁର ଗାନ୍ଧିନଗର ପୋଲିସ୍ ଥାନାରେ ଦିଲବାଗ୍ ସିଂଙ୍କ ନାଁରେ ଏତଲା ଦେଇଛନ୍ତି।
୧୯୮୭ ବ୍ୟାଚ୍ ଆଇପିଏସ୍ ଦିଲବାଗ୍ ସିଂ ଏବେ ଜାମ୍ମୁ ଓ କାଶ୍ମୀର ପୋଲିସ୍ ଡିଜି ଭାବେ କାର୍ଯ୍ୟରତ ରହିଛନ୍ତି। ସେହିପରି ବସନ୍ତ ରଥ କାଶ୍ମୀର ଟ୍ରାଫିକ୍ ଆଇଜି ଭାବେ କାର୍ଯ୍ୟ କରୁଛନ୍ତି। ବସନ୍ତ ସବୁବେଳେ ନିଜ କାର୍ଯ୍ୟଶୈଳୀ ଓ ଅନ୍ଦାଜକୁ ନେଇ ବେଶ୍ ପରିଚିତ। ନିକଟରେ ସେ କାଶ୍ମୀର ଛାତ୍ରଛାତ୍ରୀଙ୍କୁ COMPETITIVE ପରୀକ୍ଷା ପାଇଁ ମାଗଣାରେ ବହି ବାଣ୍ଟି ଚର୍ଚ୍ଚାକୁ ଆସିଥିଲେ। ତାଙ୍କ ଜୀବନ ପ୍ରତି ବିପଦ ଥିବା ସହ ତାଙ୍କ ସମ୍ମାନହାନୀ ହୋଇଥିବା ନେଇ ଏହି ଅଭିଯୋଗରେ ଲେଖିଛନ୍ତି। ଏନେଇ FIR ଦେବାକୁ ସେ ଚାହିଁ ନାହାନ୍ତି । ବରଂ ଘଟଣାକୁ ନେଇ ସେ କେବଳ ପୋଲିସ୍କୁ ଜଣାଇଥିବା ଉଲ୍ଲେଖ କରିଛନ୍ତି।