ଆସନ୍ତାକାଲି ହେରାପଞ୍ଚମୀ – ଅଭିମାନରେ ନନ୍ଦିଘୋଷ ରଥ ଭାଙ୍ଗିବେ ମହାଲକ୍ଷ୍ମୀ

0 217
greentech

ପୂରୀ (କଳିଙ୍ଗ ଜ୍ୟୋତି) ୨୬।୦୬: ଆଜି ବନକଲାଗି ନୀତି ଶେଷ ହେବା ପରେ ଆସନ୍ତାକାଲି ହେରାପଞ୍ଚମୀ ନୀତି ଶ୍ରୀକ୍ଷେତ୍ର ପୁରୀରେ ଅନୁଷ୍ଠିତ ହେବ। ଏଥିପାଇଁ ଗୁଣ୍ଡିଚା ମନ୍ଦିରରେ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପତିମହାପାତ୍ର ଏବଂ ବିଦ୍ୟାପତି ସେବାୟତଙ୍କ ପକ୍ଷରୁ ହେରାପଞ୍ଚମୀ ନୀତି ଆୟୋଜନ କରିବା ଲାଗି ପ୍ରସ୍ତୁତି ଚାଲିଛି।
ବଡ଼ ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ନେଇ ମହାପ୍ରଭୁ ଜଗନ୍ନାଥ ନଅ ଦିନ ପାଇଁ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଛନ୍ତି। ଏଥିରେ କୋଧିତ ହୋଇଯାଇଛନ୍ତି ମହାଲକ୍ଷ୍ମୀ। ମହାଲକ୍ଷ୍ମୀ ଆସନ୍ତାକାଲି ଶ୍ରୀମନ୍ଦିରରୁ ଆସିବେ।

ନନ୍ଦିଘୋଷ ରଥ ପଛପଟେ ପହଞ୍ଚିବେ। ମହାଲକ୍ଷ୍ମୀ ଆସିବା ପରେ ତାଙ୍କୁ ପ୍ରସାଦଲାଗି କରାଯିବ। କର୍ପୂର ଆଳତୀ ସହ ବନ୍ଦାପନା କରାଯିବ। ଏହାପରେ ମହାଲକ୍ଷ୍ମୀ ଜୟ ବିଜୟ ଦ୍ୱାର ନିକଟକୁ ଯିବେ। ସେଠାରେ ପହଞ୍ଚିବା ବେଳେ ମହାପ୍ରଭୁଙ୍କ ଆଳତୀ ଚାଲିଥିବ। ଆଳତୀ ଶେଷ ହେଉଥିବା ବେଳେ ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବ। ଏହି ଆଜ୍ଞାମାଳ ମହାଲକ୍ଷ୍ମୀଙ୍କୁ ଦିଆଯିବ। ଏହାପରେ ଦ୍ୱାର ବନ୍ଦ କରାଯିବ। ମହାପ୍ରଭୁଙ୍କ ଦର୍ଶନ ନପାଇ ମହାଲକ୍ଷ୍ମୀ ରାଗରେ ନନ୍ଦିଘୋଷ ରଥକୁ ଭାଙ୍ଗିଦେଇ ଆନନ୍ଦବଜାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବେ।


ମହାପ୍ରଭୁ ଏହି ଖବର ପାଇବା ପରେ ବାହୁଡ଼ାଯାତ୍ରା ପାଇଁ ଆଦେଶ ଦେବେ। ସେବାୟତମାନେ ଆସନ୍ତାକାଲିଠୁ ବାହୁଡ଼ା ଯାତ୍ରା ପ୍ରସ୍ତୁତିରେ ଲାଗିପଡ଼ିବେ। ମହାପ୍ରଭୁ ବାହୁଡ଼ା ଯାତ୍ରାରେ ଫେରିବା ବେଳେ ମାଉସୀ ମା’ ମନ୍ଦିର ପାଖରେ ଅଟକିବେ। ପୋଡ଼ପିଠା ଭୋଗ ଲାଗି ହେବ। ଏହାପରେ ସିଂହଦ୍ୱାର ନିକଟରେ ରଥ ଲାଗିବ। ସୁନାବେଶ, ଅଧରାପଣା ଶେଷ ହେବା ପରେ ମହପ୍ରଭୁଙ୍କ ନୀଳାଦ୍ରିବିଜେ ନୀତି ଅନୁଷ୍ଠିତ ହେବ। ଏହିଦିନ ମହାପ୍ରଭୁ ଜଗନ୍ନାଥ ରସଗୋଲା ଦେଇ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ।

Leave A Reply

Your email address will not be published.

fourteen − 4 =

error: Content is protected !!
Open chat