ଜାମ୍ମୁ ୨୭/୦୬/୨୦୨୧ କଳିଙ୍ଗ ଜ୍ଯୋତି : ଜାମ୍ମୁ ବାୟୁସେନା ଷ୍ଟେସନ ବିସ୍ଫୋରଣ ସ୍ଥଳରେ ପ୍ରାୟ ପାଞ୍ଚ ଘଣ୍ଟାରୁ ଅଧିକ ଅନୁସନ୍ଧାନ ପରେ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଟିମ୍ ଦୁଇ ଜଣ ସନ୍ଦିଗ୍ଧଙ୍କୁ ସହର ବାହାରେ ଥିବା ବେଲିଚେରଣ ଅଞ୍ଚଳରୁ ଗିରଫ କରିଛି। ଭାରତ-ପାକ୍ ଅନ୍ତର୍ଜାତୀୟ ସୀମାଠାରୁ କିଛି କିଲୋମିଟର ଦୂରରେ ଥିବା ଅଞ୍ଚଳ ନିକ୍କି ତାୱି ନିକଟରେ ବେଲିଚେରଣ ରହିଛି। ଭାରତରେ ପ୍ରଥମ ଥର ପାଇଁ ଏହି ଆକ୍ରମଣରେ ଡ୍ରୋନ୍’ରେ ବିସ୍ଫୋରକ ସାମଗ୍ରୀ ବ୍ୟବହାର କରାଯାଇ ଆକ୍ରମଣ କରାଯାଇଥିଲା ଓ ଏଥିରେ ୨ ଜଣ ସୈନିକ ଆହତ ହୋଇଥିଲେ।
ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ ଯେ, ବାୟୁସେନା ଷ୍ଟେସନ ବିସ୍ଫୋରଣ ଘଟଣାରେ ଏନଆଇଏ ଟିମ୍ ଦୁଇ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖିଛି। ଏହାପୂର୍ବରୁ ଜାମ୍ମୁ କାଶ୍ମୀରର ମହାନିର୍ଦ୍ଦେଶକ ଦିଲବାଗ ସିଂ କହିଥିଲେ ଯେ ଅନ୍ୟ ଏଜେନ୍ସି ସହିତ ଜାମ୍ମୁ ଏୟାରଫିଲ୍ଡ ବିସ୍ଫୋରଣରେ ମଧ୍ୟ ପୁଲିସ କାର୍ଯ୍ୟ କରୁଛି।