ଜିଲ୍ଲା ଗ୍ରାମ୍ୟ ଉନୟନ ସଂସ୍ଥା , ମାଲକାନଗିରି ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ଉନ୍ନୟନ ସମୀକ୍ଷା ବୈଠକ

0 396
greentech

ମାଲକାନଗିରି ୩୦/୦୭/୨୦୨୧ କଳିଙ୍ଗ ଜ୍ଯୋତି :ଜିଲ୍ଲା ଗ୍ରାମ୍ୟ ଉନୟନ ସଂସ୍ଥା , ମାଲକାନଗିରି ସମ୍ମିଳନୀ କକ୍ଷଠାରେ ଜିଲ୍ଲା ଉନୟନ ସମୀକ୍ଷା ବୈଠକ ମାନ୍ୟବର ମନ୍ତ୍ରୀ , ଶ୍ରୀ ତୁଷାରକାନ୍ତି ବେହେରା , ଇଲେକଟ୍ରନିକ୍ସ ଏବଂ ଆଇଟି , ସ୍କାର୍ଟ ଓ ୟୁଥ ସର୍ଭିସେସ ତଥା ଅଧ୍ୟକ୍ଷ – ଜିଲ୍ଲା ଯୋଜନା କମିଟି ଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଅନ୍ୟମାନଙ୍କ ମଧ୍ୟରେ ମାନ୍ୟବର ବିଧାୟକ , ଚିତ୍ରକୋଣ୍ଡା , ଅଧକ୍ଷ , ଜିଲ୍ଲାପରିଷଦ , ମାଲକାନଗିରି ଜିଲ୍ଲାପାଳ , ମାଲକାନଗିରି ବନଖଣ୍ଡ ଅଧୁକାରୀ , ମାଲକାନଗିରି ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ , ଜିଲ୍ଲା ଗ୍ରାମୀଣ ଉନ୍ନୟନ ସଂସ୍ଥା , ମାଲକାନଗିରି , ଉପ – ଜିଲ୍ଲାପାଳ , ମାଲକାନଗିରି , ଉପ ନିର୍ଦ୍ଦେଶକ , ଜିଲ୍ଲା ଯୋଜନା ଓ ପର୍ଯ୍ୟାଲୋଚନା କାର୍ଯ୍ୟାଳୟ , ମାଲକାନଗିରି ଏବଂ ଅନ୍ୟାନ ବିଭାଗିୟ ଅଧୁକାରୀ ଉପସ୍ଥିତ ରହିଥିଲେ । ଏଥିରେ ମୁଖ୍ୟତ , ଶିକ୍ଷା , ଆଦିବାସୀ ଉନୟନ , ପାନୀୟଜଳ ଯୋଗାଣ , ଉଠା ଓ କ୍ଷୁଦ୍ର ଜଳସେଚନ , ରାସ୍ତା ଓ ଗମନାଗମନ ଏବଂ ସେତୁ ଯୋଜନା ମାଧ୍ୟମରେ କରାଯାଉଥିବା ପ୍ରକଳ୍ପ ଗୁଡିକର ଅଗ୍ରଗତି ତତ ସହିତ ସମସ୍ୟା ଗୁଡିକ ଉପରେ ବିଷଦ ଭାବେ ଆଲୋଚନା କରଯାଇଥିଲା । ମନ୍ତ୍ରୀ ଶ୍ରୀ ବେହେରା ସମସ୍ତ ପ୍ରକଳ୍ପ ଗୁଡିକର ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବାକୁ ପରାମର୍ଶ ଦେଇଥିଲେ । ଶିକ୍ଷା ବିଭାଗ ଅନ୍ତର୍ଗତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଘୋଷଣା କରାଯାଇଥିବା ନୂତନ ପଦେକ୍ଷେପ ଯଥା , school transformation ଉପରେ ବିଶେଷ ଭାବେ ଧ୍ୟାନ ଦେବାକୁ ଡିପିସି ଏବଂ ଡ଼ିଇଓଙ୍କୁ ନିର୍ଦ୍ଦେଶ ଦିଆଗଲା । ସେହିପରି ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଦ୍ବାରା ଆରମ୍ଭ ହୋଇଥିବା ମେଗା ପାନୀୟଜଳ ପ୍ରକଳ୍ପ ଗୁଡିକର କାର୍ଯ୍ୟୟନ ଅଗ୍ରଗତି ସମୀକ୍ଷା କରାଯାଇ ସେଗୁଡିକୁ ଯଥା ଶୀଘ୍ର ସମ୍ପୂର୍ଣ୍ଣ କରିବା ଉପରେ ଗୁରୁତ୍ବାରୋପ କରାଗଲା । ପୁନଛ , ଅଚଳ ହୋଇ ରହିଥିବା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଗୁଡିକୁ ପୁନଃ କାର୍ଯ୍ୟକ୍ଷମ କରିବା ତଥା ଅସମ୍ପୂର୍ଣ୍ଣ ଥିବା କ୍ଷୁଦ୍ର ଓ ଉଠା ଜଳସେଚନ ପ୍ରକଳ୍ପ ଗୁଡିକୁ କୁ ସମୁର୍ଣ କରିବାକୁ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ନିଦ୍ଦେର୍ଶ ଦିଆଯାଇଥିଲା ବୈଠକ ରେ ଉପାନ୍ତ ଅଞ୍ଚଳ ଏବଂ ଆନ୍ତଃରାଜ୍ୟ ସୀମାରେ ଥିବା ଗ୍ରାମ ଗୁଡିକ ପାଇଁ ରାସ୍ତା ଓ ଗମନା ଗମନ ର ସୁବିଧା ଏବଂ ଶିକ୍ଷା ଦିଗରେ ଅଧୁକ ଗୁରୁତ୍ବ ଦେବାକୁ ମତପ୍ରକାଶ ପାଇଥିଲା ଏବଂ ଅନୁରୂପ ଭାବେ ପଦକ୍ଷେପ ନେବାକୁ ବିଭାଗୀୟ ଅଧୁକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ପରିଶେଷରେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ , ଜିଲ୍ଲା ଗ୍ରାମୀଣ ଉନ୍ନୟନ ସଂସ୍ଥା , ମାଲକାନଗିରି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

fifteen − 12 =

error: Content is protected !!
Open chat