ଜୁଲାଇ ପର୍ଯ୍ୟନ୍ତ ’ ୱାନ ନେସନ ୱାନ ରେସନ କାର୍ଡ’ ଯୋଜନା କାର୍ଯ୍ୟକାରୀ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

0 431
greentech

ନୂଆଦିଲ୍ଲୀ ୨୯/୦୬/୨୦୨୧ କଳିଙ୍ଗ ଜ୍ଯୋତି : ୱାନ ନେସନ ୱାନ ରେସନ କାର୍ଡ ଯୋଜନା କାର୍ଯ୍ୟକାରୀ କରିବାର ଶେଷ ତାରିଖ ୩୧ ଜୁଲାଇ ୨୦୨୧  ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ଯୋଜନା ମଧ୍ୟରେ ପ୍ରବାସୀ ଶ୍ରମିକମାନେ ଦେଶର ଯେକୌଣସି ସ୍ଥାନରେ ରହିଲେ ବି ରାସନ ଗ୍ରହଣ କରିବାର ସୁବିଧା ପାଇବେ। ପ୍ରବାସୀ ଶ୍ରମିକଙ୍କ ସୁବିଧା ଏବଂ କଲ୍ୟାଣ ପାଇଁ ସୁପ୍ରିମକୋର୍ଟ ଅନ୍ୟାନ୍ୟ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି।
ସୂଚନା ଯୋଗ୍ୟ, ସୁପ୍ରିମକୋର୍ଟ କରୋନା ମହାମାରୀ କାରଣରୁ ପ୍ରବାସୀ ଶ୍ରମିକଙ୍କ କଲ୍ୟାଣ ସମ୍ପର୍କରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଅନେକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ପ୍ରବାସୀଙ୍କ ପାଇଁ ଶୁଖିଲା ରାସନ ଯୋଗାଇବା ଏବଂ ମହାମାରୀ ଥିବା ପର୍ଯ୍ୟନ୍ତ ସେମାନଙ୍କୁ ରୋଷେଇ କରି ଖାଦ୍ୟ ଯୋଗାଇବାକୁ ରାଜ୍ୟ ସରକାରଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ନ୍ୟାସନାଲ ଡାଟା ଗ୍ରୀଡ ପୋର୍ଟାଲରେ ଅସଂଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକଙ୍କ ପଞ୍ଜିକରଣ ପାଇଁ ଜୁଲାଇ ୩୧ ସୁଦ୍ଧା କରିବାକୁ ଅଦାଲତ କହିଛନ୍ତି। କରୋନା ୨ୟ ତରଙ୍ଗ ସମୟରେ ଲାଗୁ ହୋଇଥିବା ପ୍ରତିବନ୍ଧକ ଦ୍ୱାରା ପ୍ରବାସୀ ଶ୍ରମିକଙ୍କ ପାଇଁ ଖାଦ୍ୟ ନିରାପତ୍ତା ଏବଂ ଅନ୍ୟାନ୍ୟ କଲ୍ୟାଣମୂଳକ ପଦକ୍ଷେପ କରିବାକୁ ରାଜ୍ୟ ଓ କେନ୍ଦ୍ରକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.

five × five =

error: Content is protected !!
Open chat