ଜୁଲାଇ ମାସ ୧୦ ସୁଦ୍ଧା ଆସିବ ଷ୍ଟାଣ୍ଡାର୍ଡ କୋଭିଡ ବୀମା-ଆଇ ଆର ଡ଼ି ଏ ଆଇ ଙ୍କ ବୀମା କମ୍ପାନୀ ଙ୍କୁ ନିର୍ଦେଶ

0 203
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ଦିଲ୍ଲୀ ୨୯/୦୬ :ଜୁଲାଇ ୧୦ ସୁଦ୍ଧା କୋଭିଡ ଷ୍ଟାଣ୍ଡାର୍ଡ ଚିକିତ୍ସା ବୀମା ଆଣିବାକୁ ଭାରତୀୟ ବୀମା ନିୟାମକ ଏବଂ ବିକାଶ ପ୍ରାଧିକରଣ (ଆଇଆର୍‌ଡିଏଆଇ) ପକ୍ଷରୁ ବୀମା କମ୍ପାନୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ଦେଶ ମଧ୍ୟରେ କୋଭିଡ ମାମଲା ବଢୁଥିବାରୁ ‘କୋଭିଡ ଚିକିତ୍ସା ବୀମା’ କିମ୍ବା ‘କୋଭିଡ ବଚତ୍‌ ବୀମା’ ଦ୍ୱାରା ଲୋକଙ୍କୁ ସୁବିଧା ଯୋଗାଣ ଉପରେ କମ୍ପାନୀଗୁଡିକ କାମ କରିବା ଆବଶ୍ୟକ ବୋଲି ନିୟାମକ ଗୁରୁତ୍ୱାରୋପ କରିଛନ୍ତି।

ନିୟାମକ କହିଛନ୍ତି ଯେ, ବୀମା ପଲିସି ସାଢେ ୩ ମାସ, ସାଢେ ୬ ମାସ ଏବଂ ସାଢେ ୯ ମାସ ରଖାଯାଇପାରିବ। ବୀମା ପଲିସିର ନାମ ‘କରୋନା ବଚତ ବୀମା’ ରଖାଯାଇପାରିବ। କମ୍ପାନୀଗୁଡିକ ଏହା ସହ ନିଜ ନାମକୁ ଯୋଡି ପାରିବେ। ସାରା ଦେଶରେ ଏଥି ଲାଗି ପ୍ରିମିୟମ ଏକା ପ୍ରକାରର ହେବ। କୋଭିଡ ସହ ପୁରୁଣା ଏବଂ ନୂଆ ରୋଗର ଚିକିତ୍ସା ଖର୍ଚ୍ଚ ଏଥିରେ ସାମିଲ ହେବାର ଆବଶ୍ୟକତା ରହିଛି। ଏହା ମଧ୍ୟରେ ହସ୍ପିଟାଲରେ ଭର୍ତ୍ତି, ଘରେ ଚିକିତ୍ସା କରାଇବା, ଆୟୁଷ ଦ୍ୱାରା ଚିକିତ୍ସା ସହ ହସ୍ପିଟାଲରେ ଭର୍ତ୍ତି ହେବା ପୂର୍ବର ଖର୍ଚ୍ଚ ସାମିଲ କରିବାକୁ କୁହାଯାଇଛି।

Leave A Reply

Your email address will not be published.

fifteen + fourteen =

error: Content is protected !!
Open chat