ଜୁଲାଇ ମାସ ୯ ତାରିଖ ରୁ ବିପିୟୁଟି ଫାଇନାଲ ସେମିଷ୍ଟର ପରୀକ୍ଷା ହେବ

0 185
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର, ୨୯/୦୬: ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ(ବିପିୟୁଟି)ର ଫାଇନାଲ ସେମିଷ୍ଟର ପାଇଁ ସମ୍ଭାବ୍ୟ ତାଲିକା ପ୍ରକାଶ ପାଇଛି। ଜୁଲାଇ ୯ରୁ ଅନ୍‌ଲାଇନ ପରୀକ୍ଷା ହେବା ନେଇ ତାରିଖ ଘୋଷଣା ହୋଇଛି। ଏହି ପରୀକ୍ଷା ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଦୁଇଟି ସିଫ୍ଟରେ ପରୀକ୍ଷା ହେବ। ପ୍ରଥମ ସିଫ୍ଟ ପୂର୍ବାହ୍ନ ୧୦ଟାରୁ ମଧ୍ୟାହ୍ନ ୧୨ଟା ଯାଏ ଓ ଦ୍ୱିତୀୟ ସିଫ୍ଟ ଅପରାହ୍ନ ୨ଟାରୁ ୪ଟା ପର୍ଯ୍ୟନ୍ତ ହେବ। ତେବେ ଏହି ପରୀକ୍ଷା ପାଇଁ ଛାତ୍ରୀଛାତ୍ରଙ୍କୁ ଆବେଦନ କରିବାକୁ ପଡ଼ିବ। ବି-ପ୍ଲାନ ଓ ବି-ଆର୍କିଟେକ୍ଟ ପାଇଁ ଜୁଲାଇ ୫ ଆବେଦନର ଶେଷ ତାରିଖ ଥିବାବେଳେ ୯ରୁ ୧୧ ତାରିଖ ମଧ୍ୟରେ ପରୀକ୍ଷା ହେବ। ସେହିପରି ବି-ଫାର୍ମା ପାଇଁ ୭ ତାରିଖ ଆବେଦନର ଶେଷ ତାରିଖ ରହିଛି ଏବଂ ୧୩ରୁ ୧୭ ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ। ଏମ୍‌ବିଏ ରେଗୁଲାର ପରୀକ୍ଷା ପାଇଁ ଜୁଲାଇ ୧୧ ସୁଦ୍ଧା ଆବେଦନ କରିବେ। ଏହାର ପରୀକ୍ଷା ୧୭ରୁ ୨୫ ତାରିଖ ପର୍ଯ୍ୟନ୍ତ ହେବ। ସେହିପରି ଏମ୍‌ଟେକ୍‌ ପାଇଁ ୧୩ ତାରିଖ ସୁଦ୍ଧା ଆବେଦନ କରିବାକୁ ଥିବାବେଳେ ୨୦ରୁ ୨୭ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ହେବ। ତେବେ ଏସବୁ ବିଷୟର ପରୀକ୍ଷା ପୂର୍ବରୁ ଛାତ୍ରୀଛାତ୍ରଙ୍କ ମକ୍‌ ଟେଷ୍ଟର ବ୍ୟବସ୍ଥା କରାଯାଇଛି। ଏ ନେଇ ବିପିୟୁଟି ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।

Leave A Reply

Your email address will not be published.

seven + eleven =

error: Content is protected !!
Open chat