ଜୁଲାଇ ସୁଦ୍ଧା କରୋନା ସଂକ୍ରମିତ ହାର କମିପାରେ: ଗୁଲେରିଆ

0 200
greentech

ନୂଆଦିଲ୍ଲୀ (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୨୬/୦୬ : ଜୁଲାଇ ଶେଷ ସୁଦ୍ଧା କିମ୍ୱା ଅଗଷ୍ଟ ଆରମ୍ଭ ବେଳକୁ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବ। ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ ଏହା କହିଛନ୍ତି। ତେବେ କରୋନା ସଂକ୍ରମଣକୁ ନେଇ ଭାରତକୁ ଅନ୍ୟ ଦେଶ ସହିତ ତୁଳନା ନକରିବା ଉଚିତ୍ ବୋଲି ଗୁଲେରିଆ କହିଛନ୍ତି।
ଇଟାଲୀ, ସ୍ପେନ୍ ସମେତ ୟୁରୋପୀୟ ଦେଶ କରୋନାରେ ଅଧିକ ପ୍ରଭାବିତ ହୋଇଛନ୍ତି। ଏହି ଦେଶକୁ ଭାରତ ସହିତ ତୁଳନା ନକରିବା ଉଚିତ୍। ସରକାର ଏବେ ଲକଡାଉନ୍ ଏବଂ ହଟସ୍ପଟ ବାବଦରେ ଚିନ୍ତା କରିବା ଦରକାର। ଦେଶର ୧୦ ପ୍ରମୁଖ ସହର ଉପରେ ଅଧିକ ଗୁରୁତ୍ୱ ଦେବା ଦରକାର। ଏହି ୧୦ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ନିରନ୍ତର ଭାବରେ ବୃଦ୍ଧି ପାଉଥିବା ଗୁଲେରିଆ କହିଛନ୍ତି।ଲୋକମାନେ ପାଖାପାଖି ବର୍ଷେ ପାଇଁ ସାମାଜିକ ଦୂରତ୍ୱ ବଜାୟ ରଖିବା ଦରକାର। ମାସ୍କ ସହିତ ଅନ୍ୟାନ୍ୟ ନିୟମ ପାଳନ କରିବା ଦରକାର ବୋଲି ଦିଲ୍ଲୀ ଏମ୍ସର ଏହି ନିର୍ଦ୍ଦେଶକ କହିଛନ୍ତି।
ତେବେ ଆକ୍ରାନ୍ତଙ୍କ ସଂଖ୍ୟା କମିବା ପରେ ଲୋକମାନେ ସତର୍କତା ଅବଲମ୍ୱନ କରିବା ଦରକାର। ନହେଲେ ସିଙ୍ଗାପୁର ଭଳି ସ୍ଥିତି ଉପୁଜିପାରେ ବୋଲି ସେ କହିଛନ୍ତି। ସତର୍କତା ଅବଲମ୍ୱନ ନକରିବାରୁ ସିଙ୍ଗାପୁରରେ ଦ୍ୱିତୀୟ ପର୍ଯ୍ୟାୟରେ କରୋନା ବିସ୍ତାର କରିଛି ବୋଲି ଗୁଲେରିଆ କହିଛନ୍ତି। ତେଣୁ ଭାରତରେ ଦ୍ୱିତୀୟ ପର୍ଯ୍ୟାୟ କରୋନା ବିସ୍ତାର ଉପରେ ଆଗୁଆ ସତର୍କ ରହିବା ଦରକାର।
ସେହିପରି ଲକଡାଉନ୍ ଅବଧିକୁ ନବଢ଼ାଇ କରୋନାର ହଟସ୍ପଟ ଉପରେ ଅଧିକ ଗୁରୁତ୍ୱ ଦେବା ଦରକାର। କରୋନା ସ୍ଥିତି ଦେଖି ଲକଡାଉନ୍ ନିୟମ ପାଳନ ହେବା ଦରକାର ବୋଲି ଗୁଲେରିଆ କହିଛନ୍ତି।

Leave A Reply

Your email address will not be published.

7 + three =

error: Content is protected !!
Open chat