“Mitron” ଆପ୍ କୁ ମିଳିଲା ବଡ ଫଣ୍ଡିଙ୍ଗ, ନେକ୍ସସ ଭେଞ୍ଚର ପାର୍ଟନର୍ସ ଦେବ ୫୦ ଲକ୍ଷ ଡଲାର

0 303
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୯/୦୮:  ଟିକଟକର ସ୍ଵଦେଶୀ ବିକଳ୍ପ କୁହାଯାଉଥିବା Mitron ଆପକୁ ଏକ ବଡ ଫଣ୍ଡିଙ୍ଗ ମିଳିଛି | ନେକ୍ସସ ଭେଞ୍ଚର ପାର୍ଟନର୍ସଙ୍କ ଠାରୁ ୫୦ ଲକ୍ଷ ଡଲାର ଫଣ୍ଡ ହାସିଲ କରିବାକୁ ଘୋଷଣା କରିଛ | Mitron ଏକ ସର୍ଟ ଫର୍ମ ସୋସିଆଲ ମିଡ଼ିଆ ଆପ | ଏହାଦ୍ୱାରା ୟୁଜର୍ସ ମନୋରଞ୍ଜନ ପାଇଁ ସର୍ଟ ଭିଡିଓ ତିଆରି କରନ୍ତି | Mitron ସ୍ଥାପନା ଆଇଆଇଟି ରୁର୍କିର ପୂର୍ବତନ ଛାତ୍ର ଶିବାଙ୍କ ଅଗ୍ରୱାଲ ଓ ବିଶ୍ୱଭାରାୟା ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ପୂର୍ବତନ ଛାତ୍ର ଅନିଷ ଖାନ୍ଦେଲୱାଲ କରିଛନ୍ତି | ଉଭୟ କମ୍ପ୍ୟୁଟର ସାଇନ୍ସ ଇଞ୍ଜିନିୟର ଅଛନ୍ତି ଏବଂ ପୂର୍ବରୁ ମେକ ମାଇ ଟ୍ରିପରେ ଏକାସଙ୍ଗେ କାମ କରୁଥିଲେ |

କମ୍ପାନୀ ଏହି ନୂଆ ପୁଞ୍ଜି ବ୍ୟବହାର କରି ୟୁଜର ଏନ୍ଗେଜ୍ମେଣ୍ଟ ବଢାଇବାକୁ ନିଜ ଉତ୍ପାଦ ବିକାଶ କରିବ ଏବଂ ଭଲ ଭଲ ପ୍ରତିଭାଶାଳୀଙ୍କୁ ଚାକିରୀ ଦେବ | କମ୍ପାନୀ ଏହି ଆପରେ ଭାରତୀୟ କଣ୍ଟେଣ୍ଟ କ୍ରିଏଟର୍ସଙ୍କ ବିଶାଳ ନେଟୱାର୍କକୁ ମଧ୍ୟ ସାମିଲ କରିବା ଏବଂ Mitron ବ୍ରାଣ୍ଡ ନିର୍ମାଣ ପାଇଁ ନିବେଶ କରିବାକୁ ଯୋଜନା କରୁଛି | ୨୦୨୦ ଏପ୍ରିଲ ମାସରେ Mitron ଲଞ୍ଚ କରାଯାଇଥିଲା | ଭାରତରେ ଟିକଟକ ଆପ ବ୍ୟାନ ହେବ ପୂର୍ବରୁ ୧୦ ମିଲିୟନ ଡାଉନଲୋଡ଼ ହୋଇସାରିଥିଲା |

Mitron ର ସଂସ୍ଥାପକ ଏବଂ ସିଇଓ ଶିବାଙ୍କ ଅଗ୍ରୱାଲ କହିଛନ୍ତି ଯେ, ସେ ଅତ୍ୟନ୍ତ ଖୁସି ଯେ ନେକ୍ସସ ଭେଞ୍ଚର ପାର୍ଟନର୍ସ ଏହି ଯାତ୍ରାରେ ତାଙ୍କ ସହିତ ସାମିଲ ହୋଇଛନ୍ତି | ଡିଜିଟାଲ ମନୋରଞ୍ଜନ ଏବଂ ଏନ୍ଗେଜ୍ମେଣ୍ଟକୁ ପୁଣି ପରିଭାଷିତ କରି, Mitron କୁ ଏକ ବିଶ୍ୱସ୍ଥରୀୟ ଉତ୍ପାଦ କରିବା ପାଇଁ ପ୍ରତିବଦ୍ଧ ଯାହା ଭାରତୀୟ ୟୁଜର୍ସଙ୍କ ପାଇଁ ଡିଜାଇନ କରାଯାଇଛ ବୋଲି ସେ କହିଛନ୍ତି | ପ୍ଲେ ଷ୍ଟୋରରେ ୩୩ ମିଲିୟନରୁ ଅଧିକ ଡାଉନଲୋଡ଼ ଓ ପ୍ରତି ମାସରେ ୯ ବିଲିୟନ ଭିଡିଓ ବ୍ୟବହାର ସହ, Mitron ସର୍ଟ ଫର୍ମ ଭିଡିଓ ପାଇଁ ଭାରତୀୟଙ୍କ ମଧ୍ୟରେ ଲୋକପ୍ରିୟ ହୋଇଛି | ୟୁଜର୍ସ ଏହି ଆପକୁ ଏତେ ପସନ୍ଦ କରୁଥିବାରୁ ସେ ୟୁଜର୍ସଙ୍କ ପ୍ରତି ଆଭାର ବ୍ୟକ୍ତ କରିଛନ୍ତି |

ନେକ୍ସସ ଭେଞ୍ଚର ପାର୍ଟନର୍ସ ପ୍ରିନ୍ସିପାଲ ପ୍ରତୀକ ପୋଦ୍ଦାର Mitron ଆପରେ ନିବେଶ କରିବାକୁ ନେଇ କହିଛନ୍ତି ଯେ ଶିବାଙ୍କ ଓ ଅନିଷ ଉତ୍ପାଦକୁ ପୂର୍ବରୁ ପ୍ରାଥମିକତା ଦେଇଥିବା, କୌଶଳର ଅନୁଭବ ଥିବା ଏବଂ ବହୁତ ଶକ୍ତିଶାଳୀ ଉଦ୍ୟୋଗୀ | ସେ ୩ ମାସ ହେଲା ତାଙ୍କୁ ଦେଖୁଛନ୍ତି ଏବଂ କଣ୍ଟେଣ୍ଟ ତିଆରି କରିବାକୁ, ସମୁଦାୟିକ ପ୍ରବନ୍ଧନ ସହ ଭିଡିଓ ଡେଲିଭରି ବିଷୟରେ ସେମାନେ ଯେଉଁ ଚିନ୍ତାଧାରା ବିକାଶ କରିଛନ୍ତି ତାହା ତାଙ୍କୁ ବହୁତ ପାଶାଂତ ବୋଲି ପ୍ରତୀକ କହିଛନ୍ତି |

Leave A Reply

Your email address will not be published.

five × 4 =

error: Content is protected !!
Open chat