ଟିକା ନୀତି ଉପରେ ନ୍ୟାୟିକ ହସ୍ତକ୍ଷେପର ଆବଶ୍ୟକତା ନାହିଁ : କେନ୍ଦ୍ର

0 248
greentech

ନୂଆଦିଲ୍ଲୀ :  ଟିକା ମୂଲ୍ୟ ନିର୍ଦ୍ଧାରଣ ନୀତି ଉପରେ ସୁପ୍ରିମକୋର୍ଟଙ୍କ ନୋଟିସ ଉପରେ ଜବାବ ଦାଖଲ କରିଛନ୍ତି କେନ୍ଦ୍ର ସରକାର । ନିଜର ଲିଖିତ ଜବାବରେ କେନ୍ଦ୍ର ସରକାର ଦର୍ଶାଇଛନ୍ତି ଯ଼େ ଟିକା ଗୁଡ଼ିକର ସମଆବଣ୍ଟନ ପାଇଁ ବିଶେଶଜ୍ଞମାନଙ୍କ ମତ ନେଇ ଏହି ନୀତି ନିର୍ଦ୍ଧାରଣ କରାଯ଼ାଇଛି । ଦେଶ ଏକ ବଡ଼ ଧରଣର ମହାମାରୀର ସମ୍ମୁଖୀନ ହେଉଥିବାବେଳେ ଏହି ନୀତିରେ ନ୍ୟାୟିକ ହସ୍ତକ୍ଷେପର କୌଣସି ଅବକାଶ ନାହିଁ ।

କେନ୍ଦ୍ର ସରକାର କହିଛନ୍ତି ଯ଼େ ରାଜ୍ୟମାନଙ୍କ ଅନୁରୋଧ ପରେ ୧୮ରୁ ୪୪ ବର୍ଷ ଶ୍ରେଣୀରେ ଟିକାକରଣ ଆରମ୍ଭ କରାଯ଼ାଇଥିଲା ଓ ଏଥିପାଇଁ ସମାନ ଦରରେ ଟିକା ଆବଣ୍ଟନ ପାଇଁ ଟିକା କମ୍ପାନିମାନଙ୍କୁ କୁହାଯ଼ାଇଥିଲା । ଏହି ନୀତି ନିରପେକ୍ଷ, ସମଭାବାପନ୍ନ ଓ ଏହା ବିଶେଷଜ୍ଞଙ୍କ ମତ ନେଇ ପ୍ରସ୍ତୁତ କରାଯ଼ାଇଛି । ଏକ ମହାମାରୀର ମୁକାବିଲା ପାଇଁ ଏପରି ଏକ ନୀତି ନିର୍ଦ୍ଧାରଣ କରିବା କାର୍ୟ଼୍ୟପାଳିକାର କ୍ଷମତା ପରିସର ।

ଗତ ସପ୍ତାହରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଏକ ନୋଟିସ ଜାରି କରି ଟିକାନୀତିର ପୁନର୍ବିଚାର କରିବାକୁ କହିଥିଲେ । ଟିକାର ଭିନ୍ନ ଭିନ୍ନ ମୂଲ୍ୟ ( କେନ୍ଦ୍ର ସରକାରଙ୍କ ପାଇଁ କମ ଦାମ ଓ ରାଜ୍ୟମାନଙ୍କ ପାଇଁ ଅଧିକ ଦାମ) ଦ୍ବାରା ଲୋକମାନେ ପ୍ରଭାବିତ ହେବେ ବୋଲି କୋର୍ଟ ମତ ଦେଇଥିଲେ । ସେହିପରି ଦୁର୍ବଳ ବର୍ଗ, ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗମାନଙ୍କ ପାଖକୁ ଟିକା ପହଞ୍ଚାଇବାକୁ କଣ ପଦକ୍ଷେପ ନିଆଯ଼ାଉଛି ବୋଲି କୋର୍ଟ ପ୍ରଶ୍ନ କରିଥିଲେ ।

Leave A Reply

Your email address will not be published.

nine + eighteen =

error: Content is protected !!
Open chat