ତାଳଚେର – ବିମଳାଗଡ ପ୍ରସ୍ତାବିତ ରେଳପଥ: ୧୬ ବର୍ଷ ବିତିଗଲା, ଜମିଦେଇ ପାରିଲେନି ରାଜ୍ୟ ସରକାର ! ! ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

0 420
greentech


ରାଉରକେଲା,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୮/୦୯ : ଏହାରି ଭିତରେ ୧୬ ବର୍ଷ ବିତିଗଲା କିନ୍ତୁ ରାଜ୍ୟ ସରକାର ବିମଳାଗଡ -ତାଳଚେର ରେଳ ପଥ ଲାଗି ଆବଶ୍ୟକ ଜମି ଅଧିଗ୍ରହଣ କରି ଦେଇପାରିଲେନି, ସଂଗ୍ରାମ ସମିତି ସମସ୍ତ ରାସ୍ତା ଅନୁସରଣ କରି ବିଫଳ ହେବା ପରେ ଏନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଫଳରେ ସଂଗ୍ରାମ ସମିତି ପକ୍ଷରୁ ମାମଲା ନମ୍ବର ୨୩୭୭୧/୨୦୨୦ ରୁଜୁ କରାଯାଇ ସେଥିରେ ରାଜ୍ୟ ରାଜସ୍ୱ ମନ୍ତ୍ରୀ, ରାଜସ୍ୱ ସଚିବ, ସୁନ୍ଦରଗଡ, ଦେବଗଡ ଓ ଅନୁଗୁଳ ଜିଲ୍ଲାପାଳ, କେନ୍ଦ୍ର ରେଳ ମନ୍ତ୍ରଳାୟ ଓ ପୂର୍ବତଟ ରେଳବାଇର ଜେନେରାଲ ମ୍ୟାନେଜରଙ୍କୁ ପକ୍ଷଭୁକ୍ତ କରାଯାଇଛି ।

ଏଥିରେ କୁହାଯାଇଛି ଯେ, ଓଡିଶା ସରକାର ୨୬୦ ଏକର ସରକାରୀ ଜମି ଓ୬୯୩ ଏକର ଘରୋଇ ଜମି ଯୋଗାଇ ଦେଇ ପାରି ନାହାନ୍ତି, ଫଳରେ ଟେଣ୍ଡରଜନିତ ସମସ୍ୟା ହେବା ସହ କାମ ଯେଉଁ ଗତିରେ ଜିବା କଥା ଯାଇପାରୁନି । କେନ୍ଦ୍ର ଦେଉଥିବା ଅର୍ଥ ଖର୍ଚ୍ଚ ହୋଇ ନପାରି ଫେରିଯାଉଛି ଓ ପ୍ରକଳ୍ପ ଆଗେଇପାରୁନି । ବଲାଙ୍ଗିର- ଖୋର୍ଦ୍ଧା ରେଳପଥ ଲାଗି ନିଜେ ରାଜ୍ୟ ସରକାର ଅର୍ଥ ଖର୍ଚ୍ଚ କରି କେନ୍ଦ୍ରର ସହାୟତା ନନେଇ କାମ ଆଗେଇ ନେଉଥିବା ବେଳେ ଏହି ପ୍ରକଳ୍ପ ଲାଗି ଏତେ ଢିଲା କାହିଁକି ତାହା ବୁଝା ପଡୁନାହିଁ । ଏହାଦ୍ୱାରା ପ୍ରକଳ୍ପ ଖର୍ଚ୍ଚ ବଢିଚାଲିଛି ।

ପ୍ରଥମେ ଏହି ପ୍ରକଳ୍ପର ମୂଲ୍ୟ ୮୧୦କୋଟି ୭୮ଲକ୍ଷ ଥିବା ବେଳେ ବର୍ତମାନ ଏହା ବିଳମ୍ବ ହୋଇ ପ୍ରାୟ ୩ ହଜାର କୋଟିରେ ପହଁଚିଲାଣି । ଅନୁଗୁଳ ଜିଲ୍ଲାର ୨୫୩ ଏକର ଜମି ମିଳିପାରୁନଥିବା ବେଳେ, ସୁନ୍ଦରଗଡ, ଦେବଗଡ ଜିଲ୍ଲାରେ ମଧ୍ୟ ସେହି ସ୍ଥିତି ରହିଛି । ଜମି ଅଧିଗ୍ରହଣ ମାମଲା ଗୁଡିକ ବାସ୍ତବରେ ଜିଲ୍ଲାପାଳ ମାନଙ୍କ ହାତରେ ରହିଥାଏ । ଏଥିଲାଗି ସଂଗ୍ରାମ ସମିତି ବାରମ୍ବାର ସରକାରଙ୍କ ଦ୍ୱାରସ୍ଥ ହେବାପରେ ୨୦୧୩ – ୨୦୧୪ରେ ଦୁଇ ଦୁଇ ଥର ବିଧାନ ସଭାରେ ସରକାରୀ ଭାବେ ଜମି ଯୋଗାଇ ଦିଆଜିବ ବୋଲି କୁହାଜିବା ସହ ଖୋଦ ମୁଖ୍ୟମନ୍ତ୍ରୀ ଏନେଇ ଚିଠିଦେବା ପରେ ମଧ୍ୟ ଏହା ହୋଇପାରୁନଥିବା ଖବର ମିଳିଛି ।କେତେକ ନ୍ୟସ୍ତ ସ୍ୱାର୍ଥ ପଲିଟିକାଲ ଲୋକ,ଅନ୍ୟ ଦଳ ନେତା କାଳେ ଶ୍ରେୟ ନେଇଜିବେ ସେଥିଲାଗି ସେମାନେ ଅସହେଯାଗର ନେତୃତ୍ୱ ନେଉଥିବାରୁ ଏହା ଆଗେଇ ପାରୁନଥିବା କୁହାଯାଉଛି । ଏହି ୩ ଜିଲ୍ଲାପାଳ ମାନେ ୨୦୧୯ ଡିସେମ୍ବର ମାସ ସୁଦ୍ଧା ଜମି ଯୋଗାଇ ଦେବେ ବୋଲି ମଧ୍ୟ ସଂଗ୍ରାମସମିତିକୁ କଥା ଦେଇଥିଲେ, କିନ୍ତୁ ୨୦୨୦ ଡିସେମ୍ବର ହେବାକୁ ଯାଉଛି କିନ୍ତୁ କଥା ଆଗେଇପାରୁ ନାହିଁ । ଏହି ସବୁ ସମସ୍ୟା ଲାଗି ଜଣେ ଦକ୍ଷ ଅଧିକାରୀ ଅଶୋକ ସିଂ ଙ୍କୁ ଜମି ଅଧିଗ୍ରହଣ ଲାଗି ସୁନ୍ଦରଗଡ ଜିଲ୍ଲାର ବଣେଇରେ ନିଯୁକ୍ତି ଦିଆଗଲା,ସେ କାମ ଆରମ୍ଭ କରି ଆଗେଇବା କ୍ଷଣି ତାଙ୍କ ଠାରୁ ଆର୍ଥିକ କ୍ଷମତା ବାହାର କରି ନିଆଗଲା ଓ ଉପଜିଲ୍ଲାପାଳଙ୍କୁ ଦିଆଗଲା । ଯେଉଁମାନଙ୍କୁ ଏହି ପ୍ରକଳ୍ପ ଲାଗି ରଖାଯାଇଥିଲା ସେମାନେ ସଠିକ ସମୟରେ ଦରମା ପାଇଲେ ନାହିଁ,ତାପରେ ଅଶୋକ ସିଂ ଙ୍କୁ ସମୟ ପୁର୍ବରୁ ବାହାର କରିଦେଇ ନିଜେ ସବୁ କିଛି କରିବେ ବୋଲି ପ୍ରଶାସନ ନିଷ୍ପତି ହେଲେ ।

ସେତେବେଳେ ନିଷ୍ପତି ନିଆଇଥିଲା ୨୦୧୯ରେ ସବୁ ଜମି କାମ ସରିବ କିନ୍ତୁ ଏଯାଏ କାମସେମିତି ପଡିଥିବାର ଖବର ମିଳିଛି । ବଲାଙ୍ଗିର-ଖୋର୍ଦ୍ଧା ରେଳପଥରେ ରାଜ୍ୟ ସରକାର ଜମି ଅଧିଗ୍ରହଣ ଲାଗି ସମସ୍ତ ଖର୍ଚ୍ଚ ଦେଉଥିବା ବେଲେ ରେଳପଥ ଲାଗି ମଧ୍ୟ ସବୁ ଖର୍ଚ୍ଚ ଦେବେ ।ସେ କାମ ସୁନ୍ଦର ଗତିରେ ଚାଲିଛି ।କିନ୍ତୁ ଏହି ପ୍ରକଳ୍ପ ଲାଗି କେନ୍ଦ୍ର ଜମି ବାବଦ ଅର୍ଥ ୨୦ ବର୍ଷ ତଳୁ ଦେଇ ସାରିଥିଲେ ବି ଜମି ଯୋଗାଡ କରି ରାଜ୍ୟ ସରକାର ଦେବାରେ ବିଫଳ ହୋଇଛନ୍ତି । ଏହି ପ୍ରକଳ୍ପ ହେଲେ ଲକ୍ଷ ଲକ୍ଷ ଲୋକ ଯାତାୟତର ସୁବିଧା ପାଇବା ସହ ଅଂଚଳର ଉନ୍ନତି ହେବ । ଅନେକ ଲୋକ ବିଭିନ୍ନ ଉପାୟରେ ରୋଜଗାର ମଧ୍ୟ ପାଇବେ ।କିନ୍ତୁ ସରକାରୀ ଉଦାସିନତା ଓ କିଛି ରାଜ ନେତାଙ୍କ ଅସହେଯୋଗ ଲାଗି ଏହା ଆଗେଇ ନପାରି ପଡିରହିଛି ।

Leave A Reply

Your email address will not be published.

11 − eight =

error: Content is protected !!
Open chat