ତିର୍ତୋଲ ବିଧାୟକ ବିଷ୍ଣ ଦାସଙ୍କର ଅନ୍ତିମ ସଂସ୍କାର ଆଜି ଜଗତସିଂହପୁରେ ହେବ ।

0 229
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୭/୦୭ : ବରିଷ୍ଠ ରାଜନେତା ତଥା ତିର୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କର ଆଜି ହେବ ଅନ୍ତିମ ସଂସ୍କାର । ଆଜି ତାଙ୍କୁ ପ୍ରଥମେ ବିଜେଡି ରାଜ୍ୟ କାର୍ଯ୍ୟାଳୟ ଓ ତାପରେ ବିଧାନସଭାକୁ ନିଆଯାଇଥିଲା । ସେଠାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ସେଠାରୁ ଜଗତସିଂହପୁରକୁ ନିଆଯାଇଛି । ଗତକାଲି ସନ୍ଧ୍ୟାରେ ୬୬ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଯାଇଛି । ସେ ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିବା ବେଳେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଜଗତସିଂହପୁରରେ ଛାତ୍ର ରାଜନୀତିରୁ ସେ ତାଙ୍କର ରାଜନୀତି ଜୀବନ ଆରମ୍ଭ କରିଥିଲେ ।

୧୯୯୦ ମସିହାରେ ବିଜୁ ବାବୁଙ୍କ ସଂସ୍ପ୍ରର୍ଶରେ ଆସି ନିର୍ବାଚନ ରାଜନୀତିରେ ସାମିଲ ହୋଇଥିଲେ । ଜଗତସିଂହପୁରରୁ ସେ ୫ ଥର ଏବଂ ୨୦୧୯ରେ ତିର୍ତୋଲରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୧୪ ବିଧାନସଭା ନିର୍ବାଚନରେ ଚିରଞ୍ଜୀବ ବିଶ୍ୱାଳଙ୍କ ଠାରୁ ପରାସ୍ତ ହୋଇଥିଲେ ବିଷ୍ଣୁ ଦାସ । ୨୦୧୬ରେ ୮ମାସ ପାଇଁ ସେ ରାଜ୍ୟସଭାକୁ ଯାଇଥିଲେ । ପରେ ରାଜ୍ୟ ଯୋଜନାବୋର୍ଡ ଉପାଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଜଗତସିଂହପୁର ରାଜନୀତିରେ ଦିବଙ୍ଗତ ନେତାଙ୍କ ବେଶ୍ ପ୍ରଭାବ ରହିଥିଲା । ତାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି । ରାଜ୍ୟ ଜଣେ ଦକ୍ଷ ସଂଗଠକ ଓ ପ୍ରଶାସକଙ୍କୁ ହରାଇଲା ବୋଲି ଶୋକ ବାର୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି

Leave A Reply

Your email address will not be published.

15 + 6 =

error: Content is protected !!
Open chat