ଥରେ ସିଟି-ସ୍କାନ କରିବା ୩୦୦ ଥର ଛାତି ଏକ୍ସ-ରେ କରିବା ସହ ସମାନ, ସାମାନ୍ୟ କରୋନା ଲକ୍ଷଣ ଥିଲେ ସିଟି ସ୍କାନ କରନ୍ତୁ ନାହିଁ : ଏମ୍ସ ନିର୍ଦ୍ଦେଶକ

0 275
greentech

ନୂଆଦିଲ୍ଲୀ : ଦେଶରେ କରୋନା ପରୀକ୍ଷା ପାଇଁ ସିଟି-ସ୍କାନର ଦୁରୁପଯୋଗ କରାଯାଉଛି । ଯେଉଁମାନଙ୍କର ସାମାନ୍ୟ ଲକ୍ଷଣ ରହିଛି ସେମାନେ ସିଟି-ସ୍କାନ କରିବାର ଆଦୌ ଆବଶ୍ୟକତା ନାହିଁ । ଏହାର ଉପକାର ତୁଳନାରେ ଅପକାର ଅଧିକ । କାରଣ ଗୋଟିଏ ଥର ସିଟି ସ୍କାନ କରିବା ଅର୍ଥ ହେଉଛି ୩୦୦ ଥର ଛାତି ଏକ୍ସ-ରେ କରିବା । ଏଣୁ ଏହି ରଶ୍ମୀ ବେଶ କ୍ଷତିକାରକ ବୋଲି ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କହିଛନ୍ତି ।

ସ୍ବାସ୍ଥ୍ୟ ମନ୍ତ୍ରାଳୟର ଦୈନିକ ସାମ୍ବାଦିକ ସମ୍ମିଳନୀ ଅବସରରେ ସେ କହିଛନ୍ତି ଯେ ଘରେ ଏକାନ୍ତବାସରେ ରହୁଥିବା କରୋନା ଆକ୍ରାନ୍ତମାନେ ନିୟମିତଭାବେ ଡାକ୍ତରଙ୍କ ସମ୍ପର୍କରେ ରୁହନ୍ତୁ । ଏପରି ରୋଗୀମାନଙ୍କର ଯଦି ଅମ୍ଳଜାନ ସ୍ତର ୯୩ରୁ ତଳକୁ ଖସିଯାଏ, ଚେତା ବୁଡ଼ିବା ପରି ଲାଗେ, ଛାତିରେ ଯନ୍ତ୍ରଣା ହୁଏ ତେବେ ସେମାନେ ତୁରନ୍ତ ଡାକ୍ତରଙ୍କ ସହ ଯୋଗାଯୋଗ କରନ୍ତୁ ।

ଏହି ଅବସରରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ବାଲ କହିଛନ୍ତି ଯେ ମହାରାଷ୍ଟ୍ର, ଦିଲ୍ଲୀ, ଛତିଶଗଡ଼, ଗୁଜୁରାଟ ଆଦି କେତେକ ରାଜ୍ୟରେ ସଂକ୍ରମଣ ସଂଖ୍ୟା ହ୍ରାସ ପାଇବା ଲକ୍ଷ୍ୟ କରାଯାଉଛି । କିନ୍ତୁ ଓଡ଼ିଶା ସମେତ କେତେକ ରାଜ୍ୟରେ ସଂକ୍ରମଣ ବଢିଚାଲିଛି । ଏସବୁ ରାଜ୍ୟମାନଙ୍କ ମଧ୍ୟରେ ଅଛନ୍ତି ଓଡ଼ିଶା,ପଶ୍ଚିମବଙ୍ଗ, ରାଜସ୍ଥାନ,ପୁଡୁଚେରୀ, ତାମିଲନାଡ଼ୁ ଉତ୍ୟାଦି । ଏସବୁ ରାଜ୍ୟମାନେ ସତର୍କତାମୂଳକ ପଦକ୍ଷେପ ନିଅନ୍ତୁ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.

2 × 4 =

error: Content is protected !!
Open chat