ଦେଶରେ ଗତକାଲି ଥିଲା ୨୫ ହଜାର, ଆଜି ୨୬ ହଜାର କରୋନା ପଜିଟିଭ

0 492
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୦/୦୭: ଭାରତରେ କରୋନା ମାମଲା ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଛି। ଗୁରୁବାର ପ୍ରଥମ ଥର ପାଇଁ ପ୍ରାୟ ୨୫ ହଜାର ମାମଲା ରୁଜୁ ହୋଇଥିଲା। ହେଲେ ଗତ ୨୪ ଘଣ୍ଟା ମଧ୍ୟରେ ୨୬ ହଜାର ୫୦୬ ମାମଲା ସାମ୍ନକୁ ଆସିଛି।  ଏହାକୁ ମିଶାଇ  ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭,୯୩ ହଜାର ୮୦୨କୁ ଛୁଇଁଛି  |

ଗତ ୨୪  ଘଣ୍ଟା ମଧ୍ୟରେ କରୋନାରେ ୪୮୭  ଲୋକ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ପର୍ଯ୍ୟନ୍ତ କୋଭିଡ -୧୯ରେ ମୃତକଙ୍କ ସଂଖ୍ୟା ୨୧ ହଜାର ୬୦୪କୁ ବୃଦ୍ଧି ପାଇଛି। ସୂଚନାଥାଉ କି, ସମ୍ପ୍ରତି ଦେଶରେ କରୋନା ଆକ୍ଟିଭ କେସ୍‌ ୨,୭୬,୬୮୫  ଥିବାବେଳେ  ସୁସ୍ଥ ହୋଇ ଫେରିଛନ୍ତି ୪,୯୫,୫୧୨। 

ମହାରାଷ୍ଟ୍ରରେ ସର୍ବାଧିକ ୨ ଲକ୍ଷ ୩୦ ହଜାର ୫୯୯ ଆକ୍ରାନ୍ତଅ ହୋଇଥିବାବେଳେ ୯୬୬୭ଙ୍କର ମୃତ୍ୟୁ ଘଟିଛି। ସେହିପରି ଦିଲ୍ଲୀରେ ୩୨୫୮, ଗୁଜରାଟରେ ୨୦୦୮, ତାମିଲନାଡୁରେ ୧୭୬୫ ଜଣଙ୍କର ମୃତ୍ୟୁ ଘଟିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।

Leave A Reply

Your email address will not be published.

6 − 2 =

error: Content is protected !!
Open chat