ଦେଶରେ ୨୪ ଘଣ୍ଟାରେ ୪୭ ହଜାର ୭୦୪ ଜଣ ଆକ୍ରାନ୍ତ ହୋଇଥିବାବେଳେ ୬୫୪ ଆକ୍ରାନ୍ତଙ୍କର ମୃତ୍ୟୁ

0 440
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୮/୦୭: କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ  ଗତ ୨୪ ଘଣ୍ଟାରେ ୪୭ ହଜାର ୭୦୪ ଜଣ ଆକ୍ରାନ୍ତ ହୋଇଥିବାବେଳେ ୬୫୪ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି ।୪ ଲକ୍ଷ ୯୬ ହଜାର ୯୮୮ ଟି ଆକ୍ଟିଭ୍‌ କେସ୍‌ ଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୫୨ ହଜାର ୭୪୩ ଜଣ । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪ ଲକ୍ଷ ୮୩ ହଜାର ୧୫୭ କୁ ବୃଦ୍ଧି ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୩୩ ହଜାର ୪୨୫ କୁ ବୃଦ୍ଧି ହୋଇଛି ।

 ମହାରାଷ୍ଟ୍ରରେ ୨୪ ଘଣ୍ଟାରେ ୨୨୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୧୩ ହଜାର ୮୮୩ ରେ ପହଞ୍ଚିଛି । ସେହିପରି ଦିଲ୍ଲୀରେ ମୃତ୍ୟୁସଂଖ୍ୟା ୩ ହଜାର ୮୫୩ କୁ ବୃଦ୍ଧି ହୋଇଥିବାବେଳେ ତାମିଲନାଡୁରେ ୩ ହଜାର ୫୭୧ ଓ ଗୁଜୁରାଟରେ ମୃତ୍ୟୁ ସଂଖ୍ୟା୨ ହଜାର ୩୪୮ ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି । (ଏଜେନ୍ସି)

Leave A Reply

Your email address will not be published.

seventeen + thirteen =

error: Content is protected !!
Open chat