ଦେଶରେ ୨୪ ଘଣ୍ଟା ମଧ୍ୟରେ ୨୦,୯୦୩ କରୋନା ଆକ୍ରାନ୍ତ, ୩୭୯ ମୃତ – ମୋଟ ଆକ୍ରାନ୍ତ ୬,୨୫,୫୪୪

0 248
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୩/୦୭ : ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୧୮ ହଜାର ଟପିଛି। ଗତ ୨୪ ଘଣ୍ଟାରେ ୩୭୯ ରୋଗୀ ପ୍ରାଣ ହରାଇଥିବାବେଳେ ୧୮ ହଜାର ୨୧୩ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଗୋଟିଏ ଦିନରେ ସର୍ବାଧିକ ୨୦ ହଜାର ୯୦୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୨୫ ହଜାର ୫୪୪କୁ ବୃଦ୍ଧି ପାଇଛି। ବର୍ତ୍ତମାନ ୨ ଲକ୍ଷ ୨୭ ଜହାର ୪୩୯ ଜଣ ସକ୍ରିୟ ରୋଗୀ ଥିବାବେଳେ ୩ ଲକ୍ଷ ୭୯ ହଜାର ୮୯୨ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।

ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ୧ ଲକ୍ଷ ୮୬ ହଜାର ୬୨୬ରେ ପହଞ୍ଚିଛି। ଏଠାରେ ମୃତ୍ୟୁ ସଂଖ୍ୟା ୮ ହଜାର ୧୭୮କୁ ବଢ଼ିଛି। ଦିଲ୍ଲୀରେ ୯୨ ହଜାର ୧୭୫ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୨୮୬୪ ଜଣ ପ୍ରାଣ ହରାଇଛନ୍ତି। ତାମିଲନାଡୁରେ ୯୮ ହଜାର ୩୯୨ କରୋନା ସଂକ୍ରମିତ ଏବଂ ୧୩୨୧ ରୋଗୀଙ୍କ ମୃତ୍ୟୁ ଘଟିଛି। ଗୁଜରାଟରେ ସଂକ୍ରମିତ ସଂଖ୍ୟା ୩୩ ହଜାର ୯୯୯କୁ ବୃଦ୍ଧି, ୧୮୮୭ ଜଣଙ୍କ ମୃତ୍ୟୁ ହୋଇଛି। ଏହାବ୍ୟତୀତ ଉତ୍ତରପ୍ରଦେଶରେ ୨୪ ହଜାର ୮୨୫ ସଂକ୍ରମିତ ଓ ୭୩୫ ମୃତ, ପଶ୍ଚିମବଙ୍ଗରେ ୧୯ ହଜାର ୮୧୯ ଆକ୍ରାନ୍ତ ଓ ୬୯୯ ମୃତ, ହରିୟାଣାରେ ୧୫ ହଜାର ୫୦୯ ଆକ୍ରାନ୍ତ ଏବଂ ୨୫୧ ମୃତ, ଆନ୍ଧ୍ରପ୍ରଦେଶରେ ୧୬ ହଜାର ୯୭ ଆକ୍ରାନ୍ତ ଏବଂ ୧୯୮ ମୃତ, ତେଲେଙ୍ଗାନାରେ ୧୮ ହଜାର ୫୭୦ ସଂକ୍ରମିତ ଓ ୨୭୫ ମୃତ, କର୍ଣ୍ଣାଟକରେ ୧୮ ହଜାର ୧୬ ଆକ୍ରାନ୍ତ ଓ ୨୭୨ ମୃତ, ରାଜସ୍ଥାନରେ ୧୮ ହଜାର ୬୨୨ ଆକ୍ରାନ୍ତ ଓ ୪୩୦ ମୃତ, ଜାମ୍ମୁ-କାଶ୍ମୀରରେ ୭୮୪୯ ସଂକ୍ରମିତ ଓ ୧୧୫ ମୃତ, ମଧ୍ୟପ୍ରଦେଶରେ ୧୪ ହଜାର ୧୦୬ ସଂକ୍ରମିତ ଓ ୫୮୯ ମୃତ, ବିହାରରେ ୧୦ ହଜାର ୬୮୨ ଆକ୍ରାନ୍ତ ଓ ୭୮ ମୃତ, ଆସାମରେ ୯୪୩୫ ଆକ୍ରାନ୍ତ ଓ ୧୪ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି

Leave A Reply

Your email address will not be published.

one × one =

error: Content is protected !!
Open chat