ଦେଶର ୧୮ଟି ଜିଲ୍ଲାରେ କରୋନା ସଂକ୍ରମଣ ବଢିଚାଲିଛି : ସ୍ବାସ୍ଥ୍ୟ ମନ୍ତ୍ରାଳୟ

0 399
greentech

ନୂଆଦିଲ୍ଲୀ ୦୩/୦୮/୨୦୨୧ କଳିଙ୍ଗ ଜ୍ଯୋତି : ଦେଶରେ ସାମଗ୍ରିକଭାବେ କରୋନା ସଂକ୍ରମଣ ହ୍ରାସ ପାଉଥିବା ସତ୍ତ୍ବେ କେତେକ ରାଜ୍ୟରେ ଏବେ ବି ସ୍ଥିତି ଚିନ୍ତାଜନକ ରହିଛି । ଦେଶର ୧୮ଟି ଜିଲ୍ଲାରେ ଏବେ ଦୈନିକ ସଂକ୍ରମଣ ବଢିଚାଲିଛି । ଏସବୁ ଜିଲ୍ଲା ମଧ୍ୟରୁ କେବଳ କେରଳର ୧୦ଟି ଜିଲ୍ଲା ରହିଛି । ଦେଶର ମୋଟ ଦୈନିକ ସଂକ୍ରମଣର ୪୭.୫ ପ୍ରତିଶତ କେବଳ ଏହି ୧୮ଟି ଜିଲ୍ଲାରୁ ଆସୁଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ବାଲ କହିଛନ୍ତି ।

ମନ୍ତ୍ରାଳୟର ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ଜୁନ ୧ରେ ଦେଶର ୨୭୯ଟି ଜିଲ୍ଲାରେ ଦୈନିକ ୧୦୦ରୁ ଅଧିକ ସଂକ୍ରମଣ ମାମଲା ଚିହ୍ନଟ ହେଉଥିବାବେଳେ ଏବେ ସେପରି ଜିଲ୍ଲା ସଂଖ୍ୟା ୫୭କୁ ହ୍ରାସ ପାଇଛି । କିନ୍ତୁ ବିଶ୍ବରେ ଏବେ ପୁଣି ସଂକ୍ରମଣ ବଢିବାରେ ଲାଗିଛି । ଏଣୁ ଆମ ଦେଶରେ ସଂକ୍ରମଣ କମୁଥିଲେ ବି ଆମକୁ ଆହୁରି ସତର୍କ ରହିବାକୁ ପଡ଼ିବ ।

ଦେଶରେ ଏପର୍ଯ୍ୟନ୍ତ ୪୭.୮୫ କୋଟି ମାତ୍ରା (ଡୋଜ୍) ଟିକା ଦିଆଯାଇଛି । ତାହା ମଧ୍ୟରୁ ୩୭.୨୬ କୋଟି ପ୍ରଥମ ମାତ୍ରା ଓ ୧୦.୫୯ କୋଟି ୨ୟ ମାତ୍ରା ରହିଛି । ଜୁଲାଇ ମାସରେ ପ୍ରାୟ ୪୩.୪୧ କୋଟି ମାତ୍ରା ଟିକା ଦିଆଯାଇଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.

5 × 1 =

error: Content is protected !!
Open chat