ଦ୍ୱେତ ନଗରୀ କରୋନା ଅପଡେଟ : ଆଜି ରାଜଧାନୀରୁ ୩୮ ଓ କଟକରୁ ୧୦ ସଂକ୍ରମିତ ଚିହ୍ନଟ

0 405
greentech

ଭୁବନେଶ୍ଵର / କଟକ, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୧/୦୭ : ଆଜି ରାଜଧାନୀ ଭୁବନେଶ୍ଵରରୁ ଶନିବାର ୩୮ ଜଣ ଏବଂ କଟକରୁ ୧୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ଵରରୁ ଚିହ୍ନଟ ୩୮ ଜଣଙ୍କ ମଧ୍ୟରୁ ୨୬ ଜଣ କ୍ବାରେଣ୍ଟାଇନ କେନ୍ଦ୍ରର ହୋଇଥିବାବେଳେ ୧୨ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଭୁବନେଶ୍ଵର ମହାନଗର ନିଗମ(ବିଏମସି) ପକ୍ଷରୁ ସୂଚନା ମିଳିଛି। ଏହି ୩୮ ଜଣଙ୍କୁ ମିଶାଇ ରାଜଧାନୀରେ ବର୍ତ୍ତମାନ ସୁଦ୍ଧା ୬୪୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସ୍ଥାନୀୟ ସଂକ୍ରମଣ ମଧ୍ୟରେ କୋଳଥିଆ କଳିଙ୍ଗ ବିହାରରୁ ଜଣେ ୫୫ ବର୍ଷୀୟ ପୁରୁଷ, ପୋଖରୀପୁଟ କାରଗିଲ ବସ୍ତିରୁ ଜଣେ ୪୦ ବର୍ଷୀୟ ପୁରୁଷ, ଭୀମଟାଙ୍ଗୀ ହାଉସିଂବୋର୍ଡ କଲୋନୀରୁ ଜଣେ ୫୭ ବର୍ଷୀୟ ପୁରୁଷ, ଚନ୍ଦ୍ରଶେଖରପୁର ବିଡିଏ କଲୋନୀରୁ ୨୭ ଏବଂ ୨୮ ବର୍ଷୀୟ ୨ ପୁରୁଷ, ଗଙ୍ଗନଗରର ଏକ ପରିବାରର ୩ ଜଣ, ନୀଳାଦ୍ରିବିହାରରୁ ୨ ମହିଳା ଏବଂ ଜଣେ ପୁରୁଷ ଓ ନୟାପଲ୍ଲୀରୁ ଜଣେ ୫୫ ବର୍ଷୀୟ ପୁରୁଷ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣ କରୋନା ଯୋଦ୍ଧା ରହିଛନ୍ତି।

ସେହିପରି କଟକ ମହାନଗର ନିଗମ(ସିଏମସି) ଅଞ୍ଚଳରୁ ଚିହ୍ନଟ ୧୦ ଜଣଙ୍କ ମଧ୍ୟରୁ ୫ ଜଣ ହୋମ କ୍ବାରେଣ୍ଟାଇନରୁ ଏବଂ ଜଣେ  ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି। ଅନ୍ୟ ୪ ଜଣ ସରକାରୀ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି। ଏହି ୪ ଜଣ ଏସସିବି ମେଡିକାଲର କରୋନା ଯୋଦ୍ଧା। ସେମାନେ ଏସସିବିରେ ଆଇସୋଲେଶନ ୱାର୍ଡରେ ରହିଛନ୍ତି। କଟକର ଦିୱାନ ବଜାରରୁ ଜଣେ ୨୨ ବର୍ଷୀୟ ଯୁବକ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି।

Leave A Reply

Your email address will not be published.

20 − 15 =

error: Content is protected !!
Open chat