
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭଦ୍ରକ ୨୪/୦୭:ଭଦ୍ରକ ଜିଲାର ଧାମନଗର ବ୍ଲକ ପାଲଟିଛି କରୋନା ହଟଷ୍ପଟ ।ଥାନାଠୁ ଆରମ୍ଭ କରି ଡାକ୍ତରଖାନାରେ ମଧ୍ୟ ବଢି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା।ଧାମନଗର ଥାନା ଅଧିକାରୀଙ୍କ ସମେତଶ ୬ ଜଣ ପଜେଟିବ୍ ବାହାରିବା ପରେ ଧାମନଗର ଥାନାକୁ ନିଷିଦ୍ଧ ଅଞ୍ଚଳ ଘୋସଣା କରିଛନ୍ତି ଏନ ଏସି ଅଧିକାରୀ।

ସେପଟେ ପୋଲିସ ଅଧିକାରୀ ମାନଙ୍କ ସଂସ୍ପର୍ଶରେ ସତାଧିକ ଆସିଥିବା କାରଣରୁ ଧାମନଗର ବାସିନ୍ଦାଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରିଛି।ତେବେ ଶୁଚନା ଅନୁଯାଇ ଧାମନଗର ଆଇଆଇସି ସମେତ ୨ ଏସ ଆଇ ,ଜଣେ ଏସ୍ ଆଇ ,ଜଣେ ହାବିଦିଲର ସମେତ ଜଣେ ଡ୍ରାଇଭର ଆକ୍ରାନ୍ତ ହୋଇଛନ୍ତି। ସେହିପରି ଆଜି ମଧ୍ୟ ଧାମନଗର ଥାନାରେ ୪;ଜଣଙ୍କ ପୋଲିସ କର୍ମଚାରୀଙ୍କ ପଜେଟିବ୍ ବାହାରିଥିବା ସୁଚନା ମିଳିଛି।ତେବେ ଭଦ୍ରକ ଜିଲ୍ଲାର ଧାମନଗର ଥାନାର ୧୦ ଜଣ ପଜେଟିବ୍ ଚିହ୍ନଟ ପରେ ଆଇଆଇସି ଙ୍କ ସମେତ ୬ ଜଣ ସୁସ୍ଥ ହୋଇ ଏବେ ୧୪ ଦିନ ପାଇଁ ହୋମ୍ କ୍ବାରେଣ୍ଟାଇନରେ ଥିବା ଶୁଚନା ମିଳିଛି।