ନବରଙ୍ଗପୁର ବିଧାନସଭା ସ୍ତରୀୟ ରାଲି:ଗରିବଙ୍କ ମୁହଁରେ ହସ ଫୁଟାଇବା ପ୍ରଧାନମନ୍ତ୍ରୀଙ୍କ ମୂଳ ଦାୟିତ୍ୱ-ଧର୍ମେନ୍ଦ୍ର ପ୍ରଧାନ

0 207
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୬/୦୭: ଗରିବଙ୍କ ବିକାଶ ହିଁ ପ୍ରଧାନମନ୍ତ୍ରୀଙ୍କ ମୂଳ ଦାୟିତ୍ୱ। ଭାରତବର୍ଷକୁ ପରମ୍ ବୈଭବଶାଳୀ ସ୍ଥାନକୁ ନେବା ପ୍ରଧାନମନ୍ତ୍ରୀଙ୍କ ଗୋଟିଏ ଲକ୍ଷ୍ୟ। ‘ସବକା ସାଥ୍, ସବକା ବିକାଶ’ ମାଧ୍ୟମରେ ଦେଶର ସବୁଠୁ ତଳ ଶ୍ରେଣୀର ଗରିବଙ୍କ ଜୀବନରେ ମୁଳଭୂତ ପରିବର୍ତ୍ତନ କରିବା ଓ ସେମାନଙ୍କ ମୁହଁରେ ହସ ଫୁଟାଇବା ଓ ଆର୍ଥିକ ସମ୍ପନ୍ନ କରିବା ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି। ନବରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳି ପାଇଁ ଅନୁଷ୍ଠିତ ଭର୍ଚୁଆଲ ଜନସମ୍ବାଦ ରାଲିରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଜ୍ୟରେ ଅନୁଷ୍ଠିତ ହୋଇଯାଉଥିବା ଏହି ଜନ ସମ୍ବାଦ ରାଲି କାର୍ଯ୍ୟକ୍ରମର ଉଦେଶ୍ୟ ବିଗତ ବର୍ଷ ମାନଙ୍କରେ ହୋଇଥିବା ସରକାରଙ୍କ ବିଭିନ୍ନ ଯୋଜନାକୁ ଲୋକମାନଙ୍କ ପାଖରେ ପହଞ୍ଚାଇବା। ପ୍ରଧାନମନ୍ତ୍ରୀ ମୋଦି ଦେଶରେ ପ୍ରଥମ ଥର ପାଇଁ ଏଭଳି ନିରନ୍ତର ଲୋକ ସମ୍ବାଦ ଜାରୀରଖିବା ପାଇଁ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ନବରଙ୍ଗପୁର ଜିଲ୍ଲାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର ସରକାରଙ୍କର ମହତ୍ୱକାଂକ୍ଷୀ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମରେ ସାମିଲ୍ କରି ଏହି ଜିଲ୍ଲାର ବିକାଶ ପାଇଁ ବଦ୍ଧପରିକର।

ଶ୍ରୀ ପ୍ରଧାନ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଦେଶର ପ୍ରଧାନ ସେବକ ଭାବେ ଗରିବଙ୍କ କଲ୍ୟାଣ ପାଇଁ କାମ କରୁଛନ୍ତି। ବର୍ତ୍ତମାନ ସମୟରେ ଗରିବଙ୍କ ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଘୋଷଣା କରାଯାଇଛି। ଦେଶର ୮୦ କୋଟି ତଥା ଓଡିଶାର ୭୫ ଭାଗ ଲୋକଙ୍କ ପାଇଁ ୮ ମାସ ପାଇଁ ବ୍ୟକ୍ତି ପିଛା ମାସିକ ୫ କେଜି ଚାଉଳ ଓ ପରିବାର ପିଛା ଡାଲି ଯୋଗାଇବାର ବ୍ୟବସ୍ଥା କରାଯାଇଛି । ଗରିବଙ୍କ ପାଇଁ ବଳିଷ୍ଠ ପଦକ୍ଷେପ ନେଉଥିବା କାରଣରୁ ଓଡିଶାରେ ୯୬ ପ୍ରତିଶତ ଲୋକ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପସନ୍ଦ କରୁଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଜନକଲ୍ୟାଣକାରୀ ଯୋଜନା ଓ ବାର୍ତ୍ତା ଘରେ ଘରେ ପହଞ୍ଚାଇବା ପାଇଁ କାର୍ଯ୍ୟକର୍ତ୍ତା ମାନଙ୍କୁ ଶ୍ରୀ ପ୍ରଧାନ ଆହ୍ୱାନ କରିଥିଲେ। ଏହାସହ ବର୍ତ୍ତମାନ ସମୟରେ କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ଜନସାଧାରଣଙ୍କୁ ମାସ୍କ ପିନ୍ଧିବା ଓ ସର୍ବସାଧାରଣରେ ଦୁଇ ମିଟର ସାମାଜିକ ଦୂରତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିଲେ।

ପୂର୍ବତନ ସାସଂଦ ବଳଭଦ୍ର ମାଝି କହିଛନ୍ତି ଯେ ମୋଦି ସରକାରରେ ନବରଙ୍ଗପୁରରେ ରାସ୍ତା କ୍ଷେତ୍ରରେ ବିକାଶ ହୋଇଛି। ଆଗକୁ ସଂଗଠନକୁ ମଜବୁତ୍ କରି ନବରଙ୍ଗପୁର ଓ ଓଡିଶାର ବିକାଶ ପାଇଁ କାମ କରିବାକୁ ପଡିବ। ପ୍ରଧାନମନ୍ତ୍ରୀ ମାଣବସା ଗୁରୁବାର, ରାବଣଛାୟା ଓ ମୟୂରଭଞ୍ଜର ଛଉ ନୃତ୍ୟକୁ କେନ୍ଦ୍ରୀୟ ମାନ୍ୟତା ଦେଇ ସର୍ବଭାରତୀୟ ସ୍ତରରେ ଓଡିଆ କଳା, ସାହିତ୍ୟ ଓ ସଂସ୍କୃତିର ସମ୍ମାନ ବଢାଇଛନ୍ତି। ସେହିପରି ପୂର୍ବତନ ସାସଂଦ ପର୍ଶୁରାମ ମାଝୀ କହିଛନ୍ତି ବିଜେପି ଗରିବଙ୍କ କଥା ଚିନ୍ତା କରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଦୃଢ ରାଜନୈତିକ ଇଚ୍ଛାଶକ୍ତି କାରଣରୁ ଭାରତ ଦ୍ରୁତ ବିକାଶ ଦିଗରେ ଅଗ୍ରସର ହେଉଛି ବୋଲି ସେ କହିଥିଲେ। ଏହି ଜନସମ୍ବାଦ ରାଲିକୁ ଜଗଦିଶ ବିଶୋଇ ଅଧ୍ୟକ୍ଷତା କରିଥିଲା ବେଳେ ଏଥିରେ ଉମରକୋଟର ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ନବରଙ୍ଗପୁର ବିଧାୟକ ପ୍ରାର୍ଥୀ ଗୌରି ମାଝୀ, ଡାବୁଗାଁ ବିଧାୟକ ପ୍ରାର୍ଥୀ ପଦ୍ମନ ନାଏକ, କୋଟପାଡ୍ର ବିଧାୟକ ପ୍ରାର୍ଥୀ ଖଗେଶ୍ୱର ପୂଜାରୀ, ମଣ୍ଡଳ ସଭାପତି ହରେକୃଷ୍ଣ ମୁଦୁଲି, କୃଷ୍ଣଚନ୍ଦ୍ର ନାଏକ, କାଶିନାଥ ଦାସ, ଚନ୍ଦନ ପଟ୍ଟନାୟକ, ରତ୍ନାକର ମାଳି, ସତ୍ୟ ବିଶୋଇ, ପର୍ଶୁରାମ ବିଶୋଇ ପ୍ରମୁଖ ଭିଡିଓ କନଫରେନ୍ସିଂରେ ଯୋଗଦେଇଥିଲେ।

Leave A Reply

Your email address will not be published.

one × two =

error: Content is protected !!
Open chat