ନିଶ୍ଚିନ୍ତକୋଇଲି ବ୍ଲକ ଅଧିନସ୍ଥ ରାମକୃଷ୍ଣପୁର – ପାଟପାରୀ ରାସ୍ତା ଅବସ୍ଥା ଶୋଚନୀୟ

0 484
greentech

ନିଶ୍ଚିନ୍ତକୋଇଲି,(ପ୍ରଫୁଲ୍ଳ କୁମାର ମହାପାତ୍ର/କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୯/୧୦: ନିଶ୍ଚିନ୍ତକୋଇଲି ବ୍ଲକ ଅଧିନରେ ଥିବା ରାମକୃଷ୍ଣପୁର – ପାଟପାରୀ ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇଛି । ଫଳରେ ପ୍ରତ୍ୟେହ ଯାତାୟାତ କରୁଥିବା ଶହ ଶହ ଲୋକ ନାହିଁ ନଥିବା ହଇରାଣ ହରକତ ହେଉଛନ୍ତି । ନିଶ୍ଚିନ୍ତକୋଇଲି ବ୍ଲକକୁ ସଂଯୋଗ କରୁଥିବା ଏକମାତ୍ର ରାସ୍ତାଟି ରାମକୃଷ୍ଣପୁର – ପାଟପାରୀ ଭାୟା ହୁକ୍‌ଟୋଲ ରାସ୍ତାଟି ଉପରେ ଆଖପାଖ ୮ ଗୋଟି ପଂଚାୟତ ତଥା ରାମକୃଷ୍ଣପୁର, ଫଗୋଳ, ଜୟରାମପୁର, ଭଉଁରିଆ, ଉମର, ଜିଗ୍ନିପୁର, ରାଇସୁଙ୍ଗୁଡା, ଝାରପଡା ପ୍ରଭୃତି ଅଂଚଳ ଏହି ରାସ୍ତା ଉପରେ ନିର୍ଭର କରିଥାଆନ୍ତି । ପ୍ରତ୍ୟେହ ଶତାଧିକ ଛାତ୍ର ଛାତ୍ରୀ ଓ ଲୋକମାନେ ଏହି ରାସ୍ତାରେ ଯାଆଆସ କରନ୍ତି । ଉକ୍ତ ରାସ୍ତାଟିର ଲମ୍ବ ୧.୫ କି.ମି.ରୁ ଉର୍ଦ୍ଧ ହେବ । ଉକ୍ତ ରାସ୍ତାଟି ଅତି ଅଣଓସାରିଆ ହୋଇଥିବାରୁ ଯାତାୟାତରେ ଲୋକମାନେ ହଟହଟା ହେଉଛନ୍ତି ।

ଉକ୍ତ ରାସ୍ତାର ଦୂରାବସ୍ଥା ସଂପର୍କରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ବହୁବାର ଅଭିଯୋଗ କଲେ ମଧ୍ୟ ସେମାନେ କର୍ଣ୍ଣପାତ କରୁନାହାଁନ୍ତି । ସ୍ଥାନୀୟ ପ୍ରଶାସନ ଓ ବିଭାଗୀୟ ଯନ୍ତ୍ରୀ ରାସ୍ତାର ଅବସ୍ଥାକୁ ତଦନ୍ତ କରିବାକୁ ଆସିନଥିବା ଅଭିଯୋଗ ହୋଇଛି । ପ୍ରଶାସନର ବେପରୁଆ ମନୋଭାବ ଯୋଗୁ ରାସ୍ତାର ମରାମତି ହୋଇପାରୁନାହିଁ ବୋଲି ସ୍ଥାନୀୟ ଜନସାଧାରଣ କହିଛନ୍ତି । ତୁରନ୍ତ କଟକ ଜିଲ୍ଲାପାଳ ହସ୍ତକ୍ଷେପ କରି ରାସ୍ତାର ଉନ୍ନତି ପାଇଁ ବିହୀତ ବ୍ୟବସ୍ଥା ଗ୍ରହଣ କରିବାକୁ ପୂର୍ବତନ ସରପଂଚ ସମାଜସେବୀ ରମେଶ ଚନ୍ଦ୍ର ସ୍ୱାଇଁ ଦୃଢ ଦାବି କରିଛନ୍ତି ।

Leave A Reply

Your email address will not be published.

4 × one =

error: Content is protected !!
Open chat