ପରମବୀର ସିଂଙ୍କୁ ପଳାତକ ଘୋଷଣା କରି ବାସଭବନରେ ଅଦାଲତ ଲଗାଇଲେ ନୋଟିସ

0 438
greentech

ମୁମ୍ବାଇ ୨୩/୧୧/୨୦୨୧ କଳିଙ୍ଗ ଜ୍ୟୋତି : ବେଆଇନ ଅର୍ଥ ଆଦାୟ ମାମଲାରେ ମୁମ୍ବାଇର ପୂର୍ବତନ ପୁଲିସ କମିଶନର ପରମବୀର ସିଂଙ୍କୁ ଏବେ ସ୍ଥାନୀୟ ଅଦାଲତ ପଳାତକ ଘୋଷଣା କରିଛନ୍ତି । ଅଦାଲତର ଆଦେଶ ପରେ ଜୁହୁ ସ୍ଥିତି ପରମବୀର ସିଂଙ୍କ ବାସଭବନ ବାହାରେ ଏକ ନୋଟିସ ଲଗାଯାଇଛି । ଅନ୍ୟପଟେ ସୋମବାରଦିନ ପରମବୀର ସିଂଙ୍କ ଓକିଲ ସୁପ୍ରିମ କୋର୍ଟରେ କହିଥିଲେ କି ପରମବୀର ସିଂଙ୍କ ଜୀବନପ୍ରତି ମୁମ୍ବାଇ ପୁଲିସ ତରଫରୁ ବିପଦ ଥିବାରୁ ସେ ଲୁଚିଛନ୍ତି । ଏହାସହ ୪୮ ଘଂଟା ମଧ୍ୟରେ ସେ ସବିଆଇ କୋର୍ଟରେ ହାଜର ହେବାକୁ ପ୍ରସ୍ତୁତ ଅଛନ୍ତି ।

ଓକିଲଙ୍କର ଏଭଳି ଖୁଲାସା ପରେ ଯାଂଚରେ ସହାୟତା କରିବାକୁ କୋର୍ଟ କହିଛନ୍ତି । କୋର୍ଟ ବର୍ତ୍ତମାନ ପରମବୀର ସିଂଙ୍କ ଗିରଫ ଉପରେ ରୋକ ଲଗାଇଛି । ଏହାସହ ମାମଲାର ଚାଲିଥିବା ଯାଂଚରେ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସିଂଙ୍କ ଓକିଲ କହିଛନ୍ତି କି ପରମବୀର ସିଂଙ୍କୁ ଏହି ମାମଲାରେ ଫଶାଇ ଦିଆଯାଇଛି । ତାଙ୍କ କାର୍ଯ୍ୟକାଳ ଭିତରେ ଯେଉଁମାନଙ୍କ ବିରୋଧରେ ସେ କାର୍ଯ୍ୟାନୁଷ୍ଠାନ ନେଇଥିଲେ ସେହିମାନେ ଏବେ ଅଭିଯୋଗ କରିଛନ୍ତି ।

ଅନ୍ୟପଟେ ସୁପ୍ରିମ କୋର୍ଟ ତରଫରୁ ଏହି ମାମଲାରେ ସିବିଆଇ ଓ ମହାରାଷ୍ଟ୍ର ଡିଜିପିଙ୍କୁ ନୋଟିସ ଜାରି କରାଯାଇଛି। ଏହି କ୍ରମରେ ପରମବୀର ସିଂଙ୍କ ବିରୋଧରେ ବର୍ତମାନ କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଯାଇଛି । ଡିସେମ୍ବର ୬ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ଏହି କ୍ରମରେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ଲାଗିଥିବା ଦୁର୍ନୀତି ଅଭିଯୋଗର ଯାଂଚ ପାଇଁ ଗଠିତ ଜଷ୍ଟିସ୍ କେ.ୟୁ ଚାନ୍ଦୀବାଲ ଆୟୋଗ ମୁମ୍ବାଇର ପୂର୍ବ ପୁଲିସ କମିଶନର ପରମବୀର ସିଂଙ୍କ ହସ୍ତାକ୍ଷରକୁ ନେଇ ଶପଥପତ୍ର ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.

9 − nine =

error: Content is protected !!
Open chat