ପାକିସ୍ତାନର ଭୟଙ୍କର ଷଡଯନ୍ତ୍ର !! କରୋନା ସଂକ୍ରମିତ ଆତଙ୍କବାଦୀଙ୍କୁ ଅନୁପ୍ରବେଶ ଯୋଜନା

0 294
greentech

ଶ୍ରୀନଗର / ଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୬/୦୭ : ପାକିସ୍ତାନ ଛାଡି ପାରୁନି ନିଜର ପୁରୁଣା ଅଭ୍ୟାସ। ପାକ୍ ଅଧିକୃତ କଶ୍ମୀର(ପିଓକେ)ରେ ଏଲଓସି ନିକଟରେ ଆତଙ୍କୀ ଶିବିରରେ ଚାଲିଛି ଏକ ବଡ ଧରଣର ଭୟଙ୍କର ଷଡଯନ୍ତ୍ର। ତାହା ହେଲା କରୋନା ଫିଦାଇନ୍ ପ୍ରସ୍ତୁତ କରାଯାଉଛି। ପାକିସ୍ତାନୀ ସେନା ଲଗାତାର ଭାବରେ ଏହି ଚେଷ୍ଟା କରୁଛି ଯେ, କରୋନା ସଂକ୍ରମିତ ଆତଙ୍କବାଦୀଙ୍କୁ ଅଧିକରୁ ଅଧିକ ଅନୁପ୍ରବେଶ କରି ସୀମା ପାର କରିବାକୁ। ଖବର ଅନୁସାରେ ପିଓକେ ଓ ଜିବିରେ ଗତ କିଛି ସମୟ ଧରି କରୋନା ସଂକ୍ରମଣ ନେଇ ସେଠାର ସରକାର ଲଗାମ ଲଗାଇବାରେ ବିଫଳ ରହିଛନ୍ତି ଓ ଏହି କାରଣରୁ ଏହାର ପ୍ରଭାବରେ ସେଠାର ସେନାର ଯବାନ ଓ ଅଧିକାରୀ ଆସିଯାଇଛନ୍ତି। ଏଥିପାଇଁ ପାକିସ୍ତାନ ଦ୍ବାରା କେବଳ ଜୁନ୍ ମାସରେ ୪୧୮ ଥର ଏଲଓସିରେ ଅସ୍ତ୍ରବିରତି ଉଲ୍ଲଂଘନ  କରାଯାଇଛି।

ସୁତ୍ରରୁ ମିଳିଥିବା ଖବର ଅନୁସାରେ, ପିଓକେ ସ୍ଥିତ ଆତଙ୍କବାଦୀ ଶିବରରେ ବହୁ ସଂଖ୍ୟାରେ କରୋନା ସଂକ୍ରମିତ ଆତଙ୍କବାଦୀ ରହିଛନ୍ତି। ଏମାନଙ୍କୁ ପାକିସ୍ତାନୀ ସେନାର ଅଧିକାରୀ ଲଗାତାର ଭାବରେ ଶିବିରରେ ଅସ୍ତ୍ରଶସ୍ତ୍ରର ଟ୍ରେନିଂ ଦେଉଛନ୍ତି। ପିଓକେ ସ ଗିଲ୍‌ଗିଟ୍‌-ବାଲ୍ଟିସ୍ତାନ (ଜିବି)ରେ ପାକିସ୍ତାନର ସେନାର ୨୫୦୦ରୁ ଅଧିକ ଯବାନ ସଂକ୍ରମିତ ହୋଇଛନ୍ତି। ପ୍ରାୟ ୫୩ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି।

Leave A Reply

Your email address will not be published.

13 + twelve =

error: Content is protected !!
Open chat