ନୂଆ ମାନଚିତ୍ର ପ୍ରସଙ୍ଗରେ ଭାରତର ପ୍ରତିକ୍ରିୟା : ପାକିସ୍ତାନ ସରକାରଙ୍କ ରାଜନୈତିକ ମୁର୍ଖତା

0 286
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୬/୦୮: ପାକିସ୍ତାନ ଦ୍ୱାରା ଭାରତର ଜମ୍ମୁ, କଶ୍ମୀର, ଲଦାଖ ଓ ଗୁଜୁରାଟର ଜୁନାଗଡ଼କୁ ନିଜସ୍ୱ ଅଞ୍ଚଳ ବୋଲି ଦର୍ଶାଇ ନୂଆ ମାନଚିତ୍ର ଜାରି କରିବାକୁ ତୀବ୍ର ବିରୋଧ କରିଛି । ଏହା ପାକିସ୍ତାନ ସରକାରଙ୍କ ରାଜନୈତିକ ମୁର୍ଖତା ବୋଲି ଭାରତ ସରକାର କହିଛନ୍ତି ।

ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଭାରତୀୟ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ, କଶ୍ମୀର, ଲଦାଖ ଏବଂ ଗୁଜୁରାଟରେ କେତେକ ଅଞ୍ଚଳକୁ ନିଜର ବୋଲି ଦାବି କରିବା ପାକିସ୍ତାନ ସରକାରଙ୍କ ଏକ ରାଜନୈତିକ ମୁର୍ଖତା । ଏପରି ଦାବି ବେଶ ହାସ୍ୟାସ୍ପଦ ଓ ଏଗୁଡ଼ିକର କୌଣସି ଆଇନଗତ ବୈଧତା ଓ ଅନ୍ତର୍ଜାତୀୟ ଭରସାଯୋଗ୍ୟତା ନାହିଁ । ଏହା ପାକିସ୍ତାନର ମୁଖା ଖୋଲିଦେଇଛି ଯେ ଏହା ଅନ୍ୟର ଜମି ହଡ଼ପ କରିବାକୁ ଚାହେଁ ।


ସୂଚନାଯୋଗ୍ୟ ଯେ ଗତ କାଲି ପାକିସ୍ତାନ ପକ୍ଷରୁ ଏକ ନୂଆ ରାଜନୈତିକ ମାନଚିତ୍ର ଜାରି କରାଯାଇଛି । ଏଥିରେ ଭାରତୀୟ ଅଞ୍ଚଳ ଜମ୍ମୁ ଓ କଶ୍ମୀର ଏବଂ ଲଦାଖକୁ ନିଜସ୍ୱ ଅଞ୍ଚଳ ବୋଲି ଦର୍ଶାଯାଇଛି । କେବଳ ଏତିକି ନୁହେଁ, ଭାରତୀୟ ରାଜ୍ୟ ଗୁଜୁରାଟରେ ଥିବା ପୂର୍ବତନ ଜୁନାଗଡ଼ ରାଜ୍ୟ ଓ ସାର କ୍ରିକ ଅଞ୍ଚଳକୁ ଏହି ମାନଚିତ୍ରରେ ଦର୍ଶାଯାଇଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଅଧ୍ୟକ୍ଷତାରେ ବସିଥିବା ପାକିସ୍ତାନ ସରକାରଙ୍କ କ୍ୟାବିନେଟ ବୈଠକରେ ଏହି ମାନଚିତ୍ରକୁ ମଂଜୁରୀ ଦିଆଯାଇଛି ।

Leave A Reply

Your email address will not be published.

16 + nine =

error: Content is protected !!
Open chat