ପାକିସ୍ତାନୀ ସ୍ପିନର ଦାନିଶ କାନେରିଆ ଅଯୋଧ୍ୟା ଆସି ରାମଲାଲାଙ୍କ ଦର୍ଶନ କରିବାକୁ ଚାହାନ୍ତି

0 463
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୨/୦୮ : ପାକିସ୍ତାନର ପ୍ରତିବନ୍ଧିତ ଲେଗ୍ ସ୍ପିନର ଦାନିଶ କାନେରିଆ ରାମ ମନ୍ଦିର ଭୂମି ପୂଜନରେ ଖୁସି ବ୍ୟକ୍ତ କରି ସମଗ୍ର ଦୁନିଆ ପାଇଁ ଏହି ଦିନକୁ ଐତିହାସିକ ଆଖ୍ୟା ଦେଇଛନ୍ତି। କାନେରିଆ ରାମଲାଲାଙ୍କ ଦର୍ଶନ ପାଇଁ ଅଯୋଧ୍ୟା ଆସିବାକୁ ମଧ୍ୟ ଇଚ୍ଛା ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୫ରେ ଅଯୋଧ୍ୟାରେ ରାମ ମନ୍ଦିରର ଭୂମି ପୂଜନ କରିବା ସହିତ ଶିଳାନ୍ୟାସ୍ କରିଥିଲେ। ଏହା ଉପରେ ସମଗ୍ର ଦୁନିଆର ହିନ୍ଦୁ ସମୁଦାୟ ଖୁସି ବ୍ୟକ୍ତ କରିଛନ୍ତି।

କାନେରିଆ କହିଛନ୍ତି ଯଦି ଭଗବାନ ରାମ ତାଙ୍କୁ ଡାକନ୍ତି ତେବେ ସେ ନିଶ୍ଚୟ ଅଯୋଧ୍ୟା ଯିବେ ଏବଂ ରାମଲାଲାଙ୍କ ଦର୍ଶନ କରିବେ। କାନେରିଆ ଏହା ମଧ୍ୟ କହିଛନ୍ତି, ଧାର୍ମିକ ବ୍ୟକ୍ତି ହୋଇଥିବା ଯୋଗୁଁ ମୁଁ ହିନ୍ଦୁ ଧର୍ମ ଓ ରାମ ଭଗବାନଙ୍କୁ ଅନୁସରଣ କରେ। ଛୋଟ ବେଳୁ ମୁଁ ରାମାୟଣ ଦେଖିଛି ଏବଂ ରାମ ଭଗବାନ ଓ ତାଙ୍କ ଜୀବନର ଆଦର୍ଶକୁ ମୁଁ ପୂଜା କରେ।

ରାମ ମନ୍ଦିର ବ୍ୟତୀତ ଯେବେ କାନେରିଆଙ୍କୁ ଏହି ପ୍ରଶ୍ନ ପଚରାଗଲା ଯେ, ପାକିସ୍ତାନ କ୍ରିକେଟ୍‌ ଟିମ୍‌ରେ ଜଣେ  ହିନ୍ଦୁ କ୍ରିକେଟ୍‌ ହେବାର ଅର୍ଥ କଣ। ଏହା ଉପରେ କାନେରିଆ କହିଛନ୍ତି ପାକିସ୍ତାନ କ୍ରିକେଟ୍‌ ଟିମ୍‌ ପକ୍ଷରୁ ଖେଳିବା ମୋ ପାଇଁ ସମ୍ମାନର ବିଷୟ। ନିଜ ଦେଶ ପାଇଁ ଖେଳିବା ଓ ଜଣେ ହିନ୍ଦୁ କ୍ରିକେଟ୍‌ର‌ ହୋଇଥିବା ଯୋଗୁଁ ପାକିସ୍ତାନ କ୍ରିକେଟ୍‌ର ପ୍ରତିନିଧିତ୍ଵ କରିବା  ଏବଂ ନିଜ ଟିମ୍‌କୁ ମ୍ୟାଚ୍ ଜିତାଇବା ମୋ ପାଇଁ ଏକ ଉପଲବ୍ଧି ପରି ଏବଂ ମୋ ପାଇଁ ଗର୍ବ ଓ ସମ୍ମାନର ବିଷୟ।

କାନେରିଆ ଏହା ପୂର୍ବରୁ ରାମ ମନ୍ଦିର ଉପରେ ନିଜର ଟ୍ଵିଟ୍‌କୁ କହିଛନ୍ତି, ମୁଁ ରାମ ମନ୍ଦିରର ଭୂମି ପୂଜନକୁ ନେଇ ଯେଉଁ ଟ୍ଵିଟ୍ କରିଥିଲେ, ତାହା କାହାରିକୁ କହିବା କିମ୍ବା ଚିଡାଇବା ପାଇଁ ଉଦ୍ଦିଷ୍ଟ ନଥିଲା। ମୁଁ ଭଗବାନ ରାମଙ୍କଠାରେ ବିଶ୍ଵାସ ରଖେ, ଏଥିପାଇଁ ମୁଁ ଏହି ଟ୍ଵିଟ୍‌ କରିଥିଲା।

Leave A Reply

Your email address will not be published.

11 − seven =

error: Content is protected !!
Open chat