ପାକିସ୍ତାନୀ ହିନ୍ଦୁ ଶରଣାର୍ଥୀଙ୍କୁ ମିଳିବ ଭାରତର ନାଗରିକତ୍ୱ : ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା

0 447
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ଦିଲ୍ଲୀ ୦୬/୦୭ : ରାଜଧାନୀ ଦିଲ୍ଲୀରେ ରହିଥିବା ପାକିସ୍ତାନୀ ହିନ୍ଦୁ ଶରଣାର୍ଥୀମାନଙ୍କୁ ଦୀର୍ଘମିଆଦୀ ଭିଜା ଯୋଗାଇ ଦିଆଯିବା ସହ ସେମାନଙ୍କୁ ଦେଶର ବିଭିନ୍ନ ସ୍ଥାନରେ ସ୍ଥାୟୀ ଭାବେ ରହିବାର ସୁଯୋଗ ପ୍ରଦାନ କରାଯିବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ପ୍ରତିଶ୍ରୁତି ଦେଇଛନ୍ତି। ଆଇନର ବ୍ୟବସ୍ଥା ଅନୁଯାୟୀ ସେମାନଙ୍କୁ ନାଗରିକତ୍ୱ ପ୍ରଦାନ କାର୍ଯ୍ୟକୁ ତ୍ୱରାନ୍ବିତ କରାଯିବ ଏବଂ ସମସ୍ତ ହିନ୍ଦୁ ଶରଣାର୍ଥୀଙ୍କୁ ଦେଶର ନାଗରିକ ଭାବେ ଗ୍ରହଣ କରାଯିବ ବୋଲି ଶାହା କହିଛନ୍ତି।

ପରିବାରର ମୁଖ୍ୟଙ୍କୁ ପ୍ରମାଣପତ୍ର ଯୋଗାଇ ଦିଆଯିବ ଏବଂ ଏହା ସବୁ ସଦସ୍ୟଙ୍କ ପାଇଁ ବୈଧ ହେବ। ଧର୍ମୀୟ ବିଦ୍ୱେଷର ସମ୍ମୁଖୀନ ହୋଇ ଶହ ଶହ ପାକିସ୍ତାନୀ ହିନ୍ଦୁ ଭାରତ ପଳାଇଆସି ଶରଣାର୍ଥୀ ଭାବେ ରହୁଛନ୍ତି। ସେମାନେ ପର୍ଯ୍ୟଟକ, ତୀର୍ଥଯାତ୍ରୀ କିମ୍ବା ଭିଜିଟର ଭିଜାରେ ଆସି ଭାରତରେ ସ୍ଥାୟୀ ଭାବେ ରହିବାକୁ ଚାହୁଁଛନ୍ତି। ପାକସ୍ତାନରେ ନିଜକୁ ଅସୁରକ୍ଷିତ ମନେକରି ସେମାନେ ଫେରୁନାହାନ୍ତି ଓ ଭାରତୀୟ ନାଗରିକତ୍ୱ ପାଇବା ପାଇଁ ଆଶା ରଖିଛନ୍ତି।

ଦିଲ୍ଲୀ ଶିଖ୍‌ ଗୁରୁଦ୍ୱାର ପରିଚାଳନା କମିଟି ସଭାପତି ମଞ୍ଜିନ୍ଦର ସିଂ ସିର୍ସାଙ୍କ ନେତୃତ୍ୱରେ ପାକିସ୍ତାନୀ ହିନ୍ଦୁମାନଙ୍କ ଏକ ପ୍ରତିନିଧି ଦଳ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ଭେଟି ନାଗରିକତ୍ୱ ପ୍ରଦାନ ପାଇଁ ଅନୁରୋଧ କରିଥିଲେ।

Leave A Reply

Your email address will not be published.

3 × 5 =

error: Content is protected !!
Open chat