ପୁରୀକୁ ନଯିବାକୁ ଡିଜିପିଙ୍କ ପରାମର୍ଶ । ଟ୍ୱିଟ୍ କରି କହିଲେ, ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ଅନୁମତି ନାହିଁ । କିଛି ସ୍ଥାନରେ କର୍ଫ୍ୟୁ ବଳବତ୍ତର ଥିବାରୁ ଶ୍ରୀକ୍ଷେତ୍ର ନଯିବାକୁ ଅନୁରୋଧ

0 265
greentech

କଳିଙ୍ଗଜ୍ୟୋତି ବ୍ୟୁରୋ : ଗୁଣ୍ଡିଚାବାଡିରେ ତିନି ରଥ ଲାଗିଥିବା ବେଳେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ଅନୁମତି ନାହିଁ । ଆଉ ଏଥିପାଇଁ ପୁରୀକୁ ଭକ୍ତଙ୍କୁ ନଯିବା ପାଇଁ ପରାମର୍ଶ ଦେଇଛନ୍ତି ପୁଲିସ ଡିଜି । ଏ ନେଇ ଟ୍ୱିଟ କରି ଡିଜିପି କହିଛନ୍ତି, ମହାପ୍ରଭୁଙ୍କ ଦର୍ଶନ ଉପରେ କଟକଣା ଲାଗିଛି । ବର୍ତ୍ତମାନ ପୁରୀର କିଛି ସ୍ଥାନରେ କର୍ଫ୍ୟୁ ବଳବତ୍ତର ରହିଥିବାରୁ ଶ୍ରୀକ୍ଷେତ୍ର ଭକ୍ତଙ୍କୁ ନଯିବାକୁ ପରାମର୍ଶ ଦେଇଛନ୍ତି ପୁଲିସ ଡିଜିପି ।ସେପଟେ ୯ ଦିନିଆ ରଥ ଯାତ୍ରାରେ ବାହାରି ଜଗତ ଠାକୁର ଭାଇ ଭଉଣୀଙ୍କୁ ସାଥୀରେ ଧରି ମାଉସୀ ମା ଘରକୁ ଆସିବା ପରେ ଚଳଚଂଚଳ ହୋଇଉଠିଛି ଜନ୍ମବେଦୀ । ଆଡପମଣ୍ଡପ ବିଜେ ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଆଜି କରୋନା କଟକଣା ମଧ୍ୟରେ ଚତୁର୍ଦ୍ଧାମୂର୍ତି ରଥରୁ ପହଁଣ୍ଡିରେ ବିଜେ କରିବେ ଜନ୍ମବେଦୀ ବା ଆଡପମଣ୍ଡପକୁ । ଏହାପରେ ହୋଇଥାଏ ଆଡପଦର୍ଶନ । ତେବେ କରୋନା କଟକଣା କାରଣରୁ ଚଳିତ ବର୍ଷ ଆଡପଦର୍ଶନକୁ ବନ୍ଦ ରଖାଯାଇଛି । ଆଜି ସକାଳେ ଏହି ପହଣ୍ଡି କାମ ସାରିବାକୁ ଯୋଜନା ରଖିଛି ପ୍ରଶାସନ । ଅପରାହ୍ନ ୨ଟା ମଧ୍ୟରେ ଏହି ପହଣ୍ଡି ସରିବ । ଏବେ ଜନ୍ମବେଦୀରେ ବିନା ଭକ୍ତରେ ଠାକୁର ୯ ଦିନ ଦର୍ଶନ ଦେବେ । ଆଡପମଣ୍ଡପରେ ସଂଧ୍ୟା ଦର୍ଶନ ପାଇଁ ଭକ୍ତଙ୍କ ଶ୍ରଦ୍ଧା ରହିଥାଏ । ତେବେ କରୋନା କଟକଣା କାରଣରୁ ଏହାକୁ ମଧ୍ୟ ବନ୍ଦ ରଖାଯାଇଛି ।

ଭକ୍ତଙ୍କ ଦର୍ଶନ ଉପରେ କଟକଣା ରହିଥିବାରୁ ଚଳିତ ବର୍ଷ ଆଡପଅଭଡା ପ୍ରସ୍ତୁତି ପରିମାଣ କମ୍ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ବ୍ୟବସ୍ଥା କରିଛି । ଚଳିତ ବର୍ଷ କରୋନା କଟକଣା କାରଣରୁ ବିନା ଭକ୍ତରେ ବଡଦାଣ୍ଡରେ ରଥ ଗଡିଛି । ମୁହଁରେ ମାସ୍କ ପିନ୍ଧି ରଥ ଟାଣିଥିଲେ ସେବାୟତ । ଶରଧାବାଲିରେ ଗତକାଲି ସନ୍ଧ୍ୟା ପ୍ରାୟ ୫ଟା ୧୫ ସୁଦ୍ଧା ପହଁଚି ଯାଇଥିଲା ତାଳଧ୍ୱଜ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ଜଗନ୍ନାଥଙ୍କ ନନ୍ଦିଘୋଷ । ଏହା ପରେ କଡା ସୁରକ୍ଷା ମଧ୍ୟରେ ତିନି ରଥକୁ ଜଗି ରହିଛନ୍ତି ପୋଲିସ ଫୋର୍ସ । ସେପଟେ ପ୍ରଶାସନର କଟକଣାକୁ ଶତ ପ୍ରତିଶତ ପାଳନ କରିଛନ୍ତି ଭକ୍ତ ଓ ପୁରୀ ବାସୀ । ଅସୀମ ଧୌର୍ଯ୍ୟ ଓ ନିମୟ ପାଳନ ପ୍ରତି ଶ୍ରଦ୍ଧା ଦେଖାଇ ସମସ୍ତେ ଘରେ କବାଟ ପକାଇ ରହିବା ସହ ଟିଭିରେ ଦେଖିଛନ୍ତି ରଥଯାତ୍ରା । ବଡଦାଣ୍ଡରେ ରଥ ଗଡିଛି କିନ୍ତୁ ଖାଁ ଖାଁ ରହିଥିଲା ବଡ ଦାଣ୍ଡ । ଆଜି ସମାନ ଢଙ୍ଗରେ ଆଡପମଣ୍ଡପ ବିଜେ ନୀତି କରାଯିବ ବୋଲି ଯୋଜନା ରଖିଛି ପୁରୀ ପ୍ରଶାସନ ।

Leave A Reply

Your email address will not be published.

twenty − 8 =

error: Content is protected !!
Open chat