ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ଅସୁସ୍ଥ, ଆଇସିୟୁରେ ଭର୍ତି

0 251
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ବ୍ରଜରାଜନଗର ୦୬/୦୭ : ବରିଷ୍ଠ ବିଜେପି ନେତ୍ରୀ ତଥା ବ୍ରଜରାଜନଗର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ଗୁରୁତର ଭାବେ ଅସୁସ୍ଥ ହୋଇ ପଡ଼ିଛନ୍ତି। ଶନିବାର ରାତିରେ ତାଙ୍କୁ ବରଗଡ଼ ସ୍ଥିତ ଏକ ଘରୋଇ ଡ଼ାକ୍ତରଖାନାରେ ଭର୍ତି କରାଯାଇଛି। ରାଧାରାଣୀ ଦୀର୍ଘ ଦିନରୁ ଡ଼ାଇବେଟିସ୍‍ ଓ ଶ୍ୱାସ ଜନିତ ରୋଗରେ ଆକ୍ରାନ୍ତ ହୋଇ ଅସୁସ୍ଥ ରହି ଚିକିତ୍ସିତ ହେଉ ଆସୁଥିଲେ। ହେଲେ ସ୍ୱାସ୍ଥ୍ୟବସ୍ଥା ଦିନକୁ ଦିନ ଜଟିଲ ହେବାରୁ ଶନିବାର ତାଙ୍କୁ ହସପିଟାଲରେ ଭର୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସାରୁ ତାଙ୍କ ଫୁସ ଫୁସ୍‍ରେ ପାଣି ଭର୍ତି ହୋଇଯାଇଥିବା ସହିତ ହୃତ୍‍ ପିଣ୍ଡର ଗତି କମ ହୋଇଥିବା ଡ଼ାକ୍ତର ଜାଣିବାକୁ ପାଇଥିଲେ। ରାଧାରାଣୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଆଡ଼କୁ ଗତି କରିବାରୁ ଆଇସିୟୁରେ ଭର୍ତି କରାଯାଇ ଭେଂଟିଲେଟରରେ ରଖାଯାଇଥିଲା। ହେଲେ ରବିବାର ତାଙ୍କ ସ୍ୱାସ୍ଥବସ୍ଥା ସ୍ଥିର ରହିଥିବା ରାଧାରାଣୀ ପଣ୍ଡାଙ୍କ ସ୍ୱାମୀ ସୁଧାଂଶୁ ପୁରୋହିତ ସୂଚନା ପ୍ରଦାନ କରିଛନ୍ତି।

ଅପରପକ୍ଷେ ରାଧାରାଣୀଙ୍କ ଅସୁସ୍ଥତା ଖବର ପାଇବା ପରେ ବ୍ରଜରାଜନଗରର ଜନ ସାଧାରଣ, ତାଙ୍କ ଦଳୀୟ ସମର୍ଥକ ଏବଂ କର୍ମକର୍ତା ଆଶୁ ଆରେଗ୍ୟ କାମନା କରିଛନ୍ତି। ରାଧାରାଣୀ ପଣ୍ଡା ୨୦୧୪ ନିର୍ବାଚନରେ ବ୍ରଜରାଜନଗର ଆସନରୁ ବିଜେପି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ହେଲେ ଗତ ୨୦୧୯ ନିର୍ବାଚନରେ ପରାଜୟ ବରଣ କରିଥିଲେ। ରାଧାରାଣୀ ପଣ୍ଡା ବିଜେପି ଜିଲା ସଭାନେତ୍ରୀ ସହିତ ଦଳୀୟ ସଂଗଠନର ଅନେକ ଗୁରୁତ୍ୱପୁର୍ଣ ପଦ ପଦବୀରେ ରହି ବିଜେପିକୁ ମଜବୁତ କରିବାରେ ତାଙ୍କର ପ୍ରମୁଖ ଭୂମିକା ରହିଛି।

Leave A Reply

Your email address will not be published.

ten − 8 =

error: Content is protected !!
Open chat